କ୍ରୁନାଲଙ୍କ ପରେ ଏବେ ଚହଲ ଏବଂ କେ. ଗୌତମ ହେଲେ କରୋନାରେ ଆକ୍ରାନ୍ତ


ଟିମ୍ ଇଣ୍ଡିଆର ସ୍ପିନର ଯୁଜବେନ୍ଦ୍ର ଚହଲ ଓ କୃଷ୍ଣପ୍ପା ଗୌଥମ କରୋନା ପଜିଟିଭ। ଏହି ଦୁଇ ଖେଳାଳି ଶ୍ରୀଲଙ୍କା ଗସ୍ତରେ ଯାଇ ଟିମ୍ ଇଣ୍ଡିଆ ପାଇଁ ଖେଳିଥିଲେ। ଯୁଜଭେନ୍ଦ୍ର ଚହଲ ଓ କୃଷ୍ଣପ୍ପା ଗୌଥମ ଅଲାରାଉଣ୍ଡର କ୍ରୁନାଲପାଣ୍ଡ୍ୟାଙ୍କ ସମ୍ପର୍କରେ ଥିଲେ। ପାଣ୍ଡ୍ୟା ୨୭ ଜୁଲାଇରେ କରୋନା ପଜିଟିଭ ହୋଇଥିଲେ। ଚହଲ ଓ ଗୌତମଙ୍କ ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, ପୃଥିବୀ ଶ, ମନିଷ ପାଣ୍ଡେ ଓ ଇଶାନ କିଶନ୍ ମଧ୍ୟ କ୍ରୁନାଲଙ୍କ ଯୋଗାଯୋଗରେ ଥିଲେ। ତେବେ ତାଙ୍କର ରିପୋର୍ଟ ନେଗେଟିଭ ଆସିଥିଲା। ଏହି ସମସ୍ତ ଖେଳାଳି ଶ୍ରୀଲଙ୍କା ବିରୋଧରେ ଦ୍ୱିତୀୟ ଟି-୨୦ ଟିମ୍ ଇଣ୍ଡିଆର ଅଂଶ ନଥିଲେ।

କ୍ରୁନାଲ କରୋନା ପଜିଟିଭ ଜଣାପଡିବା ପରେ ଭାରତ ଓ ଶ୍ରୀଲଙ୍କା ଭିତରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଘୁଞ୍ଚାଇ ଦିଆଯାଇଥିଲା। ଏହି ମୁକାବିଲା ୨୭ ଜୁଲାଇରେ ହେବାର ଥିଲା, ଯାହାକି ପରେ ୨୮ ଜୁଲାଇରେ ଖେଳା ଯାଇଥିଲା। କଲୋମ୍ବୋରେ ଖେଳାଯାଇଥିବ ସିରିଜର ଦ୍ୱିତୀୟ ଟି-୨୦ ଟିମ୍ ଇଣ୍ଡିଆ ୪ଟି ୱିକେଟରେ ହାରି ଯାଇଥିଲେ। ଭାରତ ପୂର୍ବରୁ ବ୍ୟାଟିଂ କରି ୧୩୨ ରନ୍‌ରେ ୫ଟି ୱିକେଟ ହରାଇଥିଲା। ଏହାପରେ ଶ୍ରୀଲଙ୍କା ୧୯.୪ ଓଭରରେ ୬ ୱିକେଟ ହରାଇ କ୍ଷତି ଉପରେ ଲକ୍ଷକୁ ପାଇଥିଲେ। ଭାରତ ପକ୍ଷରୁ ଏହି ମ୍ୟାଚ୍‌ରେ ୪ ଖେଳାଳି ଡେବ୍ୟୁ କରିଥିଲେ। ସେମାନଙ୍କ ଭିତରେ ଦେବଦତ୍ତ ପାଡିକ୍କଲ, ନୀତୀଶ ରାଣା, ଋତୁରାଜ ଗାଏକଓ୍ବାଡ, ଚେନ୍ନ ସକାରିୟା ସାମିଲ ଅଛନ୍ତି।


Share It

Comments are closed.