ଶୀତଦିନେ ଆଳସ୍ୟ,ଥକ୍କାପଣ ଦୂର କରିବା ପାଇଁ ଡାଏଟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ


ମେଟାବୋଲିଜିମ୍‌‌ ଶରୀରକୁ ସତେଜ,ଫ୍ୟାଟ୍‌‌କୁ ହ୍ରାସ କରିବା ସହ ଶକ୍ତି ପ୍ରଦାନର କାର୍ଯ୍ୟ କରିଥାଏ। ମେଟାବୋଲିଜିମ୍‌‌ ବଢିଲେ ଥକ୍କାପଣ ଅନୁଭବ ହୋଇନଥାଏ। କାମ କରିବାକୁ ଆଗ୍ରହ ହୋଇଥାଏ। ଶୀତଦିନେ ପ୍ରାୟତଃ ଲୋକଙ୍କର ମେଟାବୋଲିଜିମ୍‌‌ ଦୁର୍ବଳ ହୋଇ ଯାଏ। ଫଳରେ ଲୋକେ ଶୀଘ୍ର ହାଲିଆ ହୋଇ ଯାଇଥାଆନ୍ତି। ମାତ୍ର ନିଜ ଖାଦ୍ୟରେ ପରିବର୍ତ୍ତନ କରିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିପାରିବ। ଜାଣନ୍ତୁ..
ନିଜର ଦୈନନ୍ଦିନ ଖାଦ୍ୟରେ ଟମାଟୋ ସୁପ୍‌‌ ନିଶ୍ଚୟ ସାମିଲ କରନ୍ତୁ। ଏହା ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ଏଥିରେ ଭିଟାମିନ୍‌‌ ସି, କେ, କ୍ୟାଲସିୟମ ଓ ଅନ୍ୟ ପୋଷକ ତତ୍ତ୍ୱ ରହିଛି। ଏହା ଆଣ୍ଟି-ଅକ୍ସିଡାଣ୍ଟ ଗୁଣରେ ଭରପୁର। ଏହାର ସେବନ ଦ୍ୱାରା ଆପଣ ଅନେକ ରୋଗରୁ ରକ୍ଷା ପାଇପାରିବେ। ଏହାକୁ ଏକ ମେଟାବୋଲିଜିମ୍‌‌ ବୁଷ୍ଟର ବୋଲି ମଧ୍ୟ କୁହାଯାଏ। ଶୀତଦିନିଆ ଖାଦ୍ୟରେ ଟମାଟୋ ସୁପ୍‌‌କୁ ନିଶ୍ଚୟ ସାମିଲ କରନ୍ତୁ।

କନ୍ଦମୂଳ ମିଠା ଆଳୁ ନାମରେ ଜଣାଶୁଣା। ଏହାର ଅନେକ ପୋଷକ ତତ୍ତ୍ୱ ରହିଛି। ପ୍ରାକୃତିକ ଭାବେ ଏଥିରେ ମିଠା ରହିଛି। ଏହାସହ ଏଥିରେ ଫାଇବର ଓ ମାଗ୍ନେସିୟମ ମଧ୍ୟ ପର୍ଯ୍ୟାପ୍ତ ମାତ୍ରାରେ ରହିଛି। ଯାହା ମେଟାବୋଲିଜିମ୍‌‌ କୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ।
ଅଦା ମେଟାବୋଲିଜିମ୍‌‌ ବୃଦ୍ଧି କରିବାରେ ବେଶ ସହାୟକ ହୋଇଥାଏ। ଏହା ଭିଟାମିନ ସି ଓ ଆଣ୍ଟି-ଅକ୍ସିଡାଣ୍ଟ ଗୁଣରେ ଭରପୁର। ମେଟାବୋଲିଜିମ୍‌‌ ବୃଦ୍ଧି କରିବା ପାଇଁ ଚା’ରେ ଅଦା ବ୍ୟବହାର କରି ମଧ୍ୟ ପିଇପାରିବେ। ଏହାସହ ଭୋଜନରେ ମଧ୍ୟ ଅଦା ସାମିଲ କରିପାରିବେ।

ଶୀତଦିନେ ନିଜ ଖାଦ୍ୟରେ ବିଟ୍‌‌ ନିଶ୍ଚୟ ସାମିଲ କରନ୍ତୁ। ଏଥିରେ ଭିଟାମିନ ସି, କେ, ପୋଟାସିୟମ ଓ ଅନ୍ୟ ବହୁ ପୋଷକ ତତ୍ତ୍ୱ ରହିଛି। ଏହା ଶରୀରରୁ ଅଦରକାରୀ ଜିନିଷ ବାହାର କରିବାରେ ସହାୟକ ହୋଇଥାଏ। ଶୀତଦିନେ ଏହାର ସେବନ ଦ୍ୱାରା ମେଟାବୋଲିଜିମ୍‌‌ ବୃଦ୍ଧିରେ ସହାୟକ ହୋଇଥାଏ।
କଫିରେ ଥିବା କେଫିନ ମେଟାବୋଲିଜିମ୍‌‌ ବୃଦ୍ଧିରେ ସହାୟକ ହୋଇଥାଏ। ତେଣୁ କଫିର ସେବନ କରିପାରିବେ। ମାତ୍ର ବାରମ୍ବାର କଫି ପିଇବେ ନାହିଁ। ଦିନକୁ ୨ ଥର ସେବନ କରିପାରିବେ।


Share It

Comments are closed.