ଇତିହାସରେ ଏକ ନୂଆ ଫର୍ଦ ସୃଷ୍ଟି କଲା ବିରାଟ ବାହିନୀ


ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ସିରିଜର ଶେଷ ଟେଷ୍ଟ ମ୍ୟାଚ ବର୍ଷା ଯୋଗୁଁ ବନ୍ଦ କରାଇଦିଆଯାଇଛି । ଭାରତୀୟ ଦଳ ଏହି ସିରିଜରେ ୨-୧ରେ ଆଗୁଆ ରଖି ସିରିଜକୁ କବଜା କରିନେବା ସହ ଅଷ୍ଟ୍ରେଲିଆ ମାଟିରେ ଇତିହାସ ମଧ୍ୟ ରଚିଛି । ଭାରତ ୭୨ ବର୍ଷ ପରେ କଙ୍ଗାରୁଙ୍କ ଘରୋଇ ମାଟିରେ ପସି ଏହି ଇତିହାସ ରଚିଛି ।
ସେପଟେ ସିଡନୀ ଟେଷ୍ଟରେ ୧୯୩ ରନ ସଂଗ୍ରହ କରି ଚେତେଶ୍ୱର ପୂଜାରା ମ୍ୟାଚ ଅଫ ଦି ମ୍ୟାଚ ଘୋଷିତ ହୋଇଥିବାବେଳେ ମ୍ୟାନ ଅଫ ଦ ସିରିଜ ମଧ୍ୟ ପୂଜାରା ହାସଲ କରିଛନ୍ତି । ପୂଜାରା ଏହି ଚାରୋଟି ଟେଷ୍ଟ ମ୍ୟାଚରେ ୫୨୧ ରନ ସଂଗ୍ରହ କରିଥିଲେ ।
ଭାରତ ୭୨ ବର୍ଷରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ କୌଣସି ଏକ ଟେଷ୍ଟ ସିରିଜରେ ବିଜୟ ହାସଲ କରିଛି । ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଭାରତୀୟ ଦଳ ଏହି ଟେଷ୍ଟ ଜିତିବାରେ ସକ୍ଷମ ହୋଇଛି । ବିରାଟ କୋହଲୀଙ୍କ ଅଧିନାୟକତ୍ୱରେ ଭାରତ ପ୍ରଥମ ଥର ପାଇଁ ଏହି ନୂଆ ଇତିହାସ ସୃଷ୍ଟି କରିଛି ।
ପ୍ରକାଶ ଥାଉକି ଭାରତୀୟ ଦଳ ୧୯୪୭ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲା । ଯାହାର ଅଧିନାୟକତ୍ୱ ଅମରନାଥ ନେଇଥିଲେ । ସେହି ୫ଟିକିଆ ମ୍ୟାଚ ବିଶଷ୍ଟ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ଭାରତକୁ ୪-୦ରେ ହରାଇଥିଲା । ସେବେଠାରୁ ଭାରତ ଅଷ୍ଟ୍ରେଲିଆରେ କୌଣସି ବି ଏକ ଟେଷ୍ଟ ସିରିଜ ଜିତି ନାହିଁ । ୧୯୪୭ ପର ଠାରୁ ଭାରତ ଅଷ୍ଟ୍ରେଲିଆରେ ୧୨ଟି ଟେଷ୍ଟ ସିରିଜ ଖେଳିଛି, ଯେଉଁଥିରେ ୮ଟି ପରାଜୟ ବରଣ କରିଛି ।
ଏବେ ଅଷ୍ଟ୍ରେଲିଆରେ, ଭାରତ ଏଇ ଟେଷ୍ଟ ସିରିଜରେ ବିଜୟ ହାସଲ କରି ଏକ ନୂଆ ଇତିହାସ ସୃଷ୍ଟି କରିଛି ।


Share It

Comments are closed.