ଦକ୍ଷିଣ ଆଫ୍ରିକାକୁ ୧୬ ରନ୍‌ରେ ହରାଇ ସିରିଜ କବଜା କଲା ଭାରତ


ଗୁଆହାଟୀରେ ଇଣ୍ଡିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତର ଜିତାପଟ ହୋଇଛି । ଦକ୍ଷିଣ ଆଫ୍ରିକାକୁ ଧରାଶାୟୀ କରିଛି ଟିମ୍‌ ଇଣ୍ଡିଆ । ଦକ୍ଷିଣ ଆଫ୍ରିକାକୁ ୧୬ ରନ୍‌ରେ ହରାଇଛି ଭାରତ । ଏଠାରେ ଖେଳା ଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଆକର୍ଷଣୀୟ ବ୍ୟାଟିଂ କରିଥିଲା। ସୂର୍ଯ୍ୟକୁମାର ଯାଦବ ଓ ବିରାଟ କୋହଲିଙ୍କ ପାଳିର ଦମ୍‌ରେ ଭାରତ ୨୩୭ର ବଡ଼ ସ୍କୋର କରି ପାରିଥିଲା । ସାଉଥ୍‌ ଆଫ୍ରିକାକୁ ଏହି ମ୍ୟାଚ୍‌ ଜିତିବାକୁ ଓ ସିରିଜର ସମାନ ସ୍ତରରେ ରହିବା ପାଇଁ ୨୩୮ କରିବାକୁ ଥିଲା।

ଟିମ୍‌ ଇଣ୍ଡିଆ ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିଲା ଏବଂ ଆରମ୍ଭରୁ ନିଜର ଲକ୍ଷ୍ୟ ସ୍ପଷ୍ଟ କରି ଥିଲା । ପ୍ରଥମେ କେଏଲ୍‌ ରାହୁଲ ଓ ରୋହିତ ଶର୍ମାଙ୍କର ଯୋଡ଼ି ଆଫ୍ରିକା ଉପରେ ଜୋରଦାର ଆକ୍ରମଣ କରିଥିଲେ । ଏହାପରେ ସୂର୍ଯ୍ୟକୁମାର ଯାଦବ ଓ ବିରାଟ କୋହଲି କିଛି ଏମିତି କମାଲ କଲେ ଯାହା ସାମ୍ନାରେ ଦକ୍ଷିଣ ଆଫ୍ରିକା ଆଣ୍ଠେଇବା ନଜର ଆସିଲା । ସୂର୍ଯ୍ୟକୁମାର ମାତ୍ର ୨୨ ବଲ୍‌ରୁ ୬୧ ରନ କରିଥିବା ବେଳେ କେଏଲ ରାହୁଲ ୨୮ ବଲ୍‌ରୁ ୫୭ ରନର ଧୂଆଁଧାର ଇନିଂସ ଖେଳିଥିଲେ। ବିରାଟ କୋହଲି ୪୯ ରନର ଅପରାଜିତ ଇନିଂସ ଖେଳିଥିବା ବେଳେ ରୋହିତ ଶର୍ମା ୪୩ ରନ କରିଥିଲେ ।


Share It

Comments are closed.