ଆଡିଲେଡରେ ଭୟଙ୍କର ଋପ ଧାରଣ କଲାଣି କରୋନା, ସଂକଟରେ ଭାରତ-ଅଷ୍ଟ୍ରେଲିଆ କ୍ରିକେଟ ସିରିଜ


ଆଡିଲେଡ୍‌ରେ ନୂତନ ଭାବେ ସଂକ୍ରମଣ ବଢିବା ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆ ଟେଷ୍ଟ ଦଳର ଅଧିନାୟକ ଟିମ୍ ପେନ ଓ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ମାଥ୍ୟୁ ଓ୍ଵାଦେ କରୋନାର ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସେଲ୍‌ଫ ଆଇସୋଲେସନକୁ ଚାଲି ଯାଇଛନ୍ତି। ଏହି କାରଣରୁ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ଉପରେ ଏବେ କଳାବାଦଲ ଛାଇ ଯାଇଛି।

କ୍ରିକେଟ୍‌ ଡଟ୍‌ କମ୍‌ ଡଟ୍ ଏୟୁର ରିପୋର୍ଟ ଅନୁଯାୟୀ, ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଆଡିଲେଡ୍‌ରେ ଖେଳାଯିବ। କିନ୍ତୁ ଏଠାରେ ବଢୁଥିବା କରୋନା ସଂକ୍ରମଣ କାରଣରୁ ଅନ୍ୟ ରାଜ୍ୟ ନିଜର ସୀମା ବନ୍ଦ କରି ଦେଇଛନ୍ତି। ଓ୍ଵେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ, ତାସମାନିଆ ଓ ଦ ନର୍ଥନ ଟେରିଟରିର ସରକାର ନିଜର ସୀମାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟେ କ୍ଵିନ୍ସଲାଣ୍ଡ ଆଡିଲେଡ୍‌ ଆସୁଥିବା ଲୋକଙ୍କ ପାଇଁ ଦୁଇ ସପ୍ତାହର କ୍ଵାରେନଣ୍ଟାଇନ୍‌ ନିୟମ ଲାଗୁ କରିଛନ୍ତି। ଏହି ନିୟମର ଅର୍ଥ ଆଡିଲେଡ୍‌ରେ ଖେଳାଯାଇଥିବା ମାର୍ଶ ସେଫିଲ୍ଡ ମ୍ୟାଚ୍‌ରେ ଖେଳିଥିବା ଓ୍ଵେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆର ସମସ୍ତ ଖେଳାଳି ନିଜକୁ ଦୁଇ ସପ୍ତାହ ପାଇଁ ସେଲ୍‌ଫ ଆଇସୋଲେସନରେ ରଖିବାକୁ ପଡିବ। ଏହାର ଅର୍ଥ ଅଧିନାୟକ ଟିମ୍ ପେନ ଓ ମାଥ୍ୟୁ ଓ୍ଵାଦେ ଏବଂ ତାସମାନିଆ ଟିମ୍‌ର ବାକି ସଦସ୍ୟଙ୍କୁ ମଧ୍ୟ ଆଇସୋଲେସନରେ ରହିବାକୁ ପଡିବ।

ସାଉଥ ଅଷ୍ଟ୍ରେଲିଆ ରବିବାର କୋଭିଡ୍-୧୯ର ନୂତନ ସଂକ୍ରମଣ ବୃଦ୍ଧି ମାମଲାର ସୂଚନା ଦେଇଛି। ସୋମବାର ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୧୭ରେ ପହଞ୍ଚିଛି। ଏହା ମଧ୍ୟରେ କ୍ରିକେଟ୍ ଅଷ୍ଟ୍ରେଲିଆ(ସିଏ) କହିଛି ଯେ, ସ୍ଥିତି ଉପରେ ନଜର ରଖାଯାଇଛି। ଭାରତୀୟ ଦଳ ସଂପ୍ରତି ଅଷ୍ଟ୍ରେଲିଆରେ ଅଛନ୍ତି ଏବଂ ଦୁଇ ସପ୍ତାହ କ୍ଵାରେଣ୍ଟାଇନ୍ ପିରିୟଡ ଦେଇ ଗତି କରୁଛନ୍ତି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ଟି ଦିନିକିଆ, ୩ଟି ଟି-୨୦ ଏବଂ ୪ଟି ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଭାରତର ଅଷ୍ଟ୍ରେଲିଆ ଗସ୍ତ ନଭେମ୍ବର ୨୭ରେ ଦିନିକିଆ ଶୃଙ୍ଖଳାରୁ ଆରମ୍ଭ ହେବ। ଭାରତୀୟ ଦଳଙ୍କ ପ୍ରଥମ କରୋନା ରିପୋର୍ଟ ନେଗେଟିଭ୍ ଆସିବା ପରେ ଖେଳାଳି ଅଭ୍ୟାସ ଆରମ୍ଭ କଲେଣି।

 


Share It

Comments are closed.