ଟମାଟୋର ବଢୁଥିବା ଦାମ ମଧ୍ୟରେ ଅନେକ ଆପଣାଉଛନ୍ତି ଏହି ଉପାୟ : ମିଳୁଛି ସମାନ ଟେଷ୍ଟ !


ଟମାଟୋ ଦର ଏବେ ସଭିଙ୍କ ରୋଷେଇ ଘରର ବଜେଟ୍ ବିଗାଡ଼ି ଦେଇଛି । ଦିନକୁ ଦିନ ଟମାଟୋ ମୂଲ୍ୟ ଅହେତୁକ ବୃଦ୍ଧି ପାଉଥିବାର ଦେଖିବା ପରେ ଲୋକେ ଏବେ ଏମିତି କୌଶଳ ଆପଣାଛାଇଛନ୍ତି, ଯାହା ଫଳରେ ଟମାଟୋର ଫ୍ଲେଭର ତ ମିଳୁଛି ହେଲେ ଖର୍ଚ୍ଚାନ୍ତ ହେବାକୁ ପଡୁନି । କିଛି ସପ୍ତାହ ପୂର୍ବରୁ ଯେଉଁଠାରେ ଟମାଟୋ ମୂଲ୍ୟ କେଜି ୬୦ ଟଙ୍କା ରହିଥିଲା, ବର୍ତ୍ତମାନ ଏହାର କିଲୋଗ୍ରାମ ପିଛା ୧୨୫-୧୪୦ ଟଙ୍କାରେ ବିକ୍ରି ହେଉଛି । ତେଣୁ ଡବଲ୍‌ ଦାମ ଦେଇ ଟମାଟୋ କିଣିବା ବଦଳରେ ସ୍ମାର୍ଟ ତରିକା ଆପଣାଉଛନ୍ତି ଲୋକ । କିନ୍ତୁ କିପରି ଆସନ୍ତୁ ଜାଣିବା

ଟମାଟୋ ମୂଲ୍ୟ ବୃଦ୍ଧି ଏବେ ରୋଷେଇ ଘରର ବଜେଟ୍ ବିଗାଡ଼ି ଦେଇଛି । ତେଣୁ ଏହାର ବିକଳ୍ପ ଭାବରେ ମଧ୍ୟବିତ୍ତ ପରିବାର ଲୋକ ଆପଣାଉଛନ୍ତି ଟମାଟୋ ସସ୍‌ । ଏହା ସୁଲଭ ମୂଲ୍ୟରେ ତ ମିଳୁଛି ହେଲେ ଟେଷ୍ଟ ଅରିଜିନାଲ ଟମାଟୋର ଦେଉଛି ।

ଗୃହିଣୀଙ୍କ ଅନୁସାରେ ୨୦୦ ଗ୍ରାମ ଓଜନ ବିଶିଷ୍ଟ ଟମାଟୋ ସସ୍ ମୂଲ୍ୟ ହେଉଛି ୨୫ ଟଙ୍କା । ସେହିପରି ଆଉ ଜଣେ ମହିଳା କହିଛନ୍ତି, ଆମିଷ ହେଉ କିମ୍ବା ନିରାମିଷ, ଅଧିକାଂଶ ଭାରତୀୟ ଖାଦ୍ୟରେ ଜିରା ପାଉଡର ମିଶା ଯାଇଥାଏ । ହେଲେ ମୁଁ ବର୍ତ୍ତମାନ ସସ୍ ପାଉଡର ବ୍ୟବହାର କରିବା ଆରମ୍ଭ କରିଛି । ଯାହା ବହୁତ ଶସ୍ତା ।

୮୦୦ ଗ୍ରାମ ଓଜନ ବିଶିଷ୍ଟ ଟମାଟୋ ସସ୍ ମୂଲ୍ୟ ହେଉଛି ୬୦ ଟଙ୍କା । ଯାହା ଖାଦ୍ୟରେ ଟମାଟୋ ବ୍ୟବହାର କରିବା ଅପେକ୍ଷା ଅଧିକ ସୁଲଭ ମୂଲ୍ୟରେ ମିଳିଥାଏ । କେବଳ ଟମାଟୋ ସସ୍‌ ନୁହେଁ ଟମାଟୋ ପାଉଡର ମଧ୍ୟ ଦାମୀ ଟମାଟୋର ବିକଳ୍ପ ଭାବେ ଉଭା ହୋଇଛି ।

ଅଧ କିଲୋ ଟମାଟୋ ପାଉଡର୍‌ ୨ ଶହରୁ ୩ ଶହ ଟଙ୍କା, କିନ୍ତୁ ଗୋଟିଏ ଦୁଇ ଚାମଚ ପାଉଡର ୩-୪ ଟମାଟୋର ଟେଷ୍ଟ ଦେଇପାରେ । ଏହା ଛଡ଼ା ଲୋକ ପୂର୍ବରୁ ଘରେ ନିଜେ ଟମାଟୋ ପାଉଡର ତିଆରି କରି ରଖିଥାନ୍ତି । ଟମାଟୋ ଶସ୍ତା ଥିବା ବେଳେ କିଣିକି କାଟି ଶୁଖେଇ ଏହି ପାଉଡର ତିଆରି କରିଥାନ୍ତି । ଯାହା ଫଳରେ କିଲେ ଟମାଟୋ ପାଉଡର ତାଙ୍କୁ ପ୍ରାୟ ଏକ ଚତୁର୍ଥାଂଶ ମୂଲ୍ୟରେ ମିଳିଯାଏ ଆଉ ଏହା ବଦୁତ ଦିନ ରହେ ମଧ୍ୟ । ଆପଣ ବି ଆଗକୁ ଏହି ଉପାୟରେ ଖର୍ଚ୍ଚାନ୍ତ ହେବାରୁ ବର୍ତ୍ତିପାରିବେ ।


Share It

Comments are closed.