କୋଭିଡ୍‌-୧୯ ସମୟରେ ଟେଲିକମ୍ ସେବାକୁ ଭାରତର ସମର୍ଥନ


ଭୁବନେଶ୍ୱର: ସିଓଏଆଇ-ଆଇଏମ୍‌ସି ଓ ଏରିକ୍‌ସନ ପକ୍ଷରୁ ଆୟୋଜିତ ଏକ ମିଳିତ ୱେବିନାର୍‌ରେ, ଭାରତୀୟ ଉପଭୋକ୍ତାମାନେ ସାଧାରଣ କାର୍ଯ୍ୟ ପାଇଁ ମୋବାଇଲ ଡାଟା ବ୍ୟବହାର କ୍ଷେତ୍ରରେ ଟେଲିକମ୍ କ୍ଷେତ୍ରକୁ ଏକ ବିଶ୍ୱାସନୀୟ ସଂସ୍ଥା ଭାବେ ଦେଖୁଥିବା ଉଲ୍ଲେଖ କରାଯାଇଛି । ଏହି ରିପୋର୍ଟରେ ପ୍ରକାଶ କରାଯାଇଛି ଯେ, ୬୦ରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଓ ଭାରତରେ କୋଭିଡ୍‌-୧୯ ସଂକ୍ରମଣ ଦ୍ୱାରା ବ୍ୟାପକ ରୂପେ ପ୍ରଭାବିତ ହୋଇଥିବା ଲୋକମାନେ ସହମତ ହୋଇଛନ୍ତି ଯେ, ନିର୍ଭରଯୋଗ୍ୟ ଭିଡିଓ କଲିଙ୍ଗ୍ ସେମାନଙ୍କୁ ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଏହି ସଙ୍କଟ ସମୟରେ ଯୋଗାଯୋଗରେ ରହିବାରେ ସାହାଯ୍ୟ କରିଛି ।
ଏହି ରିପୋର୍ଟର ଫଳାଫଳରେ ଉଲ୍ଲେଖ କରାଯାଇଛି ଯେ, ଭାରତରେ ଆଇସିଟି ସ୍ଥିରତା ଉପଭୋକ୍ତାମାନଙ୍କୁ ସମସ୍ୟା ଦୂର କରିବାରେ ସହଯୋଗ କରିବା ସହ ପ୍ରମାଣ କରିଥିଲା ଯେ, ଟ୍ରାଫିକ୍ ବୃଦ୍ଧି ସତ୍ୱେ ଟେଲିକମ୍ ନେଟ୍‌ୱର୍କଗୁଡିକ ମଜଭୁତ ରହିଛି । ଭାରତରେ କୋଭିଡ୍‌-୧୯ ମହାମାରୀ ସମୟରେ ଦୈନନ୍ଦିନ କାର୍ଯ୍ୟ ସମୟରେ ନିମ୍ନଲିଖିତ ଗତିବିଧିଗୁଡିକୁ ସର୍ବାଧିକ ପ୍ରତିଶତର ପ୍ରତିକ୍ରିୟା ମିଳିଥିଲା । ଯେଉଁଥିରେ ୮୦% ସହମତ ହୋଇଥିଲେ ଯେ, କନେକ୍ଟିଭିଟି ଓ ଡିଭାଇସ୍‌ଗୁଡିକ ସେମାନଙ୍କୁ ନିଜ ପରିବାର ଓ ବନ୍ଧୁମାନଙ୍କ ସହ ସଂଯୋଗରେ ରହିବାରେ ସାହାଯ୍ୟ କରିଛି, ୭୭% ବିଶ୍ୱାସ କରନ୍ତି ଯେ, ଏହା ସେମାନଙ୍କ ପିଲାମାନଙ୍କୁ ଅନ୍‌ଲାଇନ୍ ଶିକ୍ଷା ହାସଲ କରିବାରେ ସାହାଯ୍ୟ କରୁଛି ଏବଂ ସମାନ ସଂଖ୍ୟକ ଲୋକଙ୍କ ମତରେ ଏହା ଘରୁ ସେମାନଙ୍କର ଚାକିରି ଦାୟିତ୍ୱ ସମ୍ପନ୍ନ କରିବାରେ ତାଙ୍କୁ ସାହାଯ୍ୟ କରିଥିଲା । ସେହିପରି ୭୫% ଲୋକଙ୍କ ମତରେ, ଏହା ସେମାନଙ୍କ ପିଲାମାନଙ୍କୁ ମନୋରଞ୍ଜନ ପ୍ରଦାନ କରିବା ଓ ନିୟୋଜିତ ରଖିବାରେ ସାହାଯ୍ୟ କରିଥିଲା ଏବଂ ୬୫% ଲୋକ ବିଶ୍ୱାସ କରୁଛନ୍ତି ଯେ, ଟେଲିକମ୍ ସେବାଗୁଡିକ ମାନସିକ ସ୍ୱାସ୍ଥ୍ୟ ଓ ସୁସ୍ଥତାରେ ଉନ୍ନତି କ୍ଷେତ୍ରରେ ଏକ ସମର୍ଥନ ଭଳି କାମ କରୁଥିଲା ।
ଏହି ରିପୋର୍ଟ ଫଳାଫଳଗୁଡିକୁ ସିଓଏଆଇ-ଆଇଏମ୍‌ସି ଓ ଏରିକ୍‌ସନ ପକ୍ଷରୁ ମିଳିତ ଭାବେ ଆୟୋଜିତ ଏକ ୱେବିନାର୍‌ରେ ପ୍ରକାଶ କରାଯାଇଥିଲା, ଯେଉଁଥିରେ ଟେଲିକମ ବିଭଭାଗର ଅନେକ ପ୍ରମୁଖ ବ୍ୟକ୍ତିତ୍ୱ ଯୋଗ ଦେଇଥିଲେ । ଏହି ଅଧିବେଶନକୁ ସିଓଏଆଇର ଡାଇରେକ୍ଟର ଜେନେରାଲ ରଞ୍ଜନ ଏସ୍‌. ମାଥ୍ୟୁସ୍ ପରିଚାଳନା କରିଥିଲେ । ଏହି ୱେବିନାର୍ ସମୟରେ ନିଜର ମତ ସେୟାର କରି ସିଓଏଆଇର ଡିଜି ରଞ୍ଜନ ମାଥ୍ୟୁସ୍ କହିଥିଲେ ଯେ, “ଆମେ ଖୁବ୍ ଆନନ୍ଦିତ ଯେ, ଏହି ଟେଲିକମ୍ କ୍ଷେତ୍ର ଜନସଂଖ୍ୟାର ବୃହତ୍ ଭାଗକୁ ସଂଯୋଗରେ ରଖିବା ଓ ଦେଶକୁ ଏହି ଆହ୍ୱାନପୂର୍ଣ୍ଣ ସମୟରେ ଗତିଶୀଳ ରଖିବା ସୁନିଶ୍ଚିତ କରିଛି ।” ସେହିଭଳି ଏରିକ୍‌ସନ୍ ଇଣ୍ଡିଆର ଏମ୍‌ଡି ଓ ହେଡ୍ ଅଫ୍ ନେଟ୍‌ୱର୍କ ସଲ୍ୟୁସନ୍ସ ଫର୍ ମାର୍କେଟ୍ ଏରିଆ ସାଉଥ୍ ଇଷ୍ଟ ଏସିଆ, ଓସିନିଆ ଆଣ୍ଡ ଇଣ୍ଡିଆ ଶ୍ରୀଯୁକ୍ତ ନିତିନ୍ ବଂଶଲ କହିଛନ୍ତି ଯେ, “ବର୍ତମାନ ଏରିକ୍‌ସନର ବିଶ୍ୱବ୍ୟାପୀ ୪୦ଟି ଲାଇଭ୍ ୫ଜି ନେଟ୍‌ୱର୍କ ରହିଛି ଏବଂ ୨୦୨୫ ସୁଦ୍ଧା ବିଶ୍ୱର ୫୦% ମୋବାଇଲ ଡାଟା ଟ୍ରାଫିକ୍ ୫ଜି ନେଟ୍‌ୱର୍କରେ ହେବ ବୋଲି ଆମେ ଅନୁମାନ କରୁଛୁ । ଭାରତ ୫ଜି ବିବର୍ତନ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ତୂଲାଇବା ପାଇଁ ପ୍ରସ୍ତୁତ ହୋଇଛି ଏବଂ ଆମେ ଆଶା କରୁଛୁ ଯେ, ୨୦୨୫ ସୁଦ୍ଧା ଭାରତର ୧୮% ମୋବାଇଲ ସବ୍‌ସ୍କ୍ରିପ୍‌ସନ ୫ଜି ଦ୍ୱାରା ଗଠନ ହେବ ।”


Share It

Comments are closed.