ଭାରତ ଫିଫା ଅଣ୍ଡର-୧୭ ମହିଳା ବିଶ୍ୱ କପ ଇଣ୍ଡିଆ ୨୦୨୨ ପାଇଁ ପ୍ରସ୍ତୁତ , ୧୩ଟି ଟିମ ଦ୍ୱାରା ସ୍ଥାନ ସୁରକ୍ଷିତ


ଭାରତ ପକ୍ଷରୁ ପ୍ରଥମଥର ଫିଫା ମହିଳା ଟୁର୍ଣ୍ଣାମେଂଟର ଆୟୋଜନ ଲାଗି ପ୍ରସ୍ତୁତି ଶେଷ ହୋଇଛି । ଏବଂ ଏହି ଟୁର୍ଣ୍ଣାମେଂଟ ଚଳିତ ବର୍ଷ ଅକ୍ଟୋବରରେ ଅନୁଷ୍ଠିତ ହେବାକୁ ଥିବା ଫିଫା ଅଣ୍ଡର-୧୭ ମହିଳା ବିଶ୍ୱ କପ ଇଣ୍ଡିଆ ୨୦୨୨ ଲାଗି ୧୬ଟି ଟିମ ସେମାନଙ୍କ ପଥ ପରିସ୍କାର କରିଛନ୍ତି ।
ଚଳିତ ମାସରେ ୟୁଇଏଫଏ ମହିଳା ଅଣ୍ଡର-୧୭ ଚାମ୍ପିୟନସିପର ପରିସମାପ୍ତି ପରେ ତିନୋଟି ୟୁରୋପିଆନ ଦେଶ ଭାରତକୁ ହୋଷ୍ଟ କରିବା ପାଇଁ ଯୋଗ ଦେଇଛନ୍ତି, ଚୀନ ପିଆର, ଜାପାନ, ନିୟୁଜିଲାଣ୍ଡ, ୟୁଏସଏ, କାନାଡା, ମେକ୍ସିକୋ, ବ୍ରାଜିଲ, ଚିଲ୍ଲି ଏବଂ କଲମ୍ବିଆ ଭାରତରେ ଫିଫା-ଅଣ୍ଡର୧୭ ମହିଳା ବିଶ୍ୱ କପ ପାଇଁ ପ୍ରସ୍ତୁତ ହୋଇଛନ୍ତି । ଏହାସହ ଆହୁରି ତିନୋଟି ଅଂଶଗ୍ରହଣକାରୀ ଦଳ ହେବା ପାଇଁ ସିଏଏଫର ଆସୋସିଏସନ ସଦସ୍ୟ –କ୍ୟାମେରୁନ, ଇଥିଓପିଆ, ନାଇଜେରିଆ, ଘାନା ଏବଂ ମୋରୋକ୍କୋ ମଧ୍ୟରେ ପ୍ରତିଯୋଗିତା ହେବ ।
ସେମାନଙ୍କ ପ୍ରତିଯୋଗୀଙ୍କ ପକ୍ଷ ଏକସଙ୍ଗେ ଉନ୍ନୁଖ ହେବ ଯେବେ ଫିଫା ଅଣ୍ଡର-୧୭ ମହିଳା ବିଶ୍ୱ କପ ଇଣ୍ଡିଆ ୨୦୨୨ ଅଧିକୃତଭାବେ ଜୁରିକରେ ୨୪ଜୁନ ୨୦୨୨ରେ ଅନୁଷ୍ଠିତ ହେବ ।
ୟୁଇଏଫଏ ମହିଳା ଅଣ୍ଡର-୧୭ ଚାମ୍ପିୟନସିପର ବିଜେତା ଜର୍ମାନୀ ଏବଂ ରନର୍ସ ଅପ ସ୍ପେନ ଫାଇନାଲ ପାଇଁ ଭାରତକୁ ସେମାନଙ୍କ ଯାତ୍ରା ନିଶ୍ଚିନ୍ତ କରିସାରିଲେଣି । ଯେବେକି ଫ୍ରାନ୍ସ ନିଜର ସ୍ଥାନ ଟୁର୍ଣ୍ଣାମେଂଟରେ ନେଦରଲ୍ୟାଣ୍ଡକୁ ପ୍ଲେ-ଅଫ ମ୍ୟାଚରେ ହରାଇ ତୃତୀୟକୁ ନିଶ୍ଚିନ୍ତ କରିଛି ।
ବ୍ରାଜିଲ ଏବଂ କଲମ୍ବିଆନ ପକ୍ଷ ଭାରତକୁ ଯାତ୍ରା କରିବାର ଉତ୍ସାହ ସୋସିଆଲ ମିଡିଆରେ ଦେଖାଇସାରିଛନ୍ତି, ଫ୍ରେଞ୍ଚ କୋଚ ସିସଲି ଲୋକାଟେଲି ସେମାନଙ୍କ ଟିମ ପକ୍ଷରୁ କହିଛନ୍ତି ଯେ, “ବିଶ୍ୱ କପରେ ଅଂଶଗ୍ରହଣ କରିବା ଖେଳାଳିମାନଙ୍କ ପାଇଁ ଏକ ମହାନ ଅବସର ଅଟେ । ଆମେ କେବଳ ୨୦୧୨ରେ ଜିତିଥିବା ବିଶ୍ୱ କପ ବିଷୟରେ ଚିନ୍ତା କରିବା ଉଚିତ – ବହୁ ଖେଳାଳି ଆର୍ନ୍ତଜାତୀୟ ସ୍ତରରେ ଆମ୍ଭମାନଙ୍କୁ ପ୍ରତିନିଧିତ୍ୱ କରୁଛନ୍ତି । ଏହା ଏକ ବିରାଟ ଅନୁଭୂତି ଏବଂ ସମସ୍ତ ଷ୍ଟାଫ ଏବଂ କୋଚ ମାନଙ୍କ ପାଇଁ ଏକ ଭଲ ପ୍ରତିଯୋଗିତା କିପରି ସେମାନଙ୍କ ଯୁବ ଖେଳାଳିମାନଙ୍କୁ ସେମାନଙ୍କ ଅଗ୍ରଗତିରେ ସାହାଯ୍ୟ କରିବେ ।”
କାନାଡିଆନ ଖେଳାଳି କାର୍ଲେ ଲୋଗନ ନିଜର ଉତ୍ସାହ ବ୍ୟକ୍ତ କରି ଫିଫା ଅଣ୍ଡର-୧୭ ମହିଳା ବିଶ୍ୱ କପ ଇଣ୍ଡିଆ ୨୦୨୨ ସମ୍ପର୍କରେ କହିଛନ୍ତି ଯେ, “କ୍ୱାଲିଫାଏ କରିଥିବାରୁ ଆମ୍ଭେମାନେ ଅତ୍ୟନ୍ତ ଖୁସି । ଆମ୍ଭେମାନେ ପିଫା ବିଶ୍ୱ କପରେ ଖେଳିବାର ସୁଯୋଗ ପାଇଥିବାରୁ ଉଭୟ ଅନ ଏବଂ ଅଫ ପିଚରେ କଠିନ ପରିଶ୍ରମ କରିବୁ ।”
ଫିଫା ଅଣ୍ଡର-୧୭ ମହିଳା ବିଶ୍ୱ କପ ଇଣ୍ଡିଆ ୨୦୨୨, ଭୁବନେଶ୍ୱର, ଗୋଆ ଏବଂ ନବି ମୁମ୍ବାଇରେ ୧୧ରୁ ୩୦ ଅକ୍ଟୋବର ୨୦୨୨ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ।


Share It

Comments are closed.