ଭାରତ-ନେପାଳ ମଧ୍ୟରେ ପୁଣି ଦେଖା ଦେଲା ସୀମା ବିବାଦ


ଭାରତ-ନେପାଳ ବିବାଦୀୟ ସୀମା ନିକଟରେ ଭାରତୀୟ ଅଧିକାରୀମାନେ(ଇଣ୍ଡିଆନ ଆର୍ମି ଅଫିସର) ନେପାଳ ଅଧିକାରୀଙ୍କ ସହ ଆଲୋଚନା ପାଇଁ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା। ନେପାଳର ନାଗରିକମାନେ ସେଠାରେ ଅଧିକ ମାତ୍ରାରେ ଏକତ୍ରିତ ହୋଇ ଅଧିକାରୀମାନଙ୍କୁ ଦେଖି କ୍ରୋଧିତ ମନୋଭାବ ଦେଖାଇଥିବା ଜଣାପଡିଛି। ବିବାଦୀୟ ଜମି ନେପାଳର ଏକ ଅଂଶ ବୋଲି ଦାବି କରି ନେପାଳର ନାଗରିକମାନେ ମଧ୍ୟ ଭାରତ ବିରୋଧରେ ପ୍ରବଳ କ୍ରୋଧ ପ୍ରକାଶ କରିଥିଲେ। ସେ କହିଛନ୍ତି ଯେ, ଯେଉଁ ଜମିରେ ତାରବାଡ ପାଇଁ ସ୍ତମ୍ଭ ପୋତି ଦିଆଯାଇଛି ତାହା ବିବାଦୀୟ ନୁହେଁ ବରଂ ନେପାଳର ଅଟେ।
ଭାରତ ପକ୍ଷରୁ ଏହି ଜମିକୁ ନେଇ ବିବାଦ ଲାଗି ରହିଛି ଏବଂ ନେପାଳର ଜମି ଦଖଲ କରିବାକୁ ଚେଷ୍ଟା କରାଯାଉଛି। ଭାରତୀୟ ପାର୍ଶ୍ୱରୁ ଅଧିକାରୀ ଏବଂ କିଛି ଗଣମାଧ୍ୟମ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ କେହି ନଥିଲେ, କିନ୍ତୁ ବିବାଦୀୟ ସ୍ଥାନ ନିକଟରେ ଅଧିକାରୀମାନେ ପହଞ୍ଚିବା ମାତ୍ରେ ନେପାଳର ଦଶହଜାର ଲୋକ ସେଠାରେ ଏକତ୍ରିତ ହୋଇ ଭାରତକୁ ବିରୋଧ କରିବାକୁ ଲାଗିଲେ।


Share It

Comments are closed.