ଭାରତକୁ ୩୭୫ ରନର ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ


ସିଡନୀରେ ଖେଳାଯାଉଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆରେ ଭାରତ ସାମ୍ନାରେ ୩୭୫ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଅଷ୍ଟ୍ରେଲିଆ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୬ ଓ୍ୱିକେଟ୍ ହରାଇ ୩୭୪ ରନ୍ କରିଛି । ଭାରତକୁ ବିଜୟ ପାଇଁ ୩୭୫ ରନ୍ ଆବଶ୍ୟକ । ଟସ୍ ଜିତି ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲା । ୨ ଓପନର ଡେଭିଡ୍ ଓ୍ୱାର୍ଣ୍ଣର ଓ ଆରୋନ ଫିଞ୍ଚ୍ ଆକର୍ଷଣୀୟ. ବ୍ୟାଟିଂ କରିଥିଲେ । ଫିଞ୍ଚ୍ ଶତକ ଲଗାଇଥିଲେ । ସେ ୧୨୪ ବଲରୁ ୧୧୪ ରନ୍ କରିଥିଲେ । ଓ୍ୱାର୍ଣ୍ଣର ୬୯ ରନ୍ କରିଥିଲେ । ସେହିପରି ଷ୍ଟିଭ୍ ସ୍ମିଥ୍ ଦ୍ରୁତ ରନ୍ କରିଥିଲେ । ସେ ମଧ୍ୟ ଶତକ ଅର୍ଜନ କରିଥିଲେ । ସେ ୬୬ ବଲରୁ ୧୦୫ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗ୍ଲେନ୍ ମାକ୍ସଓ୍ୱେଲ ୧୯ ବଲରୁ ୪୫ ରନ୍ କରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୬ ଓ୍ୱିକେଟ୍ ହରାଇ ୩୭୪ ରନ୍ କରିଥିଲା ।

ଭାରତ ପକ୍ଷରୁ ମହମ୍ମଦ ସାମି ୩ଟି ଓ୍ୱିକେଟ୍ ନେଇଥିବା ବେଳେ ଜସପ୍ରିତ ବୁମରାହ, ନବଦୀପ ସାଇନୀ, ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।


Share It

Comments are closed.