ଭାରତୀୟ ଦଳର ଲଜ୍ଜାଜନକ ପରାଜୟ ଉପରେ ନିଜ ପ୍ରତିକ୍ରିୟା ରଖିଲେ ଗାଙ୍ଗୁଲୀ


ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନୋଟି ଦିନିକିଆ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯାଉଛି । ସିରିଜର ପ୍ରଥମ ମ୍ୟାଚ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବାବେଳେ ଏଥିରେ ଭାରତ, ଅଷ୍ଟ୍ରେଲିଆ ଠାରୁ ୧୦ଟି ୱିକେଟରେ ଲଜ୍ଜାଜନକ ପରାଜୟ ବରଣ କରିଥିଲା । ତେବେ ଭାରତୀୟ ଦଳର ଏହି ପରାଜୟକୁ ନେଇ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ନିଜ ପ୍ରତିକ୍ରିୟ ରଖିଛନ୍ତି । ଗାଙ୍ଗୁଲୀ ଏହି ପରାଜୟ ଉପରେ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, “ଭାରତୀୟ ଦଳ ଏହି ସିରିଜରେ ପୁଣିଥରେ ପ୍ରତ୍ୟାବର୍ତ୍ତନ କରିବ ତାହା ମୋର ବିଶ୍ୱାସ ଅଛି ଏବଂ ଏଥିପାଇଁ ମୁଁ ଆଗୁଆ ବିରାଟ କୋହଲିଙ୍କୁ ଅଭିନନ୍ଦନ ଜଣାଉଛି” ।


ଗାଙ୍ଗୁଲୀ ଏହି ସଂପର୍କରେ ଟ୍ୱିଟ କରି ଲେଖିଛନ୍ତି ଯେ, “ଅଷ୍ଟ୍ରେଲିଆ ବିପକ୍ଷରେ ଆଗାମୀ ଦୁଇଟି ମ୍ୟାଚ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ । ଏହି ଭାରତୀୟ ଟିମ ସବୁଠାରୁ ଶକ୍ତିଶାଳୀ ଦଳ ଅଟେ ଏବଂ ମଙ୍ଗଳବାର ଦିନ ଦଳ ପାଇଁ ଖରାପ ଦିନ ଥିଲା । ଦଳ ପୂର୍ବରୁ ଏହିଭଳି ସ୍ଥିତର ସମ୍ମୁଖୀନ ହୋଇ ସାରିଥିଲେ ମଧ୍ୟ ଦୁଇଟି ସିଜିନରେ ୨-୦ରେ ପଛୁଆ ରହି ପୁଣିଥରେ ବିଜୟ ହୋଇ ପ୍ରତ୍ୟାବର୍ତ୍ତନ କରିସାରିଛି । ଅଭିନନ୍ଦନ…ବିରାଟ କୋହଲି ।”
ପ୍ରକାଶ ଥାଉକି, ଉଭୟ ଦଳଙ୍କ ମଧ୍ୟରେ ଶୁକ୍ରବାର ଦିନ ରାଜକୋଟରେ ଦ୍ୱିତୀୟ ଦିନିକିଆ ଖେଳାଯିବ । ଗାଙ୍ଗୁଲୀଙ୍କ ମତେ ଏକଦା ଦଳ ଦିନେ ନିଜର ଖରାପ ପ୍ରଦର୍ଶନ ଯୋଗୁଁ ପରଜାୟର ସମ୍ମୁଖୀନ ହେବାକୁ ପଡିଥିଲା । ଅଷ୍ଟ୍ରେଲିଆ ପ୍ରଥମେ ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ ଦେଇଥିଲା । ଭାରତ ୪୯.୧ ଓଭରରେ ୨୫୫ ରନ କରି ଅଲଆଉଟ ହୋଇଯାଇଥିଲା । ଜବାବରେ ଅଷ୍ଟ୍ରେଲିଆ ୩୭.୪ ଓଭରରେ ବିନା କୌଣସି ୱିକେଟ ହରାଇ ଏହି ଲକ୍ଷ୍ୟକୁ ହାସଲ କରିନେଇଥିଲା ।


Share It

Comments are closed.