ଟିମ୍‌ ଇଣ୍ଡିଆକୁ ପୁଣି ଝଟକା, ଆହତ ହେଲେ ଶାର୍ଦୁଲ ଠାକୁର


ବାଂଲାଦେଶ ବିପକ୍ଷରେ ଖେଳାଯାଉଥିବା ତିନିଟି ୱାନ୍‌ଡେ ମ୍ୟାଚ୍‌ ସିରିଜ୍‌ରେ ଭାରତର ଚିନ୍ତା କମିବାର ନାଁ ନେଉନି। ପ୍ରଥମ ମୁକାବିଲାରେ ଆୟୋଜକ ଦଳଠୁ ହାରିବା ପରେ ପୁଣି ଇଣ୍ଡିଆ ଟିମ୍‌ ସାମ୍ନାରେ ନୂଆ ସମସ୍ୟା ଦେଖାଦେଇଛି। ଭାରତର ଷ୍ଟାର କ୍ରିକେଟର ଶାର୍ଦୁଲ୍‌ ଠାକୁର ଆହତ ହୋଇଛନ୍ତି ଓ ସେ ଦ୍ୱିତୀୟ ୱାନ୍‌ଡେରେ ଖେଳିବେ କି ନାହିଁ ସେନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ଯଦି ଶାର୍ଦୁଲ୍‌ ଠାକୁର୍‌ ଫିଟ୍‌ ନହେବେ ତାହେଲ ତାଙ୍କ ସ୍ଥାନରେ କ୍ରିକେଟର ଉମରାନ ମଲ୍ଲିକଙ୍କୁ ୧୧ ଜଣିଆ ପ୍ଲେଇଙ୍ଗ୍‌ ଟିମ୍‌ରେ ସୁଯୋଗ ମିଳିପାରେ।

ପ୍ରଥମ ୱାନ୍‌ଡେରେ ବ୍ୟାଟିଂ କଲା ବେଳେ ଶାର୍ଦୁଲ୍‌ ଠାକୁର ଆହତ ହୋଇଥିଲେ। ଶାର୍ଦୁଲଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଏବେ ଡାକ୍ତରି ଟିମ୍‌ ନଜର ରଖିଛନ୍ତି। ଟିମ୍‌ ମ୍ୟାନେଜ୍‌ମେଣ୍ଟ ଶାର୍ଦୁଲ୍‌ ଠାକୁରଙ୍କ ସହିତ କେହିବି ରିସ୍କ୍‌ ନେବା ପାଇଁ ଚାହୁଁନାହାନ୍ତି। ସେଥିପାଇଁ ମ୍ୟାଚ୍‌ ପୂର୍ବରୁ ଖେଳିବାକୁ ନେଇ ତାଙ୍କୁ କଲ୍‌ କରାଯିବ। କିନ୍ତୁ ଯଦି ଶାର୍ଦୁଲ୍‌ ୧୦୦ ପ୍ରତିଶତ ସୁସ୍ଥ ନହୁଅନ୍ତି ତାହେଲେ ତାଙ୍କୁ ୱାନ୍‌ଡେ ମ୍ୟାଚ୍‌ରୁ ବାହାର କରାଯିବ।

ଶାର୍ଦୁଲ୍‌ ଆହତ ହେବାପରେ ଟିମ୍‌ ସହିତ ଜଡ଼ିତ ଉମରାନ ମଲିକ ଖେଳିବା ପାଇଁ ପୁରା ପ୍ରସ୍ତୁତ ଅଛନ୍ତି। ଏହା ନିସନ୍ଦେହ ଯେ, ଶାର୍ଦୁଲ ଠାକୁର ନ ଖେଳିଲେ ଉମରାନଙ୍କୁ ପ୍ଲେଇଙ୍ଗ ୧୧ ଟିମ୍‌ରେ ନିଶ୍ଚିତ ସୁଯୋଗ ମିଳିବ।

ଟିମ୍‌ ମ୍ୟାନେଜ୍‌ମେଣ୍ଟ ସାମ୍ନାରେ ଅକ୍ଷର ପଟେଲ୍‌ଙ୍କ ଫିଟ୍‌ନେସ୍‌କୁ ନେଇ ମଧ୍ୟ ସମସ୍ୟା ଉପୁଜିଛି। ଅକ୍ଷର ପଟେଲ୍‌ ଠିକ୍‌ ହୋଇଛନ୍ତି, କି ନାହିଁ ସେନେଇ ଏବେବି, କିଛି ସଠିକ ଖବର ସାମ୍ନାକୁ ଆସିନି। ମ୍ୟାଚ୍‌ର ଠିକ୍‌ ପୂର୍ବରୁ ଅକ୍ଷର ଖେଳିବେକି ନାହିଁ ତାହା ନିଷ୍ପତ୍ତି ନିଆଯିବ। ଯଦି ଅକ୍ଷର ପଟେଲ୍‌ ସୁସ୍ଥ ହେଉଛନ୍ତି ତାହେଲେ ସେ ପ୍ଲେଇଙ୍ଗ ୧୧ ଟିମ୍‌ରେ ଶାହବାଜ ଅହମ୍ମଦଙ୍କ ସ୍ଥାନ ନେବେ।

ଏହା ବ୍ୟତିତ ଦ୍ୱିତୀୟ ୱାନ୍‌ ଡେରେ କେଏଲ ରାହୁଲ୍‌, ୱିକେଟ୍‌ କିପିଙ୍ଗ କରିବେ ବୋଲି ଜଣାପଡ଼ିଛି। ଋଷଭ ପନ୍ତଙ୍କୁ ମଧ୍ୟ ଟିମ୍‌ରେ ଖେଳିବାର ସୁଯୋଗ ମିଳିବନି। ଋଷଭ ପନ୍ତ ବାଂଲାଦେଶ ବିରୋଧରେ ଟେଷ୍ଟ ସିରିଜ୍‌ ଖେଳିବେକି ନାହିଁ ଏହାର ନିଷ୍ପତ୍ତି ପରେ ନିଆଯିବ।


Share It

Comments are closed.