ହକିର ଯାଦୁଗର ଧ୍ୟାନ ଚାନ୍ଦଙ୍କ କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଦେଇ ଜାତୀୟ କ୍ରୀଡ଼ା ଦିବସ ପାଳିତ


ଭୁବନେଶ୍ୱର, ଅଗଷ୍ଟ୨୯, ୨୦୨୪: ପ୍ରତିବର୍ଷ ଅଗଷ୍ଟ୨୯ତାରିଖ ଦିନ ହକିର ଯାଦୁଗର ଭାବେ ପରିଚିତ ତଥା ହକି କିଦମ୍ବନ୍ତୀ ଧ୍ୟାନ ଚାନ୍ଦଙ୍କ ଜନ୍ମ ଜୟନ୍ତୀକୁ ସାରା ଦେଶରେ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଇଥାଏ। କ୍ରୀ୍‌ଡ଼ା ପ୍ରତି ତାଙ୍କ ଅତୁଳନୀୟ ଅବଦାନ ପ୍ରତି ଏହା ଏକ ସମ୍ମାନ ହୋଇଥିବା ବେଳେ ଦେଶର ସାମାଜିକ ଓ ସାଂସ୍କୃତିକ ଦୃଶ୍ୟପଟ୍ଟରେ କ୍ରୀଡ଼ାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଉଛି।

ଭାରତରେ କ୍ରୀଡ଼ାର ଏକ ଦୀର୍ଘ ଓ ସମୃଦ୍ଧି ଇତିହାସ ରହିଛି ଯାହା ପ୍ରାଚୀନ କାଳରୁ ଚାଲିଆସିଛି। କବାଡ଼ି, ଖୋ-ଖୋ ଓ କୁସ୍ତି ଭଳି ପାରମ୍ପରିକ କ୍ରୀଡ଼ା ଭାରତର ସାଂସ୍କୃତିକ ଭାବଧାରା ସହ ଗଭୀର ଭାବେ ଜଡ଼ିତ ରହିଛି। ଦେଶରେ ବ୍ରିଟିଶ ଶାସନ ଆରମ୍ଭ ହେବା ପରେ କ୍ରିକେଟ୍‌, ଫୁଟବଲ୍ ଓ ହକି ଭଳି ପାଶ୍ଚାତ୍ୟ କ୍ରୀଡ଼ା ଭାରତରେ ଲୋକପ୍ରିୟତା ହାସଲ କରିଥିଲା। ମାତ୍ର, ଭାରତକୁ ଏକ ଶିଳ୍ପ ସମୃଦ୍ଧି ଓ ଆତ୍ମ ନିର୍ଭର କରିବାରେ ନିଜ ବାପା ଜାମସେତଜୀ ଟାଟାଙ୍କ ସ୍ୱପ୍ନ ଆଧାରରେ ମୁଳଦୁଆ ପଡ଼ିଥିବା ଟାଟା ଷ୍ଟିଲ୍‌ର ନେତୃତ୍ୱ ନେଉଥିବା ସାର ଦୋରାବ୍ ଟାଟା ଭାରତକୁ ବିଶ୍ୱ କ୍ରୀଡ଼ା ସ୍ତରରେ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

୧୯୨୦ ଓ ୧୯୨୪ ଅଲିମ୍ପିକ୍ ପାଇଁ ଭାରତର ଅଂଶଗ୍ରହଣକୁ ପ୍ରାୟୋଜିତ କରି ଆନ୍ତର୍ଜାତିକ କ୍ରୀଡ଼ାରେ ଭାରତର ସଫଳତାର ମୁଳଦୁଆ ପକାଇଥିଲେ ସାର୍ ଦୋରାବ୍ ଟାଟା। ହକିରୁ ଭାରତର ପ୍ରଥମ ଅଲିମ୍ପିକ୍ ଗୋଲ୍ଡ ମେଡାଲ୍ ୧୯୨୮ରେ ଆସିଥିଲା ଓ ସେହି ଖେଳରେ ଭାରତ ଦୀର୍ଘ ଦଶନ୍ଧି ପର୍ଯ୍ୟନ୍ତ ପ୍ରାଧାନ୍ୟ ବିସ୍ତାର କରି ରଖିଥିଲା। ଏହାର ପରବର୍ତୀ ସମୟରେ ଭାରତୀୟ କ୍ରୀଡ଼ାରେ ଉଲ୍ଲେଖନୀୟ ଅଗ୍ରଗତି ଓ ବିବିଧତା ଦେଖିବାକୁ ମିଳିଥିଲା। ମିଲ୍‌ଖା ସିଂହ, ପିଟି ଉଷା ଏବଂ ନିକଟରେ ମେରି କମ୍‌, ପି ଭି ସିନ୍ଧୁ ଓ ନୀରଜ ଚୋପ୍ରାଙ୍କ ଭଳି ଖେଳାଳୀ ଜାତୀୟ ସ୍ତରରେ ପ୍ରଦଶର୍ନ କରି ଭାରତକୁ ଗୌରବାନ୍ୱିତ କରିଛନ୍ତି।

ଘରୋଇ ପୁଞ୍ଜିନିବେଶର ଗୁରୁତ୍ୱକୁ ଭଲ ଭାବେ ଜାଣିପାରି ଭାରତର କର୍ପୋରେଟ୍ ଜଗତ କ୍ରୀଡ଼ାର ପ୍ରସାର ଦିଗରେ ପ୍ରତ୍ୟକ୍ଷ ଭୂମିକା ଗ୍ରହଣ କରିଛି। ୧୯୦୭ରେ ଶୁଭାରମ୍ଭ ହେବା ପରଠାରୁ ଟାଟା ଷ୍ଟିଲ୍ ଭଳି କମ୍ପାନି ଭାରତୀୟ କ୍ରୀଡ଼ାର ଅଭିବୃ୍‌ଦ୍ଧିକୁ ସମର୍ଥନ କରିବାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଛି। ଉଭୟ ତୃଣମୂଳ ଓ ଉଚ୍ଚ ସ୍ତରରେ କ୍ରୀଡ଼ା ବିକାଶର ଏକ ସ୍ଥାୟୀ ସମର୍ଥକ ଭାବେ ଟାଟା ଷ୍ଟିଲ୍ ନିରନ୍ତର କାର୍ଯ୍ୟ କରିଆସୁଛି।

ଜାମେସଦପୁର ସ୍ଥିତ ଟାଟା ଷ୍ଟିଲ୍ ଆ୍‌ଥଲେଟିକ୍ ଏକାଡେମି ବହୁ ସଂଖ୍ୟକ ପ୍ରତିଭାବାନ କ୍ରୀଡ଼ାବିତ୍ ସୃଷ୍ଟି କରିଛିି। ୧୯୮୭ରେ ସ୍ଥାପନ ହୋଇଥିବା ଟାଟା ଫୁଟବଲ୍ ଏକାଡେମି ଯୁବ ଫୁଟବଲ୍ କ୍ରୀଡ଼ାବିତ୍‌ଙ୍କୁ ସମୃଦ୍ଧ କରୁଥିବା ବେଳେ ସେମାନଙ୍କ ଭିତରୁ ଅନେକ ଆନ୍ତର୍ଜାତିକ ସ୍ତରରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି।

ଏହି ସବୁ ଏକାଡେମି ସ୍ଥାପନ କରିବା ବ୍ୟତୀତ କ୍ରୀଡ଼ା ସଂସ୍କୃତିକୁ ସୁଦୃଢ଼ କରିବା ଏବଂ କ୍ରୀଡ଼ାରେ ଅଂଶଗ୍ରହଣ ବଢ଼ାଇବା ଲାଗି ଟାଟା ଷ୍ଟିଲ୍ ପକ୍ଷରୁ ପ୍ରତ୍ୟକ୍ଷ ଭାବେ ଟାଟା ଷ୍ଟିଲ୍ କୋଲକାତା ମାରାଥନ ଓ ଟାଟା ଷ୍ଟିଲ୍ ଚେସ୍ ଇଣ୍ଡିଆ ଟୁର୍ଣ୍ଣାମେଂଟ୍ ଭଳି ବିଭିନ୍ନ କ୍ରୀଡ଼ା କାର୍ଯ୍ୟକ୍ରମ ଓ ଟୁର୍ଣ୍ଣାମେଂଟ୍ ଆୟୋଜନ କରାଯାଉଛି।
ଏହି ଯାତ୍ରାରେ ଟାଟା ଷ୍ଟିଲ୍ ସମେତ ଭାରତର କର୍ପୋରେଟ୍ ଜଗତର ପ୍ରତ୍ୟକ୍ଷ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଉତ୍କର୍ଷ ହାସଲ ଲାଗି କ୍ରୀଡ଼ାବିତଙ୍କୁ ଦରକାର ଭିତିଭୂମି ଓ ସହାୟତା ଏହି ନିବେଶ ଓ ଅଭିଯାନଗୁଡ଼ିକ ପ୍ରଦାନ କରିଛି। ବିଶ୍ୱ କ୍ରୀଡ଼ା ମଂଚରେ ଭାରତ ନୂତନ ମାଇଲଖୁଂଟ ହାସଲ ଜାରି ରଖିଥିବା ବେଳେ ସରକାର, ଘରୋଇ କ୍ଷେତ୍ର ଓ କ୍ରୀଡ଼ା ସଂଗଠନଗୁଡ଼ିକର ମିିଳିତ ଉଦ୍ୟମ ପ୍ରତିଭାମାନଙ୍କୁ ସମୃଦ୍ଧ ଓ ପ୍ରସାର କରିବାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି।

କ୍ରୀଡ଼ାରେ ଉନ୍ନତମାନର ହେବା ପାଇଁ ଭାରତ ଗୁରୁ୍‌ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଥିବା ବେଳେ ସମାଜରେ ଏକତା, ପ୍ରେରଣା ଓ ସକାରାତ୍ମକ ପରିବର୍ତନ ଆଣିବାରେ କ୍ରୀଡ଼ାର ରହିଥିବା ଶକ୍ତିକୁ ଏହି ଦିବସ ଆମକୁ ମନେ ପକାଇ ଦେଉଛି।


Share It

Comments are closed.