ସିରିଜ ହାତଛଡା କରିବା ପରେ ଭାରତୀୟ ଦଳର ଖୁବ ପ୍ରଶଂସା କଲେ ଫିଞ୍ଚ


ବେଙ୍ଗାଲୁରୁରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚରେ ଭାରତର ବିଜୟ ପରେ ଅଷ୍ଟ୍ରେଲିଆ ଦଳ ଅଧିନାୟକ ଆରନ ଫିଞ୍ଚ ଭାରତୀୟ ଦଳର ଖୁବ ପ୍ରଶଂସା କରିଛନ୍ତି । ଫିଞ୍ଚ ଭାରତୀୟ ଦଳର ଟପ ବ୍ୟାଟିଙ୍ଗ ଅର୍ଡର ପ୍ରଶଂସା କରି ଏହାକୁ ଭାରତୀୟ ଦଳର ବିଜୟ ପଛର ପ୍ରମୁଖ କାରଣ ବୋଲି ସେ କହିଛନ୍ତି । ଏମ ଚିଦାମ୍ବରମ ଷ୍ଟାଡିମରେ ଖେଳାଯାଇଥିବା ଏହି ତୃତୀୟ ଏବଂ ନିର୍ଣ୍ଣାୟ ମ୍ୟାଚରେ ଭାରତ, ଅଷ୍ଟ୍ରେଲିଆ ଠାରୁ ୭ଟି ୱିକେଟରେ ବିଜୟ ହାସଲ କରିଥିବାବେଳେ ଏହା ସହ ଦଳ ସିରିଜକୁ ୨-୧ରେ କବଜା ମଧ୍ୟ କରି ନେଇଛି ।
ମ୍ୟା ଏବଂ ସିରିଜକୁ ହାରିବା ପରେ ଅଷ୍ଟ୍ରେିଲଆ ଅଧିନାୟକ ଫିଞ୍ଚ କହିଛନ୍ତି ଯେ, “ଭାରତୀୟ ଦଳର ବ୍ୟାଟିଙ୍ଗ ଟପ ଅର୍ଡର ପ୍ରଦର୍ଶନ ଖୁବ ଉନ୍ନତ । ଭାରତୀୟ ଦଳ ପାଖରେ କୋହଲି ଅଛନ୍ତି, ଯିଏକି ଦିନିକିଆର ସର୍ବଶ୍ରେଷ୍ଠ ଖେଳାଳୀ ଅଟନ୍ତି । ଏହା ସହ ତାଙ୍କ ପାଖରେ ରୋହିତ ଅଛନ୍ତି, ଯିଏକି ଦିନିକିଆରେ ଶ୍ରେଷ୍ଟ ୫ ଜଣ ଖେଳାଳୀ ମଧ୍ୟରେ ଅଟନ୍ତି । ସେ ଜଣେ ଅଦ୍ଭୁତପୂର୍ବକ ଖେଳାଳୀ ଅଟନ୍ତି । ଭାରତୀୟ ଦଳର ବ୍ୟାଟିଙ୍ଗ ଲାଇନ ଅଫରେ ଥିବା ଅନୁଭବୀ ଖେଳାଳୀ ନିଜ ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଛନ୍ତି । ଏହା ଖୁବ ସୁନ୍ଦର ଟିମ ଅଟେ । ”
ପ୍ରକାଶ ଥାଉକି, ଏହି ସିରିଜ ଆରମ୍ଭ ହେବା ପୂର୍ବରୁ ଅଷ୍ଟ୍ରେଲିଆ ସିରିଜକୁ ୨-୧ରେ କବଜା କରିବ ବୋଲି ଦଳର ପୂର୍ବତ୍ତମ ଖେଳାଳୀ ରିକି ପଏଣ୍ଟିଙ୍ଗ ମତବ୍ୟକ୍ତ କରିଥିବାବେଳେ କିନ୍ତୁ ଏହାକୁ ଭୁଲ ପ୍ରମାଣିିତ କରିଛନ୍ତି ବିରାଟ ବାହନୀ । ବିରାଟ ଚଳିତ ସିରିଜରେ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି ।


Share It

Comments are closed.