ପ୍ରଥମ ମ୍ୟାଚରେ କରିଥିବା ଭୁଲକୁ ପୁଣି ଥରେ ଦୋହରାଇବା ପାଇଁ ଚାହିଁବ ନାହିଁ ଭାରତ


ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲୁଥିବା ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ଆଜି ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବାର ଅଛି । ଭାରତ ପାଇଁ ଏହି ମ୍ୟାଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । କାରଣ ସିରିଜର ପ୍ରଥମ ମ୍ୟାଚରେ ଭାରତ ପରାଜୟ ବରଣ କରିଥିବାବେଳେ ନିଜର ସମ୍ମାନ ବଜାୟ ରଖିବାକୁ ହେଲେ ଭାରତକୁ ଏହି ମ୍ୟାଚ ଜିତିବା ନିହାତୀ ଆବଶ୍ୟକ ।
ଅନ୍ୟପଟେ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଏବଂ ଉମେଶ ଯାଦବଙ୍କ ଖରାପ ବୋଲିଂ ଯୋଗୁଁ ଭାରତକୁ ଏହି ମ୍ୟାଚରେ ପରାଜୟର ଦ୍ୱାର ଦେଖିବାକୁ ପଡିଥିଲା । ସେପଟେ ଭାରତକୁ ଏହି ସିରିଜର ଶେଷ ତଥା ଦ୍ୱିତୀୟ ମ୍ୟାଚ ଜିତିବାକୁ ହେଲେ ଦଳ ସେହି ସମାନ ଭୁଲ ପୁଣିଥରେ ଦୋହରାଇବ ନାହିଁ ବୋଲି ଆଶା କରାଯାଉଛି ।
ପ୍ରଥମ ଟି-୨୦ ହାରିବାର ମୁଖ୍ୟ କାରଣ ହେଲା ଦଳର ବ୍ୟାଟ୍ସମ୍ୟାନଙ୍କର ଖରାପ ପ୍ରଦର୍ଶନ । ଯଦି ଆମେ ଦୀନେଶ କାର୍ତିକଙ୍କ କଥା କହିବା ସେ ଗତ କେତୋଟି ମ୍ୟାଚରେ ଖରାପ ପ୍ରଦର୍ଶନ କରୁଥିବାବେଳେ ଗତ ଟି-୨୦ ମ୍ୟାଚରେ ମଧ୍ୟ ଫ୍ଲପ ସାବ୍ୟସ୍ତ ହୋଇଥିଲେ । କାର୍ତ୍ତିକଙ୍କ ଖରାପ ପ୍ରଦର୍ଶନ ଯୋଗୁଁ ସେ ବାରମ୍ବାର ଫ୍ଲପ ହେଉଥିବାବେଳେ ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଛି ଯେ, କାର୍ତ୍ତିକଙ୍କୁ ଏହି ଶେଷ ଟି-୨୦ ମ୍ୟାଚରେ ସୁଯୋଗ ମିଳୁଛି କିମ୍ବା ନାହିଁ ।
ଯଦି ଆମେ ଧୋନିଙ୍କ କଥା କହିବା ତେବେ ସେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ସିରିଜରେ ନିଜ ସର୍ବୋତ୍ତମ ପ୍ରଦର୍ଶନ ଦେଖାଇଥିବାବେଳେ ତାଙ୍କର ବର୍ତ୍ତମାନର ପ୍ରଦର୍ଶନ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ସାଜିଛି । କେବଳ ଏତିକି ନୁହେଁ ଖାସ କରି ତାଙ୍କର ଧୀମା ବ୍ୟାଟିଙ୍ଗ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟାଥାର କାରଣ ସାଜିଛି । ପ୍ରକାଶ ଥାଉକି ସେ ଗତ ମ୍ୟାଚରେ ୩୭ଟି ବଲ ୨୯ ରନ ସଂଗ୍ରହ କରିଥିଲେ ।
ସେହିଭଳି ଦଳର ଦ୍ରୁତ ବୋଲର ଉମେଶ ଯାଦବ ସବୁଠାରୁ ନୈରାଶ୍ୟଜନକ ପ୍ରଦର୍ଶନ ଦେଖାଇଥିଲେ । ଉମେଶଙ୍କ ଯୋଗୁଁ ଭାରତ ହାତରୁ ଏହି ମ୍ୟାଚଟି ଖସି ଯାଇଥିଲା । କାରଣ ଶେଷ ଓଭରରେ ପ୍ରତିପକ୍ଷ ଦଳ ଅଷ୍ଟ୍ରେଲିଆକୁ ୧୪ ରନର ଆବଶ୍ୟକତା ଥିଲା, ଯାହାକି ଉମେଶ ଖୁବ ସହଜରେ ଦେଇଦେଇଥିଲେ ।


Share It

Comments are closed.