ଦୁର୍ନୀତିରେ ଏସିଆରେ ସବୁଠାରୁ ଆଗରେ ରହିଛି ଭାରତ : ସର୍ଭେରେ ଦାବି


ଯଦି ଏସିଆର ସବୁଠାରୁ ଦୁର୍ନୀତିଗ୍ରସ୍ତ ଲୋକ ଯଦି କେଉଁଠି ଅଧିକ ଅଛନ୍ତି ତେବେ ତାହା ହେଉଛି ଭାରତରେ । ଏହା ଆମ ନୁହେଁ ବରଂ ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ ପକ୍ଷରୁ ହୋଇଥିବା ଏକ ସର୍ଭେରେ ଦାବି କରାଯାଇଛି। ଏହାର ସର୍ଭେ ଅନୁଯାୟୀ ଭାରତରେ ଲାଞ୍ଚର ହାର ୩୯ ପ୍ରତିଶତ ରହିଛି। ସର୍ଭେ ଅନୁଯାୟୀ ୪୭ ପ୍ରତିଶତ ଲୋକ କହିଛନ୍ତି ଯେ, ଦେଶରେ ଗତ ୧୨ ବର୍ଷରେ ଦୁର୍ନୀତି ହୁହୁ ହୋଇ ବଢିଛି । ଏହାସହ ୬୩ ପ୍ରତିଶତ ବିଶ୍ୱାସ କରୁଛନ୍ତି ଯେ, ସରକାର ଦୁର୍ନୀତି ରୋକିବାକୁ ଅନେକ ଚେଷ୍ଟା କରୁଛନ୍ତି । ଏହା ସତ୍ତ୍ୱେ ଭାରତରେ ଲାଞ୍ଚ କାରବାର ହାର ୩୯ ପ୍ରତିଶତ ବୋଲି ସର୍ଭେରେ କୁହାଯାଇଛି । ଯାହା ଏସିଆରେ ସର୍ବାଧିକ । ଏହାସହ ୪୬ ପ୍ରତିଶତ ସାଧାରଣ ଲୋକ କୌଣସି କାମ ପାଇଁ ବ୍ୟକ୍ତିଗତ ସମ୍ପର୍କକୁ ବ୍ୟବହାର କରିଥାନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି ।

ସର୍ଭେରେ ଆହୁରି କୁହାଯାଇଛି ଯେ, ଲାଞ୍ଚ ଦେଉଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୫୦ ପ୍ରତିଶତ । ୩୨ ପ୍ରତିଶତ ଲୋକ କହିଛନ୍ତି ଯେ, ବ୍ୟକ୍ତିଗତ ସମ୍ପର୍କକୁ ବ୍ୟବହାର ନକଲେ କାମ ହୁଏ ନାହିଁ ।

ଭାରତ ପରେ କମ୍ବୋଡିଆରେ ଲା଼ଞ୍ଚ କାରବାର ହାର ୩୭ ପ୍ରତିଶତ ରହିଛି । ଏହାପରେ ଇଣ୍ଡୋନେସିଆରେ ୩୦ ପ୍ରତିଶତ ରହିଛି । ମାଳଦ୍ୱୀପ ଓ ଜାପାନରେ ଏହା ସବୁଠାରୁ କମ୍ । ଏଠାରେ ଲାଞ୍ଚ କାରବାର ହାର ୨ ପ୍ରତିଶତ ଅଟେ ।

ସେହିପରି ଦକ୍ଷିଣ ଆଫ୍ରିକାରେ ୧୦ ପ୍ରତିଶତ, ନେପାଳରେ ୧୨ ପ୍ରତିଶତ ରହିଛି ଲାଞ୍ଚ ହାର । ଜାପାନରେ ସାର୍ବଜନୀନ ସେବା ପାଇବା ପାଇଁ ମାତ୍ର ୪ ପ୍ରତିଶତ ବ୍ୟକ୍ତିଗତ ସମ୍ପର୍କ ଉପରେ ଭରସା କରିଥାନ୍ତି । ଭାରତରେ ଏହି ସଂଖ୍ୟା ୪୬ ପ୍ରତିଶତ ଥିବା ବେଳେ ଇଣ୍ଡୋନେସିଆରେ ୩୬ ପ୍ରତିଶତ ଅଟେ ।

ବିଶ୍ୱ ଆର୍ଥିକ ମଞ୍ଚ ଜାନୁଆରୀରେ ଦାବୋସରେ ଟ୍ରାନ୍ସପରେନ୍ସୀ ଇଣ୍ଟରନ୍ୟାଶନାଲ ଦ୍ୱାରା ଜାରି କରିଥିବା ଏକ ରିପୋର୍ଟରେ ଦୁର୍ନୀତି ତାଲିକାରେ ଭାରତକୁ ୮୦ ରାଙ୍କରେ ରଖିଥିଲା । ୧୮୦ଟି ଦେଶକୁ ନେଇ ଏକ ରିପୋର୍ଟ ପ୍ରକାଶିତ ହୋଇଥିଲା ।

ଏହି ସର୍ଭେରେ ଏସିଆର ପ୍ରାୟ ୧୭ଟି ଦେଶର ୨୦ ହଜାର ଲୋକ ଭାଗ ନେଇଥିଲେ । ଜୁନରୁ ସେପ୍ଟମ୍ବର ମଧ୍ୟରେ ଏହି ସର୍ଭେ କରାଯାଇଥିଲା ।


Share It

Comments are closed.