ଜିଏସଟି ଦରରେ ଭାରତ ଦ୍ୱିତୀୟ ସର୍ବୋଚ୍ଚ ରାଷ୍ଟ୍ର – ବିଶ୍ୱ ବ୍ୟାଙ୍କ


ନୂଆ ଦିଲ୍ଲୀ – ବିଶ୍ୱ ବ୍ୟାଙ୍କ ପକ୍ଷରୁ ମିଳିଥିବା ଏକ ସୂଚନା ଅନୁଯାଇ ଜିଏସଟି ଦରରେ ଭାରତ ହେଉଛି ଦ୍ୱିତୀୟ ସର୍ବୋଚ୍ଚ ରାଷ୍ଟ୍ର । ଏଥିରେ ଆହୁରୀ ମଧ୍ୟ ଦର୍ଶାଯାଇଛି ଯେ, ଭାରତର ଜିଏସଟିରେ ସବୁଠାରୁ ଅଧିକ ପେଞ୍ଚ ରହିଛି ।

ଗତ ବର୍ଷ ଜୁଲାଇ ପହିଲାରୁ ଦେଶରେ ଜିଏସଟି ଲାଗୁ କରାଯାଇଥିଲା । ଏଥିରେ ଟିକସ ଆଦାୟ ୪ଟି ଶ୍ରେଣୀ ୫%,୧୨%, ୧୮%, ୨୮%,ଧାର୍ଯ୍ୟ ହୋଇଛି । ଏହା ଛଡା ଟିକସ ମୁକ୍ତ ସାମଗ୍ରୀକୁ ୦% ‘ଶୂନ ପ୍ରତିଶତରେ ସାମିଲ କରାଯାଇଛି । ସାମଗ୍ରୀ ଏବଂ ସେବା ଏହି ଶ୍ରେଣୀରେ ସାମିଲ ହୋଇଛି । ବିଶ୍ୱ ବ୍ୟାଙ୍କ ପକ୍ଷରୁ ଭାରତର ଜିଏସଟି ଦରକୁ ୧୧୫ଟି ଦେଶ ସହିତ ତୁଲନା କରାଯାଇଛି । ବର୍ଷରୁ ୨ ଥର ପ୍ରକାଶିତ ହୋଇଥିବା ‘ଇଣ୍ଡିଆ ଡେଭଲପମେଣ୍ଟ ଅପଡେଟ’ ରିପୋର୍ଟରେ କୁହାଯାଇଛି, ୧୧୫ ଟି ଦେଶ ମଧ୍ୟରୁ ୪୯ଟି ଦେଶରେ ଗୋଟିଏ ପ୍ରକାରର ଟିକସ ବ୍ୟବସ୍ଥା ରହିଛି । ସେହିପରି ୨୮ ଟି ଦେଶରେ ୨ ପ୍ରକାରର ସ୍ଲାପ ରହିଛି । ତେବେ ୫ ପ୍ରକାର ଟିକସ ସ୍ଲାପ ମଧ୍ୟରେ ଭାରତ ରହିଛି । ଭାରତ ସମେତ ଏହି ତାଲିକାରେ ଇଟାଲୀ, ଲକ୍ସେମବର୍ଗ, ପାକିସ୍ତାନ, ଘାନା ରହିଛି । ଏହି ଦେଶମାନଙ୍କ ମଧ୍ୟରୁ ଭାରତକୁ ଛାଡି ଦେଲେ ଆନ୍ୟ ଦେଶମାନଙ୍କର ଅର୍ଥନୀତି ଅବସ୍ଥା ସମ୍ପୂର୍ଣ୍ଣ ଘାଇଲା ହୋଇଗଲାଣି । ରେପୋର୍ଟ ଅନୁଯାଇ ଭାରତରେ ଟିକସ ଫେରସ୍ତ ବ୍ୟବସ୍ଥା ଅତ୍ୟନ୍ତ ଧୀମା । ଯାହାକି ଭବିଷ୍ୟତରେ ଅର୍ଥନୀତ ଉପରେ ଖରାପ ପ୍ରଭାବ ପକାଇପାରେ । କିନ୍ତୁ ଆନ୍ତର୍ଜାତିକ ବଜାରରେ ଭାରତପ୍ରତି ଭଲ ନଜର ରହିଥିବାରୁ ଏହା ଭବିଶ୍ୟତରେ ନିଜର ସ୍ଥିତି ସଧାରି ନେଇପାରେ ବୋଲି ଆଶା ବ୍ୟକ୍ତ କରାଯାଉଛି


Share It

Comments are closed.