ଦୁଇଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳର ଘୋଷଣା, ବାଦ ପଡିଲେ ଏହି ପ୍ରମୁଖ ଖେଳାଳୀ


ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବାର ଅଛି । ଏହି ସିରିଜ ପାଇଁ ୧୬ଟି ଖେଳାଳୀ ବିଶିଷ୍ଟ ଭାରତୀୟ ଦଳର ଘୋଷଣା ହୋଇଛି । ଶୁଭମ ଗିଲ ଏବଂ ନବଦୀପ ସୈନୀଙ୍କୁ ଟେଷ୍ଟ ଦଳରେ ସାମିଲ କରାଯାଇଥିବାବେଳେ ଦଳରେ ଇଶାନ୍ତ ଶାର୍ମାଙ୍କ ଉପସ୍ଥିତି ତାଙ୍କ ଫିଟନେସ ଉପରେ ନିର୍ଭର କରେ । ସେପଟେ ରୋହିତ ଆହତ ଥିବା ହେତୁ ଟେଷ୍ଟ ସିରିଜରୁ ବାଦ ପଡିଥିବାବେଳେ ଅନ୍ୟପଟେ ପୃଥିବୀ ସ’ ମଧ୍ୟ ପୁଣି ଥରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।
ଏତଦ ବାଦ ଦଳରେ ଅଧିକ କିଛି ପରବର୍ତ୍ତନ ଦେଖିବାକୁ ମିଳି ନାହିଁ । ଏହା ଛଡା ମୟଙ୍କ ଅଗ୍ରୱାଲଙ୍କୁ ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ରୋହିତଙ୍କ ବଦଳରେ ସ୍ଥାନ ଦିଆଯାଇଛି । ରୋହିତ ଟି-୨୦ ସିରିଜର ଶେଷ ମ୍ୟାଚ ଖେଳିବା ସମୟରେ ଆହତ ହୋଇଯାଇଥିଲେ ଏବଂ ଏହା ପରେ ରୋହିତଙ୍କ ଏମଆରଆଇ ରିପୋର୍ଟ ଆସିବା ପରେ ତାଙ୍କୁ ଦିନିକିଆ ଏବଂ ଟେଷ୍ଟ ସିରିଜରୁ ବାଦ ଦିଆଯାଇଛି ।
ଟେଷ୍ଟ ଟିମରେ ସ୍ଥାନ ପାଇଥିବା ଖେଳାଳୀମାନେ ହେଲେ ବିରାଟ କୋହଲି, ମୟଙ୍କ ଅଗ୍ରୱାଲ, ପୃଥିବୀ ସ’ ଶୁଭମ ଗିଲ, ଚେତେଶ୍ୱର ପୂଜାରା, ଅଜିଙ୍କ ରାହାଣେ, ହନୁମା ବିହାରୀ, ରିଧିମାନ ଶାହା, ରିଷଭ ପନ୍ତ, ଆର ଅଶ୍ୱିନୀ, ରବିନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରା, ଉମେଶ ଯାଦବ, ମହମ୍ମଦ ଶାମୀ, ନବଦୀପ ସୈନୀ, ଇଶାନ୍ତ ଶର୍ମା ।


Share It

Comments are closed.