ଶାସ୍ତ୍ରି ଏବଂ କୋହଲି ସମୟରେ ବନ୍ଦ ହୋଇଯାଇଥିବା ପ୍ରଥାକୁ ପୁଣିଥରେ ଆରମ୍ଭ କଲେ ଦ୍ରାବିଡ-ରୋହିତ


ଟିମ୍ ଇଣ୍ଡିଆ ଶୁକ୍ରବାର ନ୍ୟୁଜିଲାଣ୍ଡ ବିପକ୍ଷ ରାଞ୍ଚି ଟି-୨୦ ମ୍ୟାଚ୍ ଜିତିଛି। ଏହା ସହିତ ଭାରତ ତିନୋଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ ୨-୦ ଆଗୁଆ ରହିଛି। ଏବେ ତୃତୀୟ ମ୍ୟାଚ୍ କୋଲକାତାରେ ଖେଳାଯିବ। ରାଞ୍ଚି ଟି-୨୦ ଆଇପିଏଲରେ ସମସ୍ତଙ୍କ ନଜର ଏଥର ହର୍ଷଲ ପଟେଲଙ୍କ ଉପରେ ଥିଲା। କାରଣ ଡେବ୍ୟୁ କରିଛନ୍ତି ଓ ପ୍ରଥମ ମ୍ୟାଚ୍ ଆରମ୍ଭ ହେବା ଆଗରୁ ପୂର୍ବତନ କ୍ରିକେଟର ଅଜିତ ଆଗରକର ତାଙ୍କୁ ଟିମ୍ ଇଣ୍ଡିଆର କ୍ୟାନ୍ ଦେଇଥିଲେ। ଏହି ପ୍ରଥାକୁ ନେଇ ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କର ଏକ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ମ୍ୟାଚ୍‌ରେ କମେଣ୍ଟ୍ରି ସମୟରେ ସୁନିଲ ଗାଭାସ୍କର କହିଥିଲେ, ରାହୁଲ ଦ୍ରାଭିଡ୍ ପୁଣିଥରେ ସେହି ପ୍ରଥା ଆରମ୍ଭ କରିଦେଇଛନ୍ତି। ତାହା ହେଲା ଡେବ୍ୟୁ କରିଥିବା ଖେଳାଳି ପୂର୍ବତନ ଭାରତୀୟ କ୍ରିକେଟର ଟିମ୍ ଇଣ୍ଡିଆକୁ କ୍ୟାପ୍ ଦେଇଥାନ୍ତି।

ପୂର୍ବତନ କ୍ରିକେଟର ଗାଭାସ୍କର କହିଛନ୍ତି, ଅନିଲ କୁମ୍ବଲେ ଏହି ପ୍ରଥା ଆରମ୍ଭ କରିଥିଲେ। ଏହା ଅନୁସାରେ, ପୂର୍ବତନ ଖେଳାଳି ପଡିଆରେ ଥିଲେ ସେ ତାଙ୍କର କ୍ୟାପ୍ ଦେଇଥାନ୍ତି। ଏସବୁ କୋହଲି ଓ ଶାସ୍ତ୍ରୀଙ୍କ ସମୟରେ ବନ୍ଦ ହୋଇଯାଇଥିଲା, କିନ୍ତୁ ଏବେ ରାହୁଲ ଦ୍ରାଭିଡ୍ ଏହାକୁ ପୁଣିଥରେ ଆରମ୍ଭ କରିଛନ୍ତି।


Share It

Comments are closed.