ଭାରତ ସମ୍ମୁଖରେ ୨୯୯ ରନର ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ


ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆରେ ୯ ୱିକେଟ ହରାଇ ୨୯୮ ରନ ସଂଗ୍ରହ କରି ଭାରତ ଆଗରେ ୨୯୯ ରନର ଟାର୍ଗେଟ ରଖିଛି । ଅଷ୍ଟ୍ରେଲିଆ ପକ୍ଷରୁ ‘ସନ ମାର୍ସ’ ୧୩୧ ରନର ସର୍ବାଧିକ ବ୍ୟକ୍ତିଗତ ସ୍କୋର ସଂଗ୍ରହ କରିଥିବାବେଳେ ମ୍ୟାକ୍ସୱେଲ ୪୮ ରନର ପାଳି ଖେଳିଥିଲେ । ମାର୍ସ ୧୨୩ ବଲ ଖେଳି ୧୧ ଚୌକା ଏବଂ ୩ଟି ଛକା ସାହାର୍ଯ୍ୟରେ ଏହି ଶତକୀୟ ପାଳି ଖେଳିଥିବାବେଳେ ମ୍ୟାକ୍ସୱେଲ ୩୭ ଟି ବଲରେ ୪୮ ରନ ସଂଗ୍ରହ କରିଥିଲେ । ଯେଉଁଥିରେ ସେ ୫ଟି ଚୌକା ଏବଂ ଗୋଟିଏ ଛକା ଲଗାଇଥିଲେ ।
ଅପର ପକ୍ଷରେ ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୧୦ ଓଭରରେ ୪୫ ରନ ଦେଇ ୪ଟି ୱିକେଟ ସଂଗ୍ରହ କରିଥିବାବେଳେ ଅନ୍ୟପଟେ ସାମି ୧୦ ଓଭରରେ ୫୮ ରନ ଦେଇ ୩ଟି ୱିକେଟ ସଂଗ୍ରହ କରିଥିଲେ ।
ପ୍ରକାଶ ଥାଉକି ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଦଳଙ୍କ ମଧ୍ୟରେ ୪୯ଟି ମ୍ୟାଚ ଖେଳାଯାଇ ସାରିଛି, ଯେଉଁଥିରେ ଭାରତ ୧୧ଟିରେ ବିଜୟ ହାସଲ କରିଥିବାବେଳେ ଅଷ୍ଟ୍ରେଲିଆ ୩୬ଟିରେ ବିଜୟ ହାସଲ କରିଛି ।


Share It

Comments are closed.