ଭାରତ ଗସ୍ତରେ ଚୀନ ରାଷ୍ଟ୍ରପତି


ଚୀନ ରାଷ୍ଟ୍ରପତି ଜିନପିଙ୍ଗ ୧୧ ଅକ୍ଟୋବରରେ ଭାରତ ଗସ୍ତରେ ଆସୁଥିବାବେଳେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମଧ୍ୟରେ ଉଭୟ ଦେଶକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ, ବାଣିଜିକ ଏବଂ କ୍ଷେତ୍ରିୟ ସମ୍ବନ୍ଧିୟ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ନେଇ ଏକ ଶୀର୍ଷକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ବୋଲି ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ମନ୍ତ୍ରାଳୟ ପକ୍ଷରୁ ସୂଚନା କୁହାଯାଇଛି ଯେ, “ପ୍ରଧାନମନ୍ତ୍ରୀଙ୍କ ଆମନ୍ତ୍ରଣ ଦ୍ୱାରା ‘ପିପୁଲସ ରିପବ୍ଲିକ ଅଫ ଚାଇନା’ର ମୁଖ୍ୟ ଜିନପିଙ୍ଗ, ଭାରତ ସହ ଅନଔପଚାରିକ ଶିଖର ବୈଠକ ପାଇଁ ୧୧-୧୨ ଅକ୍ଟୋବରରେ ଚେନ୍ନାଇ ଆସୁଛନ୍ତି । ଏହି ଶିଖର ବୈଠକ ଚେନ୍ନାଇସ୍ଥିତ ଉପକୂଳବର୍ତ୍ତୀ ଐତିହାସିକ ସହର ମମଲାପୁରମରେ ଆୟୋଜିତ ହେବ । ” ମନ୍ତ୍ରଳାୟ ପକ୍ଷରୁ ଆହୁରୀ ମଧ୍ୟ ସୂଚନା ଦିଆଯାଇଛି, “ଏହି ବୈଠକ ଦ୍ୱାରା ଉଭୟ ଦେଶର ସମୂହ ବିକାଶ ପାଇଁ ଆଲୋଚନା କରାଯିବ । ”


Share It

Comments are closed.