ଭାରତକୁ ବଡ ଝଟକା, ଆହାତ କାରଣରୁ ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜ୍‌ରୁ ବାଦ ହେଲେ ମହମ୍ମଦ ଶାମି


ବାଂଲାଦେଶ ବିପକ୍ଷ ତିନୋଟି ମ୍ୟାଚ୍‌ର ଓ୍ବାନଡେ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ଜୋରଦର ଝଟକା ଲାଗିଛି। ଅନୁଭବୀ ଦୃତ ବୋଲର ମହମ୍ମଦ ଶାମି ଆଘାତ କାରଣରୁ ଏହି ଓ୍ବାନଡେ ସିରିଜ୍‌ରୁ ବାହାର ହୋଇଯାଇଛନ୍ତି। ଶାମିଙ୍କ ଏହି ଆଘାତ କାନ୍ଧରେ ଲାଗିଥିଲା। ବିସିସିଆଇ ଟ୍ବିଟ୍‌ କରି ଏ ବିଷୟରେ ସୂଚନା ଦେଇଛନ୍ତି। ବାଂଲାଦେଶ ଗସ୍ତରେ ଭାରତକୁ ତିନୋଟି ଓ୍ବାନଡେ ଓ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିଛି। ଓ୍ବାନଡେ ସିରିଜର ଆରମ୍ଭ ୪ ଡିସେମ୍ବର ଅର୍ଥାତ ରବିବାର ହେଉଛି।

ବିସିସିଆଇର ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ଯେ, ଦୃତ ବୋଲର ମହମ୍ମଦ ଶାମିଙ୍କୁ ବାଂଲାଦେଶ ବିପକ୍ଷ ଓ୍ବାନଡେ୍ ସିରିଜ୍ ପାଇଁ ଟ୍ରେନିଂ ବେଳେ କାନ୍ଧରେ ଆଘାତ ଲାଗିଥିଲା। ସାମି ବର୍ତ୍ତମାନ ଏନସିଏରେ ବିସିସିଆଇର ମେଡିକାଲ ଟିମ୍‌ର ହେପାଜତରେ ଅଛନ୍ତି ଓ ସେ ତିନୋଟି ମ୍ୟାଚ୍‌ ସିରିଜ୍‌ରେ ଖେଳିପାରିବେନି। ଅଖିଳ ଭାରତୀୟ ସିନିୟର ଚୟନ କମିଟି ଉମରାନ ମଲିକଙ୍କୁ ସାମିଙ୍କ ସ୍ଥାନରେ ସିଲେକ୍ଟ କରିଛି।’ ଟି-୨୦ ବିଶ୍ବକପ୍ ୨୦୨୨ ପରେ ଶାମିଙ୍କ ସହିତ ରୋହିତ ଶର୍ମା, ବିରାଟ କୋହଲି ଓ କେଏଲ ରାହୁଲଙ୍କ ଭଳି ବରିଷ୍ଠ ଖେଳାଳିଙ୍କୁ ନ୍ୟୁଜିଲାଣ୍ଡ ଗସ୍ତରୁ ବ୍ରେକ୍ ଦିଆଯାଇଥିଲା। ଶାମି ଓ୍ବାନଡେ ଓ ଟେଷ୍ଟ ଟିମ୍‌ର ଅଂଶ ଥିଲେ ଓ ଜସପ୍ରୀତ ବୁମରାହଙ୍କ ଅନୁପସ୍ଥିତିରେ ପେସ୍‌ ଆଟାକ୍‌ର ନେତୃତ୍ବ ନେବା ପାଇଁ ପ୍ରସ୍ତୁତ ଥିଲେ, କିନ୍ତୁ ଏବେ ତାଙ୍କର ଓ୍ବାନଡେ ସିରିଜ୍‌ରୁ ବହାର ହେବା ଭାରତର ପାଇଁ ବଡ ଝଟକା।

ଯଦି ଶାମିଙ୍କ ଆଘାତ ଗମ୍ଭୀର ହୁଏ ତେବେ ସେ ୧୪ଡିସେମ୍ବରରେ ଆରମ୍ଭ ହେବାକୁ ଥିବା ଦୁଇଟି ମ୍ୟାଚ୍‌ର ଟେଷ୍ଟ ସିରିଜ୍‌ରେ ମଧ୍ୟ ଖେଳିପାରିବେନି। ସମାଚାର ଏଜେନ୍ସି ପିଟିଆଇର ସୂଚନା ଅନୁସାରେ, ସାମି ତିନୋଟି ଓ୍ବାନଡେ୍‌ ମ୍ୟାଚ୍‌ରୁ ବାହାର ଦେବା ନିଶ୍ଚିତ ରୂପରେ ଏକ ଫ୍ୟାକ୍ଟର, କିନ୍ତୁ ବଡ ଚିନ୍ତାର ଟେଷ୍ଟ ସିରିଜ୍‌କୁ ନେଇ ରହିଛି, ଯେଉଁଠି ତାଙ୍କୁ ଜସପ୍ରୀତ ବୁମରାହଙ୍କ ଅନୁପସ୍ଥିତିରେ ନେତୃତ୍ବ ନେବାକୁ ହେବ। ଭାରତୀୟ ଟିମ୍ ବର୍ତ୍ତମାନ ମୀରପୁରରେ ରହିଛି,ଯେଉଁଠି ଶୁକ୍ରବାର ଭାରତୀୟ ଖେଳାଳି ଖୁବ୍ ପ୍ରାକ୍ଟିସ୍ କରିଛନ୍ତି।

ଓ୍ବାନଡେ୍ ସିରିଜ୍ ପାଇଁ ଭାରତୀୟ ଟିମ୍: (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ଶିଖର ଧାୱନ, ବିରାଟ କୋହଲି, ରଜତ ପାଟିଦାର, ଶ୍ରେୟସ୍ ଆୟର, ରାହୁଲ ତ୍ରିପାଠୀ, ଋଷଭ ପନ୍ତ (ୱିକେଟ୍ କିପର), ଇଶାନ କିଶନ (ୱିକେଟ୍ କିପର), ଶାହବାଜ ଅହମ୍ମଦ, ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ଦୀପକ ଚହର, ଉମ୍ରାନ ମଲିକ ଏବଂ କୁଲଦୀପ ସେନ।


Share It

Comments are closed.