ସିଡନୀ ଟେଷ୍ଟ ପାଇଁ ପ୍ଲେଇଙ୍ଗ ୧୧ର ଘୋଷଣା କଲା ଭାରତୀୟ ଦଳ


ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରୋଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ବର୍ଡର ଗାଭାଷ୍କାର ସିରିଜର ତୃତୀୟ ଟେଷ୍ଟ ୭ ଜାନୁଆରୀ ସିଡନୀରେ ଖେଳାଯିବାର ଅଛି । ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଭାରତୀୟ ଦଳ ନିଜର ଚୂଡାନ୍ତ ଏକାଦଶ ଘୋଷଣା କରିଛନ୍ତି । ଦଳରେ ରୋହିତ ଶର୍ମା ଏବଂ ନବଦୀପ ସୈନୀଙ୍କୁ ସାମିଲ କରାଯାଇଛି । ନବଦୀପ ସୈନୀ ଏହି ଟେଷ୍ଟ ମ୍ୟାଚ ସହିତ ଟେଷ୍ଟ କ୍ରିକେଟରେ ଡେଭିୟୁ କରିବେ । ଉମେଶ ଆହାତ ଯୋଗୁଁ ଦଳରୁ ବାଦ ପଡିଥିବାବେଳେ ତାଙ୍କ ବଦଳରେ ନବଦୀପଙ୍କୁ ଦଳରେ ସାମିଲ କରାଯାଇଛି ।

ସେହିଭଳି ମୟଙ୍କ ଅଗ୍ରୱାଲ ମଧ୍ୟ ଦଳରୁ ବାଦ ପଡିଛନ୍ତି । ରୋହିତ ଏବଂ ଶୁଭମନ ଓପନିଙ୍ଗ କରିବେ । ଏହା ପୂର୍ବରୁ ମଧ୍ୟ ଭାରତୀୟ ଦଳ ଗୋଟିଏ ଦିନ ପୂର୍ବରୁ ନିଜର ଚୂଡାନ୍ତ ଏକାଦଶର ଘୋଷଣା କରିସରିଥିଲା । ଅଷ୍ଟ୍ରେଲିଆ ଖେଳ ଦିନ ହିଁ ନିଜର ଚୂଡାନ୍ତ ଏକାଦଶ ଘୋଷଣା କରେ ।


Share It

Comments are closed.