ଦେଶରେ ଦୈନିକ ସଂକ୍ରମଣରେ ପୁଣି ବୃଦ୍ଧି, ଗତ ୨୪ଘଂଟାରେ ୨୦୩୪୬ କରୋନା ସଂକ୍ରମିତ ଚିହ୍ନଟ


ଭାରତରେ କରୋନା ସଂକ୍ରମଣ ସଂଖ୍ୟା କମିବା ପରେ ଏବେ ପୁଣି ଥରେ ବଢିବାରେ ଲାଗିଛି । ଗତ ୨୪ଘଣ୍ଟାରେ ଦେଶରେ ୨୦,୩୪୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୧୯,୫୮୭ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନାରୁ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ପାର୍‌ ହୋଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ଗତ ୨୪ଘଣ୍ଟାରେ ୨୦,୩୪୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୨୨ଲୋକଙ୍କ ମୃତ୍ୟ ହୋଇଛି । ଏବେ ଯାଏଁ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୩,୯୫,୨୭୮ରେ ପହଞ୍ଚିଛି । ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୧,୫୦,୩୩୬ଜଣଙ୍କର କରୋନାରେ ମୃତ୍ୟୁ ହୋଇସାରିଛି ।

ଅନ୍ୟପଟେ ଦେଶରେ ଲଗାତର ଭାବେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ଘଣ୍ଟାରେ ୧୯,୫୮୭ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହାକୁ ମିଶାଇ ଦେଶରେ ମୋଟ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୧,୦୦,୧୬,୮୫୯ରେ ପହଞ୍ଚିଛି । ସେହିପରି ଦେଶରେ ଏବେ କରୋନାର ଆକ୍ଟିଭ୍‌ କେସ୍‌ ସଂଖ୍ୟା ୩ ଲକ୍ଷ ତଳେ ରହିଛି । ଦେଶରେ ମୋଟ ଆକ୍ଟିଭ୍‌ ସଂଖ୍ୟା ୨,୨୮,୦୮୩ରେ ରହିଛି ।


Share It

Comments are closed.