ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଲା ଇଂଲଣ୍ଡ


ଭାରତ ଓ ଇଂଲଣ୍ଡ ମଧ୍ୟରେ ଶୁକ୍ରବାର ଦ୍ୱିତୀୟ ଦିନିକିଆ ଖେଳାଯିବ । ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ବାରତ ୧-୦ରେ ଆଗୁଆ ରହିଛି । ଦ୍ୱିତୀୟ ଦିନିକିଆ ଜିତି ଦଳ ସିରିଜ୍ ବିଜୟ ଲକ୍ଷ୍ୟରେ ରହିବ । ସେହିପରି ଇଂଲଣ୍ଡ ମଧ୍ୟ ମ୍ୟାଚ୍ ବଞ୍ଚାଇବାକୁ ଲଢେଇ କରିବ ।

ତେବେ ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ଇଂଲଣ୍ଡ । ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର୍ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ପ୍ରଥମେ ଭାରତ ବ୍ୟାଟିଂ କରିବ ।

ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡ ଏକ ବିଜୟ ସୁଯୋଗ ହାତଛଡ଼ା କରିଥିଲା । ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବା ସତ୍ତେ୍ୱ ଇଂଲଣ୍ଡ ଜିତିବାରେ ବିଫଳ ହୋଇଥିଲା । ଓପନର ମାନେ ୧୩୫ ରନ୍‌ର ଭାଗିଦାରୀ ଗଠନ କରିବା ପରେ ମଧ୍ୟଭାଗ ବ୍ୟାଟ୍ସମ୍ୟାନମାନେ ବିଫଳ ହେବାରୁ ଇଂଲଣ୍ଡକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଶୁକ୍ରବାର ବ୍ୟାଟ୍ସମ୍ୟାନମାନେ ତ୍ରୁଟି ସୁଧାରିଲେ ଇଂଲଣ୍ଡ ବିଜୟ ହାସଲ କରିପାରିବ ।
ସମ୍ଭାବ୍ୟ ଭାରତୀୟ ଦଳ: ରୋହିତ ଶର୍ମା,ଶିଖର ଧାୱନ, ବିରାଟ କୋହଲି(ଅଧିନାୟକ), ସୂର୍ଯ୍ୟକୁମାର ଯାଦବ/ରିଶଭ ପନ୍ତ, ଲୋକେଶ ରାହୁଲ, କୃନାଲ ପାଣ୍ଡ୍ୟା, ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ସର୍ଦୁଲ ଠାକୁର, ୟୁଝବେନ୍ଦ୍ର ଚହଲ/କୁଲଦୀପ ଯାଦବ,ପ୍ରସିଦ୍ଧ କ୍ରିଷ୍ଣା ।

ସମ୍ଭାବ୍ୟ ଇଂଲଣ୍ଡ ଦଳ: ଜାସନ ରୟ, ଜନି ବେୟାରଷ୍ଟୋ, ବେନ ଷ୍ଟୋକ୍ସ, ଲାଏମ ଲିଭିଙ୍ଗଷ୍ଟୋନ୍‌, ଜୋସ ବଟଲର(ଅଧିନାୟକ), ଦାୱିଦ ମଲାନ, ମୋଇନ ଅଲି, ସାମ କୁରାନ, ଟମ କୁରାନ, ଆଦିଲ ରସିଦ,ମାର୍କ ଉଡ୍‌ ।


Share It

Comments are closed.