ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୩୨ ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ


ଦେଶରେ ଗତ ୨୪ ଘଣ୍ଟାରେ ଆକ୍ରାନ୍ତ ସଂଖ୍ୟାରେ ରେକର୍ଡ ପରିମାଣରେ ବୃଦ୍ଧି ହୋଇଛି । ଗତ ୨୪ ଘଂଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୩୨ ହଜାର ୬୯୫ ନୂଆ ଆକ୍ରାନ୍ତ । ଗୋଟିଏ ଦିନରେ ଆକ୍ରାନ୍ତ ଚିହ୍ନଟରେ ଏହା ବର୍ତମାନ ସୁଦ୍ଧା ସର୍ବାଧିକ । ବର୍ତମାନ ସୁଦ୍ଧା ଦେଶରେ ଆକ୍ରାନ୍ତ ସଂଖ୍ୟା କେବେ ୩୨ ହଜାର ପାର କରିନଥିଲା । ସେହିପରି ଗତ ୨୪ ଘଂଟାରେ ସାରା ଦେଶରେ ଆଉ ୬୦୬ ଜଣଙ୍କ ଜୀବନ ଯାଇଛି କରୋନା ସଂକ୍ରମଣରେ । ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୨୪ ହଜାର ୯୧୫ ହୋଇଛି । ୩୨ ହଜାର ୬୯୫ ନୂଆ ଆକ୍ରାନ୍ତ ସହିତ ଦେଶରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୯ ଲକ୍ଷ ୬୮ ହଜାର ୮୭୬କୁ ବୃଦ୍ଧି ହୋଇଛି । ଦେଶରେ ଏବେ ୩ ଲକ୍ଷ ୩୧ ହଜାର ୧୪୬ ଆକ୍ଟିଭ୍ ମାମଲା ରହିଛି ।
ଚିକିତ୍ସା ପରେ ଡାକ୍ତରଖାନାରୁ ସୁସ୍ଥ ହୋଇ ଫେରିଛନ୍ତି ୬ ଲକ୍ଷ ୧୨ ହଜାର ୮୧୪ ଜଣ । ସେପଟେ ମହାରାଷ୍ଟ୍ର ଏବେ ବି ଦେଶର ସର୍ବାଧିକ ଆକ୍ରାନ୍ତ ଦେଶ ତାଲିକାରେ ରହିଛି । ମହାରାଷ୍ଟ୍ରରେ ଏବେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୭୫ ହଜାର ୬୪୦ ରହିଛି । କରୋନା ମୃତ୍ୟୁ ସଂଖ୍ୟା ମହାରାଷ୍ଟ୍ରରେ ୧୦ ହଜାର ୯୨୮ରେ ପହଁଚିଗଲାଣି ।


Share It

Comments are closed.