ଇଣ୍ଡିଆ ଟସ୍ ଜିତି ପ୍ରଥମେ ବୋଲିଂର ନିଷ୍ପତି


ଆଜିଠୁ ଆରମ୍ଭ ହେବାକୁ ଯାଉଛି ଭାରତ (India) ଏବଂ ଅଷ୍ଟ୍ରେଲିଆ (Australia) ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ। ସିରିଜର ପ୍ରଥମ ମ୍ୟାଚ୍ ପଞ୍ଜାବର ମୋହାଲିରେ ଖେଳାଯିବ। କେ.ଏଲ ରାହୁଲ ପ୍ରଥମ ୨ଟି ମ୍ୟାଚରେ ଭାରତୀୟ କ୍ରିକେଟ୍ ଟିମ୍(Indian Cricket Team)ର ଅଧିନାୟକ ରହିବେ। ଏହି ଦୁଇଟି ମ୍ୟାଚରେ ରୋହିତ ଶର୍ମା(Rohit Sharma), ବିରାଟ କୋହଲି(Virat Kohili), ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଖେଳିବାର ସୁଯୋଗ ମିଳିପାରି ନଥିବା ଜଣା ପଡ଼ିଛି।

ସେହିପରି ମୋହାଲିରେ ହେବାକୁ ଥିବା ସିରିଜର ପ୍ରଥମ ODI ପାଇଁ ଦୁଇ ଜଣ ଭଲ ଖେଳାଳି ଅଷ୍ଟ୍ରେଲିଆ ଦଳରେ ସ୍ଥାନ ପାଇପାରି ନାହାଁନ୍ତି। ସେମାନେ ହେଲେ ମିଚେଲ ଷ୍ଟାର୍କ ଏବଂ ଗ୍ଲେନ୍ ମ୍ୟାକ୍ସୱେଲ। ଏହି ସିରିଜରେ ଦଳରେ ସାମିଲ ହେବା ନେଇ ଅଷ୍ଟ୍ରେଲିଆ ଦଳର ଅଧିନାୟକ ପେସର୍ ପ୍ୟାଟ୍ କମିନ୍ସ ଆଶା କରିଥିଲେ। ମୋହାଲି ODI ପୂର୍ବରୁ ପ୍ୟାଟ୍ କମିନ୍ସ ସ୍ପଷ୍ଟ କରିଛନ୍ତି ଯେ ମ୍ୟାକ୍ସୱେଲଙ୍କୁ ବିଶ୍ରାମ ଦିଆଯିବ ଏବଂ ମିଚେଲ ଷ୍ଟାର୍କ ମଧ୍ୟ ଦଳ ସହିତ ରହିପାରିବେ ନାହିଁ। ସେପଟେ ଷ୍ଟାର୍କ ଏବଂ ମ୍ୟାକ୍ସୱେଲଙ୍କ ବ୍ୟତୀତ ଅଧିନାୟକ କମିନ୍ସ ଆହତ ହୋଇଥିବା ହେତୁ ସେ ଏହି ମ୍ୟାଚରେ ସାମିଲ୍ ହୋଇ ପାରୁନଥିବା ଜଣାପଡ଼ିଛି। ଏହି ତିନି ଖେଳାଳି ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ମଧ୍ୟ ଅଂଶ ଗ୍ରହଣ କରିପାରିବେ ନାହିଁ।
ତେବେ ଦିନିକିଆ ବିଶ୍ୱକପକୁ ଆଉ ଦୁଇ ସପ୍ତାହ ବାକି ଥିବା ବେଳେ ଏହି ସିରିଜ ଖେଳାଯାଉଛି। ତେଣୁ ଏହି ମ୍ୟାଚ୍ ଉଭୟ ଦଳ ପାଇଁ ଖୁବ୍ ଗୁରୁତ୍ୱ ବହନ କରୁଛି। ରୋହିତ, କୋହଲି, ହାର୍ଦ୍ଦିକଙ୍କ ସ୍ଥାନରେ ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ରବିଚନ୍ଦ୍ରନ ଅଶ୍ୱିନୀଙ୍କୁ ବିଶ୍ୱକପରେ ସୁଯୋଗ ମିଳିପାରେ। ନିକଟରେ ଏସିଆ କପରେ ବିଜୟ ଯୋଗୁ ଭାରତୀୟ ଦଳର ମନୋବଳ ଦୃଢ ରହିଛି। ଏହି ସିରିଜରେ ବିଜୟ ହାସଲ କରି ବିଶ୍ୱକପରେ ଫେଭରିଟ୍ ଟିମ ଭାବେ ପଦାର୍ପଣ କରିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ।


Share It

Comments are closed.