ଶିଶୁଙ୍କ ଶାରୀରିକ ବିକାଶ ପାଇଁ ସେମାନଙ୍କ ଡାଏଟରେ ସାମିଲ କରନ୍ତୁ ଏହି ୫ଟି ଖାଦ୍ୟ


ପିଲାଙ୍କ ଶାରିରିକ ବିକାଶ ଓ ସ୍ବାସ୍ଥ୍ୟକୁ ନେଇ ପିତାମାତା ସର୍ବଦା ଚିନ୍ତିତ ରୁହନ୍ତି । ଶିଶୁଙ୍କୁ ପିଲାଦିନୁ ପୃଷ୍ଟିକର ଖାଦ୍ୟ ଦେଲେ ସେମାନଙ୍କ ଉଚ୍ଚତା, ସ୍ୱାସ୍ଥ୍ୟର ଉତ୍ତମ ବିକାଶ ହୋଇଥାଏ। ସୁଷମ ଖାଦ୍ୟ ଖାଇଲେ ଶିଶୁଙ୍କ ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହୁଏ ଏବଂ ସେମାନେ ଶୀଘ୍ର ରୋଗଗ୍ରସ୍ତ ହୁଅନ୍ତି ନାହିଁ। କିନ୍ତୁ ପିଲାଙ୍କ ଖାଦ୍ୟପେୟ ଠିକ ନଥିଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ଏହାଦ୍ୱାରା ଶିଶୁଙ୍କ ଶାରୀରିକ ବିକାଶ ଉପରେ ମଧ୍ୟ ପ୍ରଭାବ ପଡିଥାଏ। ପିଲାଙ୍କ ସମ୍ପୂର୍ଣ୍ଣ ଶାରୀରିକ ବିକାଶ ପାଇଁ ପୋଷାକ ତତ୍ତ୍ୱ ନିହାତି ଆବଶ୍ୟକ। ପିଲାଙ୍କ ଡାଏଟରେ ଏମିତି ଜିନିଷ ସାମିଲ କରିବା ଉଚିତ ଯାହା ସେମାନଙ୍କ ଉଚ୍ଚତା ବୃଦ୍ଧିରେ ସାହାଯ୍ୟ କରିବ, ମସ୍ତିସ୍କର ବିକାଶ କରିବ ଏବଂ ସେମାନଙ୍କୁ ସୁସ୍ଥ ରଖିବ। ପିଲାଙ୍କ ଶାରୀରିକ ବିକାଶ ପାଇଁ ଭୋଜନରେ ସାମିଲ କରନ୍ତୁ ଏହି ୫ଟି ଜିନିଷ…

୧. କ୍ଷୀର ଓ ଦହି – ପିଲାଙ୍କ ପାଇଁ ସବୁଠାରୁ ଜରୁରୀ ଆହାର କ୍ଷୀର। କ୍ଷୀରରେ ପ୍ରୋଟିନ, କ୍ୟାଲସିୟମ ଓ ଅନ୍ୟାନ୍ୟ ପୋଷାକ ତତ୍ତ୍ୱ ରହିଛି ଯାହା ପିଲାଙ୍କ ସମ୍ପୂର୍ଣ୍ଣ ବିକାଶ ପାଇଁ ସାହାଯ୍ୟ କରିଥାଏ। ଉଚ୍ଚତା ବୃଦ୍ଧି ପାଇଁ ପିଲାଙ୍କୁ ଦିନକୁ ଅତିକମରେ ୨ଥର କ୍ଷୀର ଦେବା ଉଚିତ। ଏହାଛଡା ପ୍ରୋଟିନ, କ୍ୟାଲସିୟମ, ଭିଟାମିନ ଡି ଓ ଜିଙ୍କରେ ଭରପୁର ଦହି ମଧ୍ୟ ଶିଶୁଙ୍କ ଉଚ୍ଚତା ବୃଦ୍ଧିରେ ସହାୟକ ହୋଇଥାଏ। ପିଲାଙ୍କ ଭୋଜନରେ ଦହି ନିଶ୍ଚୟ ସାମିଲ କରିବା ଉଚିତ।

୨. ସୋୟାବିନ ଓ ଅଣ୍ଡା – ପିଲାଙ୍କ ଉଚ୍ଚତା ବୃଦ୍ଧି ପାଇଁ ଭୋଜନରେ ପ୍ରୋଟିନଯୁକ୍ତ ଖାଦ୍ୟ ଦେବା ଉଚିତ। ପିଲାଙ୍କ ଡାଏଟରେ ସୋୟାବିନ ଓ ଅଣ୍ଡା ନିଶ୍ଚୟ ସାମିଲ କରିବା ଉଚିତ। ସୋୟାବିନ ହାଡ ମଜବୁତ ରଖିଥାଏ। ସୋୟାବିନରେ ଅମିନୋ ଏସିଡ ଓ ଅନେକ ପୋଷାକ ତତ୍ତ୍ୱ ରହିଛି। ଅଣ୍ଡାରେ ପ୍ରୋଟିନ, ବାୟୋଟିନ, ଆଇରନ ଓ ରାଇବୋଫ୍ଲୋବିନ ରହିଛି ଯାହା ପିଲାଙ୍କ ଶାରୀରିକ ଓ ମାନସିକ ବିକାଶରେ ସାହାଯ୍ୟ କରିଥାଏ।

୩. ସବୁଜ ପନିପରିବା – ପିଲାଙ୍କୁ ସବୁଜ ପନିପରିବା ନିଶ୍ଚୟ ଦେବା ଉଚିତ। ପାଳଙ୍ଗ, ବନ୍ଧାକୋବି, ବ୍ରୋକୋଲି ଆଦି ଦେବା ଉଚିତ। ଏହିସବୁ ପରିବାରେ ମାଇକ୍ରୋ ନ୍ୟୁଟ୍ରିଏଣ୍ଟସ ରହିଛି ଯାହାଦ୍ୱାରା ପିଲାଙ୍କ ଶାରୀରିକ ବିକାଶ ହୋଇଥାଏ। ଏହିସବୁ ପରିବାରେ କ୍ୟାଲସିୟମ ମଧ୍ୟ ରହିଛି ଯାହା ହାଡ ମଜବୁତ କରିଥାଏ। ଏହାଛଡା ପିଲାଙ୍କ ଡାଏଟରେ ଗାଜର ନିଶ୍ଚୟ ସାମିଲ କରନ୍ତୁ। ଗାଜରରେ ବିଟା-କ୍ୟାରୋଟିନ ଅଛି ଯାହା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ।

୪. ହୋଲ ଗ୍ରେନ୍ – ପିଲାଙ୍କ ଶାରୀରିକ ବିକାଶ ପାଇଁ ହୋଲ ଗ୍ରେନ ନିହାତି ଆବଶ୍ୟକ। ଏଥିରେ ଭିଟାମିନ ବି, ମ୍ୟାଗନେସିୟମ, ସେଲେନିୟମ, ଜିଙ୍କ, ଆଇରନ ଓ କ୍ୟାଲସିୟମ ଭଳି ପୋଷାକ ତତ୍ତ୍ୱ ରହିଛି। ଏହା ହାଡ ମଜବୁତ କରିଥାଏ. ହୋଲ ଗ୍ରେନ ଦ୍ୱାରା ପିଲାଙ୍କ ଉଚ୍ଚତା ବୃଦ୍ଧି ସହ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ।

୫. ଡ୍ରାଏ ଫ୍ରୁଟ୍ସ ଓ ନଟ୍ସ – ପିଲାଙ୍କ ଡାଏଟରେ ଡ୍ରାଏ ଫ୍ରୁଟ୍ସ ନିଶ୍ଚୟ ସାମିଲ କରିବା ଉଚିତ। ଚିନାବାଦାମ, ଅଖରୋଟ, ପେସ୍ତା ବାଦାମ, କାଜୁ, କିସମିସ, ଖଜୁରୀ ଆଦି ଡ୍ରାଏ ଫ୍ରୁଟ୍ସ ଦେଇପାରିବେ. ନଟ୍ସକୁ ପୋଷାକ ତତ୍ତ୍ୱର ପାୱାର ହାଉସ କୁହାଯାଏ। ଏଥିରେ ମିନେରାଲ, ହେଲ୍ଦି ଫ୍ୟାଟ, ପ୍ରୋଟିନ, ଓମେଗା-୩ ଫ୍ୟାଟି ଏସିଡ ରହିଛି ଯାହାଦ୍ୱାରା ହାଡ ସୁସ୍ଥ ରହେ।


Share It

Comments are closed.