‘ଅଭିନନ୍ଦନ’ଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନକୁ ନେଇ ଉତ୍ସବମୁଖର ଆଜି ଭାରତ


ଆଜି ପାକିସ୍ତାନ, ଭାରତୀୟ ବାୟୁ ସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ମୁକ୍ତ କରୁଛି । ଆଜି ଅପରାହ୍ନ ୨ଟା ବେଳେ ପାକିସ୍ତାନରୁ ଭାରତୀୟ ୱିଙ୍ଗ କମାଣ୍ଡ ‘ଅଭିନନ୍ଦନ’ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ । ତାଙ୍କର ଏହି ପ୍ରତ୍ୟାବର୍ତ୍ତନକୁ ନେଇ ସାରା ଦେଶ ବର୍ତ୍ତମାନ ଆଜି ଉତ୍ସବମୁଖର ହୋଇ ପଡିଛି । ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ଦେଶପ୍ରେମୀ ଠାରୁ ଆରମ୍ଭ କରି ଅନେକ ବିଶିଷ୍ଟ ବ୍ୟକ୍ତି ଓ ଅନେକ ଜନ ସାଧାରଣ ତ୍ରିରଙ୍ଗା ପତକା ଧରି ତାଙ୍କୁ ପଛୋଟି ନେବା ପାଇଁ ବର୍ତ୍ତମାନ ଠାରୁ ଭିଡ ଜମାଇଲେଣି ।
ମିଳିଥିବା ସୂଚନା ମୁତାବକ ତାଙ୍କୁ ସ୍ୱାଗତ କରିବା ପାଇଁ ବାୟୁ ସେନାର ଏକ ସ୍ୱତନ୍ତ୍ର ଟିମ ମଧ୍ୟ ବର୍ଡରରେ ଜାଇକି ପହଞ୍ଚିଥିବାବେଳେ ସେଠାରେ ତାଙ୍କ ମାତା ପିତା ମଧ୍ୟ ଅଭିନନ୍ଦନଙ୍କୁ ସ୍ୱାଗତ ଜଣାଇବା ପାଇଁ ଉପସ୍ଥିତ ରହିବେ ।
ସେପଟେ ତାଙ୍କର ସ୍ୱଦେଶ ପ୍ରତ୍ୟାବର୍ତ୍ତନକୁ ନେଇ ସୀମା ଏବଂ ‘ୱାଘା ବର୍ଡର’ରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଇ ଦିଆଯାଇଛି ।
ପ୍ରକାଶ ଥାଉକି ଗତ ବୁଧବାର, ଭାରତୀୟ ସୀମାକୁ ପଶି ଆସିଥିବା ପାକିସ୍ତାନୀ ଯୁଦ୍ଧ ବିମାନ ଏଫ-୧୬କୁ ଧ୍ୱଂସ କରିବାକୁ ଯାଇ ଭାରତୀୟ ୱିଙ୍ଗ କମାଣ୍ଡର ଅଭିନନ୍ଦନ ପାକିସ୍ତାନ ଏୟାରସ୍ପେସ ସୀମା ଭିତରକୁ ଭୁଲ ବଶତଃ ପଶିଯାଇଥିଲେ । ଯାହା ଫଳରେ ସେଠାରେ ତାଙ୍କୁ ପାକିସ୍ତାନୀ ସେନା କାବୁ କରିନେଇଥିଲେ । ଏହା ପରେ ଭାରତର ଚାପ ଆଗରେ ପାକିସ୍ତାନ ନତ ମସ୍ତକ ହୋଇ ଶେଷରେ ଅଭିନନ୍ଦନକୁ ମୁକ୍ତ କରିବା ପାଇଁ ନିଷ୍ପତି ନେଇଥିଲା ।


Share It

Comments are closed.