ଗତ ୨୪ ଘଂଟା ମଧ୍ୟରେ ଦେଶରେ ସର୍ବାଧିକ ୮୩,୮୮୩ ନୂଆ ପଜିଟିଭ ଚିହ୍ନଟ


ଭାରତରେ, କୋଭିଡ -୧୯ ମାମଲା ୩୮ ଲକ୍ଷ ଅତିକ୍ରମ କରିଛି। ଗୁରୁବାର ଦିନ କରୋନା ସଂକ୍ରମଣ ମାମଲାରେ ସବୁଠାରୁ ବଡ ଅଭିବୃଦ୍ଧି ଦେଖିବାକୁ ମିଳିଥିଲା। ଗୁରୁବାର ଦିନ, ଗୋଟିଏ ଦିନରେ ୮୩,୮୮୩ ଟି ନୂଆ ମାମଲା ଚିହ୍ନଟ ହୋଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଗୁରୁବାର ସକାଳେ ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧,୦୪୩ ମୃତ୍ୟୁ ସହିତ ମୃତ୍ୟୁ ସଂଖ୍ୟା ୬୭,୩୭୬ କୁ ବୃଦ୍ଧି ପାଇଛି | ଦେଶରେ ସଂକ୍ରମଣ ମାମଲା ୩୮,୫୩,୪୦୭ କୁ ବୃଦ୍ଧି ପାଇଛି, ସେଥିମଧ୍ୟରୁ ୮,୧୫,୫୩୮ ଲୋକ ଚିକିତ୍ସିତ ହେଉଛନ୍ତି ଏବଂ ଚିକିତ୍ସା ପରେ ୨୯,୭୦,୪୯୩ ଲୋକ ଏହି ରୋଗରୁ ସୁସ୍ଥ ହୋଇଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ରୋଗୀ ସୁସ୍ଥ ହାର ୭୭.୦୯ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ହାର ୧.୭୫ ପ୍ରତିଶତକୁ ଖସି ଆସିଛି। ଏଥି ସହିତ ୨୧.୧୬ ପ୍ରତିଶତ ରୋଗୀ ଚିକିତ୍ସିତ ହେଉଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୧.୫ ଲକ୍ଷରୁ ଅଧିକ ନମୁନା ପରୀକ୍ଷା

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ୨ ସୁଦ୍ଧା ସାରା ଦେଶରେ ୪,୫୫,୦୯,୩୮୦ ନମୁନା ପରୀକ୍ଷା କରାଯାଇଛି, ସେଥିମଧ୍ୟରୁ ବୁଧବାର ଦିନ ଗୋଟିଏ ଦିନରେ ୧୧,୭୨,୧୭୯ ନମୁନା ପରୀକ୍ଷା କରାଯାଇଛି। ଗୋଟିଏ ଦିନରେ ଏହା ସର୍ବାଧିକ ସଂଖ୍ୟକ ପରୀକ୍ଷା ଅଟେ ।


Share It

Comments are closed.