ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଏହି ଖେଳାଳିଙ୍କୁ ମିଳିପାରେ ସୁଯୋଗ


ଅଷ୍ଟ୍ରେଲିଆ ଭାରତ ଗସ୍ତରେ ୫ଟି ଦିନିକିଆ ଏବଂ ଦୁଇଟି ଟି-୨୦ ମ୍ୟାଚ ଖେଳିବ । ଅଷ୍ଟ୍ରେଲିଆର ଭାରତ ଗସ୍ତ ୧୩ ମାର୍ଚ୍ଚରେ ଶେଷ ହେବାକୁ ଯାଉଛି । ତେବେ ଏହି ମ୍ୟାଚ ପାଇଁ ବିସିସିଆଇ ପକ୍ଷରୁ ଦଳର ଚୟନ ପ୍ରକ୍ରିୟା ଆଜି ହେବାକୁ ଥିବାବେଳେ ତେବେ ମିଳିଥିବା ସୂଚନା ମୁତାବକ ଏହି ଖେଳାଳୀଙ୍କୁ ଆଗାମୀ ଦିନିକିଆ ଏବଂ ଟି-୨୦ ମ୍ୟାଚରେ ସୁଯୋଗ ମିଳିପାରେ ।
ତେବେ ମିଳିଥିବା ସୂଚନା ମୁତାବକ ଅଷ୍ଟ୍ରେଲିଆ ବିପକ୍ଷରେ ଏହି ସିରିଜ ପାଇଁ କେତେକ ବରିଷ୍ଠ ଖେଳାଳୀଙ୍କୁ ବିଶ୍ରାମ ଦିଆଯାଇପାରେ ଏବଂ ତାଙ୍କୁ ବଦଳରେ କେତେକ ଯୁବ ପ୍ରତିଭାମାନଙ୍କୁ ପୁନଃ ସୁଯୋଗ ପ୍ରଦାନ କରାଯାଇପାରେ । ତେବେ ନ୍ୟୁଜିଲାଣ୍ଡ ଗସ୍ତରେ ୩ଟି ଦିନିକିଆ ଖେଳି ବିଶ୍ରାମ ନେଇ ଥିବା ଅଧିନାୟକ ବିରାଟ କୋହଲି ପୁଣି ଥରେ ଦଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଥିବାବେଳେ ଅନ୍ୟପଟେ ରୋହିତ ଶର୍ମାଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇପାରେ । ସେହିଭଳି ଦ୍ରୁତ ବୋଲର ମହମ୍ମଦ ଶାମୀ ଏବଂ ମହେନ୍ଦ୍ର ସିଂହ ଧୋନିଙ୍କୁ ମଧ୍ୟ ଏହି ସିରିଜରେ ବିଶ୍ରାମ ଦିଆଯାଇପାରେ ।
ସେହିଭଳି ମିଳିଥିବା ସୂଚନା ମୁତାବକ ବିବାଦରେ ଛନ୍ଦି ହୋଇପଡିଥିବା କେ.ଏଲ ରାହୁଲଙ୍କୁ ଏହି ସିରିଜରେ ସୁଯୋଗ ମିଳିପାରେ, ଯାହାକି ବିଶ୍ୱକପରେ ଚୟନ ହେବାର ଏହା ତାଙ୍କ ପାଇଁ ଶେଷ ସୁଯୋଗ ଅଟେ । ଶିଖର ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ବଡ ପାଳି ଖେଳିବାରେ ଅସଫଳ ରହିଥିବାବେଳେ ବିଶ୍ୱକପରେ ଚୟନ ହେବା ପାଇଁ ଶିଖର ଧୱନଙ୍କୁ ମଧ୍ୟ ଏହି ସିରିଜରେ ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇବାକୁ ପଡିବ ।
ମହମ୍ମଦ ଶାମିଙ୍କ ବଦଳରେ ଉମେଶ ଯାଦବଙ୍କୁ ଏହି ସିରିଜରେ ସୁଯୋଗ ମିଳିପାରେ । ଦ୍ରୁତ ବୋଲର ବୁମାର ଏହି ସିରିଜରେ ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୋଲି ସୂଚନା ମିଳିଥିବାବେଳେ ବିଶ୍ୱକପରେ ନିଜ ସ୍ଥାନ ଦୃଢ ରଖିବା ପାଇଁ ଅମ୍ବାତି ରାଇଡୁ, କାର୍ତ୍ତିକ, କେଦାର ଯାଦବ, ବିଜୟ ଶଙ୍କର ଏବଂ ରିଷଭ ପନ୍ତଙ୍କ ପାଇଁ ଏହା ହେଉଛି ଏକ ସୁନ୍ଦର ସୁଯୋଗ ।
ସ୍ପିନରଙ୍କ ଭୂମିକା ଦୃଷ୍ଟିରୁ ଚହଲ ଏବଂ କୁଲଦୀପଙ୍କୁ ଏହି ସିରିଜରେ ସୁଯୋଗ ଦିଆଯାଇପାରେ ।


Share It

Comments are closed.