ଭାରତର ଏହି ପୂର୍ବତ୍ତନ କ୍ରିକେଟର କହିଲେ, “ମେଲବର୍ଣ୍ଣରେ ମିଳିଥିବା ବିଜୟ ୧୯୮୩, ୨୦୧୧ ବିଶ୍ୱକପ ବିଜୟ ସଦୃଶ୍ୟ ଥିଲା ”


ଭାରତୀୟ ଦଳ ବର୍ତ୍ତମାନ ଅଷ୍ଟ୍ରେଲିଆ ଗସ୍ତର ଅଛି । ଦୁଇଟି ଦଳ ମଧ୍ୟରେ ୪ଟି ମ୍ୟାଚ ବିଶିଷ୍ଟ ବୋର୍ଡର ଗାଭାଷ୍କାର ଟେଷ୍ଟ ସିରିଜ ଖେଳାଯାଉଛି । ସିରିଜ ବର୍ତ୍ତମାନ ୧-୧ରେ ବରାବର ଥିବାବେଳେ ଗତ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟକୁ ଭାରତ ୮ ୱିକେଟରେ ବିଜୟ ଲାଭ କରିଥିଲା । ଏହା ଭାରତୀୟ କ୍ରିକେଟ ଇତିହାସରେ ସର୍ବଦା ସ୍ମରଣୀୟ ଦିନ ହୋଇ ରହିବ । ଭାରତୀୟ ଦଳର ପୂର୍ବତ୍ତନ କ୍ରିକେଟର ଫାରୁଖ ଇଞ୍ଜିନିୟରଙ୍କ ଅନୁଯାୟୀ ଏହି ବିଜୟ ୧୯୮୩ ଏବଂ ୨୦୧୧ ବିଶ୍ୱକପ ବିଜୟ ସହ ସମାନ ।
ସେ ଏକ ସାକ୍ଷାତକାରରେ କହିଥିଲେ ଯେ, “ଏହି ପ୍ରତ୍ୟାବର୍ତ୍ତନ ଅତ୍ୟନ୍ତ ପ୍ରଶଂସନୀୟ ଥିଲା । ଏହା ଭାରତର ବିଶ୍ୱକପ ବିଜୟ ସଦୃଶ୍ୟ ଥିଲା ଏବଂ ୧୯୭୧ ଦ ଓଭାଲରେ ଖେଳାଯାଇଥିଲା ଟେଷ୍ଟ ମ୍ୟାଚରେ ବିଜୟ ସଦୃଶ୍ୟ ଥିଲା । ”
ସେ ଆହୁରୀ କହିଛନ୍ତି ଯେ, “ହଁ, ଆମେ ୩୬ ରନରେ ଅଲଆଉଟ ହୋଇଥିଲୁ । ଅଷ୍ଟ୍ରେଲିଆ ବୋଲର ସଂପୂର୍ଣ୍ଣ ଭାବେ ପରଫେକ୍ଟ ଲାଇନ ଏବଂ ଲେନ୍ଥରେ ବୋଲିଂ କରିଥିଲେ । ଆମର ବ୍ୟାଟ୍ସମ୍ୟାନ କିପରି କିଛି ଭୁଲ କରିବେ ଏବଂ ଏହାକୁ ଦୋହରାଇବେ ତାହାକୁ ସେମାନେ ଅପେକ୍ଷା କରିଥିଲେ । ” ଏଡେଲେଡ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ୮ଟି ୱିକେଟରେ ପରାଜୟ ବରଣ କରିଥିଲା । ସେହି ମ୍ୟାଚର ଦ୍ୱିତୀୟ ଇଂନିସରେ ଭାରତ ୩୬ ରନରେ ଅଲଆଉଟ ହୋଇଯାଇଥିଲା ।


Share It

Comments are closed.