ଆରୋଗ୍ୟ କ୍ଷେତ୍ରରେ ଭାରତ ବିଶ୍ୱରେ ୧ ନମ୍ବର


କରୋନା ଆରୋଗ୍ୟ ହାର ଦୃଷ୍ଟିରୁ ଭାରତ ବିଶ୍ୱରେ ପ୍ରଥମ ସ୍ଥାନରେ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଭାରତରେ ଆରୋଗ୍ୟ ହାର ସମଗ୍ର ବିଶ୍ୱର ମୋଟ୍‍ ଆରୋଗ୍ୟ ହାରର ୧୯ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୪୩ ଲକ୍ଷ ୯୬ ହଜାର ସଂକ୍ରମିତ ଲୋକ ଆରୋଗ୍ୟ ହୋଇ ସାରିଲେଣି। ଆମେରିକାର ଆରୋଗ୍ୟ ହାର ୧୮ ଦଶମିକ ୭ ପ୍ରତିଶତ ଥିବା ବେଳେ ବ୍ରାଜିଲରେ ଆରୋଗ୍ୟ ହାର ୧୬ ଦଶମିକ ୯ ପ୍ରତିଶତ ଓ ରୁଷ୍‍ର ଶତକଡ଼ା ୪ ପ୍ରତିଶତ ରହିଛି। ଦେଶରେ ଆରୋଗ୍ୟ ହାର ଶତକଡ଼ା ୮୦ ଦଶମିକ ୧/୨ ଭାଗକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ଭିତରେ ୯୩ ହଜାରରୁ ଅଧିକ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏଥି ସହିତ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ହ୍ରାସ ପାଇ ମୋଟ୍‍ ସଂକ୍ରମଣର ଶତକଡ଼ା ୧୮ ଦଶମିକ ୨/୮ ଭାଗ ରହିଛି। ଗୋଟିଏ ଦିନରେ ୫୪ଲକ୍ଷ ୮୬ ହଜାର ୯୬୧ ଜଣ ସଂକ୍ରମିତ ହୋଇଛନ୍ତି। ଫଳରେ ଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ୧୦ ଲକ୍ଷକୁ ଅତିକ୍ରମ କରିଛି। କରୋନା ମୃତ୍ୟୁହାର ଦେଶରେ ୧ ଦଶମିକ ୬ ପ୍ରତିଶତ ରହିଛି ଯାହା ବିଶ୍ୱରେ ହାରାହାରି ମୃତ୍ୟୁହାର ତୁଳନାରେ ଯଥେଷ୍ଟ କମ୍‍।

ଗତ ୨୪ ଘଣ୍ଟା ଭିତରେ ୧ହଜାର ୩୪ ଜଣ ମୃତ୍ୟୁବରଣ କରିବାରୁ କୋବିଡ ମୃତ୍ୟୁସଂଖ୍ୟା ୮୭ ହଜାର ୮୮୨ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ଭିତରେ ୭ ଲକ୍ଷ ୩୧ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ଏଥିସହିତ ଏପର‌୍ୟ୍ୟନ୍ତ ୬ କୋଟି ୪୩ ଲକ୍ଷରୁ ଉର୍ଦ୍ଧ୍ୱ ନମୁନା ପରୀକ୍ଷା କରାଯାଇ ସାରିଲାଣି। ଦେଶରେ ୧ହଜାର ୭୭୪ଟି ପରୀକ୍ଷାଗାରରେ କରୋନା ନମୁନା ପରୀକ୍ଷା କରାଯାଉଛି। ସେଗୁଡ଼ିକ ମଧ୍ୟରେ ୧ ହଜାର ୬୨ଟି ସରକାରୀ ପରୀକ୍ଷାଗାର ଓ ୭୧୨ଟି ବେସରକାରୀ ପରୀକ୍ଷାଗାର ରହିଛି।


Share It

Comments are closed.