ରୋହିତଙ୍କ ପ୍ରଶଂସାରେ କୋହଲି ଶତମୁଖ


ଭାରତ, ପାକିସ୍ତାନ ଠାରୁ ବୃହତ୍ତ ବିଜୟ ପରେ ଅଧିନାୟକ ବିରାଟ କୋହଲି ମ୍ୟାଚରେ ଶତକୀୟପାରି ଖେଳିଥିବା ରୋହିତ ଶର୍ମା ଏବଂ କୁଲଦୀପ ଯାଦବଙ୍କର ଖୁବ ପ୍ରଶଂସା କରିଥିଲେ । ଏହି ବିଜୟର ମୁଖ୍ୟ ନାୟକ ରୋହିତ ଶର୍ମା ଥିବାବେଳେ ସେ ଗତ କାଲିର ମ୍ୟାଚରେ ଖୁବ ସୁନ୍ଦର ପ୍ରଦର୍ଶନ ଦେଖାଇ ବ୍ୟକ୍ତିଗତ ସ୍କୋର ୧୪୦ ରନ ସଂଗ୍ରହ କରିଥିଲେ । ରୋହିତଙ୍କ ଏହି ପ୍ରଦର୍ଶନ ଯୋଗୁଁ ଭାରତ ପାକିସ୍ତାନ ସମ୍ମୁଖରେ ୩୩୬ ରନର ଏକ ବିଶାଳ ଟାର୍ଗେଟ ଦେଇଥିଲା ।
ଏହି ଅବସରରେ କୋହଲି କହିଥିଲେ ଯେ, “ରୋହିତ ପ୍ରଥମ ମ୍ୟାଚରେ ନିଜ ଦମରେ ଦଳକୁ ବିଜୟ ପ୍ରଦାନ କରାଇଥିବାବେଳେ ଦ୍ୱିତୀୟ ମ୍ୟାଚରେ ମଧ୍ୟ ରୋହିତଙ୍କ ପ୍ରୟାସରେ ଦଳ ବିଜୟ ଲାଭ କରିଥିଲା ଏବଂ ଆଜି ମଧ୍ୟ ରୋହିତ ଦନ ଥିଲା । ” ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “କୁଲଦୀପ ଏହି ମ୍ୟାଚରେ ଖୁବ ସୁନ୍ଦର ପ୍ରଦର୍ଶନ କରିଥିଲେ । ପାକିସ୍ତାନୀ ବ୍ୟାଟ୍ସମାନ କୁଲଦୀପଙ୍କ ଓଭରକୁ କିପରି ତୁରନ୍ତ ସାରିବେ ସେଥିପାଇଁ ଯଥା ସମ୍ଭବ ଚେଷ୍ଟା ଚଳାଇଥିଲେ । ଏହି ଭଳି ପରିସ୍ଥିତ ଯୋଗୁଁ ଆମେ ଖୁବ ସହଜରେ ଏଇ ମ୍ୟାଚରେ ବିଜୟ ଲାଭ କରିଥିଲୁ । କେବଳ ଏତିକି ନୁହେଁ କୁଲଦୀପ ଯେଉଁଭଳି ଭାବରେ ବାବରଙ୍କୁ ଆଉଟ କରିଥିଲେ ତାହା ଅତ୍ୟନ୍ତ ପ୍ରଶଂସନୀୟ । ”
ଅନ୍ୟ ପଟେ ରୋହିତ କହିଛନ୍ତି ଯେ, “ଏହି ମ୍ୟାଚରେ ଦଳ ଯେଉଁଭଳି ଭାବରେ ପ୍ରଦର୍ଶନ କରିଛି, ତାହା ଦେଖି ମୁଁ ବହୁତ ଖୁସି । ମୁଁ ଚଳିତ ମ୍ୟାଚରେ ଭଲ ପ୍ରଦର୍ଶନ କରିବି ସେହି ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲେ ଏବଂ ତାହା କରିଛି ମଧ୍ୟ । ”


Share It

Comments are closed.