ସକାଳ ଜଳଖିଆରେ ସାମିଲ କରନ୍ତୁ ଏହି ୭ଟି ସୁପର୍ ଫୁଡ୍: ଦିନ ସାରା ମିଳିବ ଏନର୍ଜି


ଯଦି ଆପଣ ଅଳ୍ପ କାମ କରି ମଧ୍ୟ ଥକିପଡ଼ୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କଠାରେ ଷ୍ଟାମିନାର ଅଭାବ ଅଛି । ଏହାର ସବୁଠାରୁ ବଡ କାରଣ ହେଲା ଗୋଟିଏ ଜାଗାରେ ବସି ରହିବା ଓ ସକ୍ରିୟ ନ ରହିବା। ଅଧିକାଂଶ ଲୋକ ଷ୍ଟାମିନା ବଢାଇବାକୁ ଜିମ ଯାଇଥାନ୍ତି। କିନ୍ତୁ ଆଳସ୍ୟ କାରଣରୁ କିଛି ଦିନ ପରେ ପୁଣି ସେହି ପୁରୁଣା ଲାଇଫଷ୍ଟାଇଲ ଆରମ୍ଭ ହୋଇଯାଇଥାଏ। ବ୍ରେକଫାଷ୍ଟ ହେଲ୍ଦି ଲାଇଫଷ୍ଟାଇଲ୍ ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ତେବେ ଆସନ୍ତୁ ଜାଣିବା ସକାଳୁ ଖାଲି ପେଟରେ କଣ ଖାଇଲେ ଦିନ ସାରା ଆମକୁ ଏନର୍ଜି ମିଳିବ ।

୧. କଦଳୀ – କଦଳୀକୁ ସୁପରଫୁଡ କ୍ୟାଟେଗରୀରେ ସାମିଲ କରାଯାଇଛି। କଦଳୀରେ ଭରପୁର ମାତ୍ରାରେ କାର୍ବୋହାଇଡ୍ରେଟ୍ସ ଓ ପୋଟାସିୟମ ରହିଛି। ଏଥିରେ ନେଚଉରାଳ ସୁଗାର ଓ ଷ୍ଟାର୍ଚ୍ଚ ମଧ୍ୟ ରହିଛି। ସେଥିପାଇଁ ଏହା ଦିନ ସାରା ଶରୀରକୁ ଏନର୍ଜେଟିକ୍ ରଖିଥାଏ।

୨. ଦହି – କ୍ୟାଲସିୟମ୍ ଓ ପ୍ରୋଟିନ୍ ଯୁକ୍ତ ଦହି ସକାଳ ଜଳଖିଆରେ ସାମିଲ କରିବା ଉଚିତ। ଦହି ଆପଣ ଫଳ କିମ୍ବା ବିଭିନ୍ନ ବାଦାମ ସହ ମଧ୍ୟ ସେବନ କରିପାରିବେ। ଦହି ହାଡ ମଜବୁତ କରିବା ସହ ମାଂସପେଶୀକୁ ବି ମଜବୁତ କରିଥାଏ।

୩. ଦଲିଆ – ଦଲିଆ ଶରୀରକୁ ତୁରନ୍ତ ବୁଷ୍ଟ କରିଥାଏ। ଏହାକୁ ଆପଣ ଖେଚେଡ଼ି ବା ଉପମା କରି ବି ଖାଇପାରିବେ। ଖାଇବାକୁ ମଧ୍ୟ ଏହା ବହୁତ ସ୍ୱାଦିଷ୍ଟ। ସକାଳ ଜଳଖିଆରେ ଦଲିଆ ଖାଇଲେ ଅଧିକ ସମୟ ଯାଏଁ ଭୋକ ଲାଗି ନ ଥାଏ ଏବଂ ଏନର୍ଜେଟିକ୍ ଅନୁଭବ ହୋଇଥାଏ। ଏହାଦ୍ୱାରା ଷ୍ଟାମିନା ମଧ୍ୟ ବଢିଥାଏ।

୪. ଅଣ୍ଡା – ଅଣ୍ଡା ବିଭିନ୍ନ ପୋଷାକ ତତ୍ତ୍ୱରେ ଭରପୁର। ଅଣ୍ଡା ବହୁ କମ ସମୟରେ ମଧ୍ୟ ପ୍ରସ୍ତୁତ ହୋଇଥାଏ। ଅଣ୍ଡା ହାଡ ଓ ମାଂସପେଶୀ ମଜବୁତ କରିଥାଏ। ଅଣ୍ଡାରେ ଥିବା ଏମିନୋ ଏସିଡ ପାଇଁ ଥକାପଣ ମଧ୍ୟ ହୋଇନଥାଏ।

୫. ପିନଟ୍ ବଟର୍ – ବାଦାମରୁ ପ୍ରସ୍ତୁତ ପିନଟ୍ ବଟର୍ ହେଲ୍ଦି ଫୁଡ୍ କ୍ୟାଟେଗରୀ ଅନ୍ତର୍ଭୁକ୍ତ। ହେଲ୍ଦି ଫ୍ୟାଟ୍ ଓ ପ୍ରୋଟିନ ଯୋଗୁଁ ଆପଣ ଏହାକୁ ସକାଳୁ ମଲ୍ଟିଗ୍ରେନ୍ ବ୍ରେଡ୍ ସହ ଖାଇ ପାରିବେ। ଏହାକୁ ଖାଇଲେ ଅଧିକ ସମୟ ଯାଏଁ ଭୋକ ଲାଗିନଥାଏ ଏବଂ ଏନର୍ଜିରେ ଭରପୁର।

୬. ପେସ୍ତା ବାଦାମ – ସକାଳ ବ୍ରେକଫାଷ୍ଟରେ ପେସ୍ତା ବାଦାମକୁ ନିଶ୍ଚୟ ସାମିଲ କରିବା ଉଚିତ। ଏହା ପୋଷାକ ତତ୍ତ୍ୱରେ ଭରପୁର। ଏହା ମେଟାବୋଲିଜିମ୍ ବଢ଼ିବାରେ ସାହାଯ୍ୟ କରିଥାଏ। ଏହା ଶରୀରର ଷ୍ଟାମିନା ମଧ୍ୟ ବଢାଇଥାଏ। ଏହାକୁ ରାତିରେ ପାଣିରେ ବତୁରାଈ ସକାଳେ ଖାଲି ପେଟରେ ଖାଆନ୍ତୁ।

୭. ଓଟ୍ସ – ଓଟ୍ସରେ ଭରପୁର ମାତ୍ରାରେ ଫାଇବର ଓ କାର୍ବୋହାଇଡ୍ରେଟ୍ସ ରହିଛି ଯାହା ଅଳସୁଆ ଦୂର କରିଥାଏ। ଏହା ଅଧିକ ସମୟ କାମ କରିବାକୁ ଏନର୍ଜି ଯୋଗାଇଥାଏ।

(ମନେ ରଖନ୍ତୁ: ଦିଆଯାଇଥିବା ସୂଚନା କେବଳ ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)


Share It

Comments are closed.