ଭାରତ ସମର୍ଥନରେ ବାହାରିଲେ ପାକିସ୍ତାନୀ ପ୍ରଶଂସନ, ନାସିର ହୁସେନଙ୍କ ମୁହଁ କଲେ ଚୁପ


ଆସନ୍ତା ରବିବାର ଦିନ ବିଶ୍ୱକପରେ ଭାରତ ଏବଂ ଆୟୋଜକ ଇଂଲଣ୍ଡ ମଧ୍ୟରେ ହାଇଭୋଲଟେଜ ମ୍ୟାଚ ଖେଳାଯିବାକୁ ଅଛି । ତେବେ ଏହି ମ୍ୟାଚ ପୂର୍ବରୁ ସୋସିଆଲ ମିଡିଆରେ ଏକ ଅଦ୍ଭୁତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକି ଅତ୍ୟନ୍ତ ବିରଳ । ତେବେ ଘଟଣାଟି କଣ ଆସନ୍ତୁ ଜାଣିବା ।
ବିଶ୍ୱକପରେ ଏହି ହାଇଭୋଲଟେଜ ମ୍ୟାଚ ଖେଳାଯିବା ପୂର୍ବରୁ ଇଂଲଣ୍ଡ କ୍ରିକେଟ ଟିମର ପୂର୍ବତ୍ତନ ଅଧିନାୟକ ‘ନାସିର ହୁସେନ’, ନିଜ କଥା ଛଳରେ ‘ରବିବାର ମ୍ୟାଚରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରୁ ପାକିସ୍ତାନୀ କାହାକୁ ସମର୍ଥନ କରିବେ ’ ? ବୋଲି କହିକି ପ୍ରଶନ କରିଥିଲେ ।
ଏହାର ପ୍ରତିଉତ୍ତରରେ ପାକିସ୍ତାନୀ କଡା ପ୍ରତିକ୍ରିୟା ମଧ୍ୟ ଦେଇଥିଲେ, ଯାହାକି ବର୍ତ୍ତମାନ ଚର୍ଚ୍ଚାର ବିଷୟ ସହ ଏକ ବିରଳ ଦୃଶ୍ୟ ମଧ୍ୟ ପାଲଟିଛି । ପ୍ରଥମ ଥର ପାଇଁ ଭାରତର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ଏହି ବିଶ୍ୱକପରେ ଭାରତ ସପକ୍ଷରେ ବାହାରି ଇଂଲଣ୍ଡର ଏହି କିମ୍ବଦନ୍ତୀ କ୍ରିକେଟରଙ୍କ ମୁହଁ ଚୁପ କରିଦେଇଛନ୍ତି ।
କେବଳ ପାକିସ୍ତାନୀ ପ୍ରଶଂସକ ନୁହନ୍ତି, ଇଂଲଣ୍ଟର ପୂର୍ବତ୍ତନ କ୍ରିକେଟର କେଭିନ ପିଟରସନ ମଧ୍ୟ ନାସିରଙ୍କୁ ଓଲଟା ପ୍ରଶ୍ନ କରିଥିଲେ, “ତୁମେ ଏହି ମ୍ୟାଚରେ କାହାକୁ ସମର୍ଥନ କରିବ ।”
ତେବେ ଦେଖନ୍ତୁ ଟ୍ୱିଟରରେ ନାସିରଙ୍କୁ ରିଟୁଇଟ କରିଥିବା କେତେକ ପାକିସ୍ତାନୀଙ୍କ ପ୍ରତିକ୍ରିୟା ସଂପର୍କରେ


Share It

Comments are closed.