ଖାଦ୍ୟରେ ସାମିଲ କରନ୍ତୁ ଏହି ସୁପରଫୁଡ :ଦୂରହେବ ରକ୍ତ ହୀନତାର ସମସ୍ୟା


ଶରୀରରେ ରକ୍ତ ଅଭାବ ହେତୁ ଅତ୍ୟଧିକ ଥକ୍କା, ଦୁର୍ବଳତା, ମୁଣ୍ଡବିନ୍ଧା ଏବଂ ମୁଣ୍ଡ ବୁଲାଇବା ଭଳି ଲକ୍ଷଣ ଦେଖାଯାଇଥାଏ । ଯଦି ଆପଣଙ୍କ ଶରୀରରେ ମଧ୍ୟ ରକ୍ତ ଅଭାବ ଥାଏ, ତେବେ କିଛି ଖାଦ୍ୟ ଖାଇବା ଦ୍ୱାରା ଏହି ଅଭାବକୁ ପୂରଣ କରିପାରିବେ । ଆସନ୍ତୁ ଜାଣିବା ସେହି ଖାଦ୍ୟ ବିଷୟରେ ଯାହା ଶରୀରରେ ରକ୍ତ ବଢାଇଥାଏ ।

ବିଟ୍ :

ଶରୀରରେ ରକ୍ତ ପରିମାଣ ବଢାଇବାରେ ବିଟ୍ ଲାଭଦାୟକ ହୋଇଥାଏ । ଏଥିରେ ଅଧିକ ପରିମାଣର ଆଇରନ୍ ରହିଥାଏ । ଶରୀରକୁ ଡିଟକ୍ସିଫାଇ କରିବା ବ୍ୟତୀତ ଏହା ହେମୋଗ୍ଲୋବିନର ପରିମାଣ ମଧ୍ୟ ବଢାଇଥାଏ ।

ଆପଲ୍ :

କୁହାଯାଏ ଦିନକୁ ଗୋଟିଏ ଆପଲ୍ ଖାଇବା ଆପଣଙ୍କୁ ରୋଗରୁ ଦୂରେଇ ରଖିଥାଏ । ସୁସ୍ଥ ରଖିବା ବ୍ୟତୀତ ଶରୀରରେ ରକ୍ତ ଅଭାବକୁ ପୂରଣ କରିବାରେ ମଧ୍ୟ ସହାୟକ ହୋଇଥାଏ । ଏହା ଶରୀରରେ ହେମୋଗ୍ଲୋବିନ୍ ବୃଦ୍ଧି କରିଥାଏ ।

ଡାଳିମ୍ବ :

ଡାଳିମ୍ବରେ କ୍ୟାଲସିୟମ୍, ସୋଡିୟମ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ଆଇରନ୍ ଏବଂ ଭିଟାମିନ୍ ପରି ପୋଷକ ତତ୍ତ୍ୱ ଭରପୂର ରହିଥାଏ । ଡାଳିମ୍ବ ଶରୀରରେ ରକ୍ତ ପରିମାଣ ବଢାଇବାରେ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

ଡ୍ରାଏ ଫ୍ରୁଟ୍ସ :

ଡ୍ରାଏ ଫ୍ରୁଟ୍ସ ଯେପରିକି ଖଜୁରୀ, ଅଖରୋଟ୍, ବାଦାମ ଇତ୍ୟାଦିରେ ଭରପୂର ଆଇରନ୍ ରହିଥାଏ । ଏହାକୁ ଖାଇବା ଦ୍ୱାରା ରକ୍ତରେ ଲୋହିତ ରକ୍ତ କଣିକା ଶୀଘ୍ର ବଢିଥାଏ ।

ପାଳଙ୍ଗ :

ଯଦି ଆପଣଙ୍କ ଶରୀରରେ ରକ୍ତ ଅଭାବ ଥାଏ, ତେବେ ଆପଣ ନିଶ୍ଚିତ ଭାବରେ ଖାଦ୍ୟରେ ପାଳଙ୍ଗ ଅନ୍ତର୍ଭୁକ୍ତ କରନ୍ତୁ । ପାଳଙ୍ଗରେ ଭରପୂର ଆଇରନ୍ ରହିଥାଏ ।


Share It

Comments are closed.