‘କେଜିଏଫ’ ଅଭିନେତା ‘ୟସ’ଙ୍କ ଘରେ ଆୟକର ବିଭାଗର ଚଢାଉ


କନ୍ନଡ ଫିଲ୍ମର ସୁପରଷ୍ଟାର ‘ୟସ’ଙ୍କ ସୁପରହିଟ ଫିଲ୍ମ ‘କେଜିଏଫ’ର ହିନ୍ଦୀ ଭରସନ ହୁଏତ ବକ୍ସ ଅଫିସର ଧମାଲ ମଚେଇଥାଇ ପାରେ କିନ୍ତୁ ବର୍ତ୍ତମାନ ତାଙ୍କ ଅସୁବିଧା ଦିନକୁ ଦିନ ବଢିବାରେ ଲାଗିଛି । ତାମିଲ ସୁପରଷ୍ଟାର ମହେଶ ବାବୁଙ୍କ ପରେ ଏବେ ୟସଙ୍କ ଘରେ ଆୟକର ବିଭାଗ କର୍ତ୍ତୃପକ୍ଷ ରେଡ କରିଛନ୍ତି ।
ମିଳିଥିବା ସୂଚନା ମୁତାବକ ତାଙ୍କ ଘରୁ ବର୍ତ୍ତମାନ ଆୟକର ବିଭାଗ କର୍ତ୍ତୃପକ୍ଷ ୨୫ କିଲୋ ସୁନା ଏବଂ ନଗଦ ୩ କୋଟି ଟଙ୍କା ଜବତ କରିଛନ୍ତି । କେବଳ ୟସ ନୁହନ୍ତି ତାଙ୍କ ଟିମରେ ଥିବା ଶିବ କୁମାର, ପୁନିତ ରାଜକୁମାର ଏବଂ କିଚା ସୁଦିପଙ୍କ ଘରେ ମଧ୍ୟ ଆୟକର ବିଭାଗ ଚଢାଉ କରିଛି ।
ଆଜି ପୁଣି ଥରେ ଆୟକର ବିଭାଗ ୟସଙ୍କ ସମେତ ଅନ୍ୟାନ ଅଭିନେତାଙ୍କ ଘରେ ମଧ୍ୟ ଚଢାଉ କରିଛି । ସମସ୍ତ ଅଭିନେତାଙ୍କ ଘରେ ଚଢାଉ କରିବା ପୂର୍ବରୁ ଆୟକର ବିଭାଗ ସର୍ବପ୍ରଥମେ କେଜିଏଫ ଟିମଙ୍କ ଘରେ ଚଢାଉ କରାଯାଇଥିଲା ।


Share It

Comments are closed.