୨୪ ଘଂଟା ମଧ୍ୟରେ ଦେଶରେ ୪୩,୦୮୨ ନୂଆ ସଂକ୍ରମଣ ଚିହ୍ନଟ, ୪୯୨ ଜଣଙ୍କ ମୃତ୍ୟୁ


ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଂଟା ମଧ୍ୟରେ କରୋନାର ୪୩,୦୮୨ଟି ନୂତନ ମାମଲା ଚିହ୍ନଟ ହୋଇଥିବାବେଳେ ୪୯୨ ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ ସଂକ୍ରମଣ ମାମଲା ୯୩,୦୯,୭୮୮ ଓ ମୃତ୍ୟୁସଂଖ୍ୟା ୧୩୫, ୭୧୫ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୯,୩୭୯ଜଣ ଆକ୍ରାନ୍ତ ଚିକିତ୍ସିତ ହୋଇ ଫେରିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରେକର୍ଡ ଅନୁସାରେ, ସମ୍ପ୍ରତି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪୫୫, ୫୫୫। ସେହିଭଳି ଏବେ ସୁଦ୍ଧା ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୮୭, ୧୮, ୫୧୭ ଲକ୍ଷ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଆଜି କ୍ରମାଗତ ଦ୍ୱିତୀୟ ଦିନରେ ମଧ୍ୟ ଦିଲ୍ଲୀରେ କୋଭିଡ୍‌-୧୯ ଜନିତ ମୃତ୍ୟୁହାର ହ୍ରାସ ପାଇଥିବା ରେକର୍ଡ କରାଯାଇଛି। ଜାତୀୟ ରାଜଧାନୀ ଅଞ୍ଚଳରେ କରୋନାଭାଇରସ୍‌ ବିସ୍ତାର ରୋକିବା ନିମନ୍ତେ ପଦକ୍ଷେପସ୍ୱରୂପ ରାତ୍ରକାଳୀନ କର୍ଫ୍ୟୁ ଜାରି କରିବାକୁ ଦିଲ୍ଲୀ ସରକାର ବିଚାର କରୁଛନ୍ତି।


Share It

Comments are closed.