ସମୁଦାୟ ୬ଟି ପଦକ ହାସଲ କରି ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ଷଷ୍ଠ ସ୍ଥାନ ହାସଲ


ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଭାରତୀୟ ଭାରଉତ୍ତୋଳନକାରୀମାନେ ଦେଶକୁ ସ୍ୱର୍ଣ୍ଣ ପଦକ ଭେଟି କରିଛନ୍ତି । ପ୍ରଥମେ ମୀରାବାଇ ଚାନ୍ନୁ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ପରେ ୧୯ ବର୍ଷୀୟ ଜେରେମି ଲାଲରିନନୁଙ୍ଗା ୬୭ କିଗ୍ରା ପୁରୁଷ ବର୍ଗରେ, ଅଚିନ୍ତ ଶିଉଳି ମଧ୍ୟ ଗୋଟିଏ ଲେଖାଏଁ ସ୍ୱର୍ଣ୍ଣପଦକ ଜିତିଛନ୍ତି । ଏହି ଭାବେ ଭାରତର ସମୁଦାୟ ସ୍ୱର୍ଣ୍ଣପଦକ ସଂଖ୍ୟା ୩ରେ ପହଞ୍ଚିଛି । ସେହିପରି ବିନ୍ଦିୟାରାଣୀ ଦେବୀ ମହିଳା ୫୫ କିଗ୍ରା ବର୍ଗରେ ରୌପ୍ୟ ପଦକ ଏବଂ ଗୁରୁରାଜା ପୂଜାରୀ ୬୧କିଗ୍ରା ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହିପରି ଭାବେ ସମୁଦାୟ ଭାରତର ପଦକ ୬ରେ ପହଞ୍ଚିଛି ଏବଂ ଭାରତ ୬ଷ୍ଠ ସ୍ଥାନରେ ପହଞ୍ଚିଛି ।


Share It

Comments are closed.