ଦିନିକିଆରେ ୫୦୦ ମ୍ୟାଚ ଜିତିବାର ବିରଳ ରେକର୍ଡ ହାସଲ କଲା ଭାରତ


ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜର ଦ୍ୱିତୀୟ ଦିନିକିଆରେ ଘରୋଇ ଦଳ ଅଷ୍ଟ୍ରେଲିଆକୁ ୮ ରନ ପରାସ୍ତ କରିବା ସହ ଦିନିକିଆରେ ସମୁଦାୟ ୫୦୦ଟି ମ୍ୟାଚ ବିଜୟ କରିବାର ଏକ ବିରଳ ରେକର୍ଡ ହାସଲ କରିଛି । ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ୯୬୩ଟି ଦିନିକିଆ ମ୍ୟାଚ ଖେଳିଥିବାବେଳେ ସେଥି ମଧ୍ୟରୁ ଦଳ ୫୦୦ଟିରେ ବଜୟ ଏବଂ ୪୨୮ଟି ମ୍ୟାଚରେ ପରାଜୟ ବରଣ କରିଛି ।
ଦୁଇ ଥର ବିଶ୍ୱକପ ବିଜେତା ଏହି ଭାରତୀୟ ଦଳ ଅଷ୍ଟ୍ରେଲିଆ ବିରୋଧରେ ୧୩୩ଟି ମ୍ୟାଚ ଖେଳିଥିବାବେଳେ ସେଥିମଧ୍ୟରୁ ୪୯ଟିରେ ବିଜୟ ୭୪ଟି ମ୍ୟାଚରେ ପରାଜୟ ବରଣ କରିଛି । ସେହିଭଳି ଦଳ ୱେଷ୍ଟଇଣ୍ଡିଜ ବିପକ୍ଷରେ ୧୨୬ଟି ମ୍ୟାଚ ଖେଳିଥିବାବେଳେ ୫୨ଟିରେ ବିଜୟ ଏବଂ ୬୨ଟି ମ୍ୟାଚରେ ପରାଜୟ ବରଣ କରିଛି ।
ତେବେ ଆସନ୍ତୁ ଜାଣିବା କେଉଁ ଦେଶ କେତୋଟି ଦିନିକିଆ ଜିତିଛି
ଅଷ୍ଟ୍ରେଲିଆ – ୧୯୭୧-୨୦୧୯ – ୯୨୪ (ମ୍ୟାଚ)- ୫୫୮(ବିଜୟ)- ୩୨୩ (ହାର)
ଭାରତ – ୧୯୭୪-୨୦୧୯ – ୯୬୩ (ମ୍ୟାଚ)- ୫୦୦(ବିଜୟ)- ୪୨୮(ହାର)
ପାକିସ୍ତାନ – ୧୯୭୩-୨୦୧୯ – ୯୦୭ (ମ୍ୟାଚ)- ୪୭୯(ବିଜୟ)- ୪୦୧(ହାର)
ୱେଷ୍ଟଇଣ୍ଡିଜ – ୧୯୭୩-୨୦୧୯ – ୭୯୩ (ମ୍ୟାଚ)- ୩୯୦(ବିଜୟ)- ୩୬୫(ହାର)
ଦକ୍ଷିଣ ଆଫ୍ରିକା – ୧୯୯୧-୨୦୧୯ – ୬୦୬ (ମ୍ୟାଚ)- ୩୭୪(ବିଜୟ)- ୨୧୦(ହାର)
ଇଂଲଣ୍ଡ – ୧୯୭୧-୨୦୧୯ – ୭୨୬ (ମ୍ୟାଚ)- ୩୬୨(ବିଜୟ)- ୩୩୦(ହାର)
ନ୍ୟୁଜିଲାଣ୍ଡ – ୧୯୭୩-୨୦୧୯ – ୭୫୮ (ମ୍ୟାଚ)- ୩୪୨(ବିଜୟ)- ୩୭୦(ହାର)


Share It

Comments are closed.