ଗତ ୨୪ ଘଂଟାରେ ଦେଶରେ ଆଉ ୪୪ ହଜାର ୮୭୯ ନୂଆ କୋଭିଡ୍ ପଜିଟିଭ୍ ଚିହ୍ନଟ


ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୮୭ ଲକ୍ଷ ୨୮ ହଜାର ୭୯୫ରେ ପହଁଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୪ ହଜାର ୮୭୯ଟି ନୂଆ ମାମଲା ଆସିଥିବା ବେଳେ ୫୪୭ଜଣ ପ୍ରାଣ ହରାଇଛନ୍ତି । ଏହାସହ ଗୁରୁବାର ୫୬ ହଜାର ଆକ୍ରାନ୍ତ ଆରୋଗ୍ୟଲାଭ କରିଛନ୍ତି । ଏବେସୁଦ୍ଧା କରୋନାରୁ ଦେଶରେ ୮୧ ଲକ୍ଷ ୧୫ ହଜାର ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିପରି କରୋନା ଭାଇରସ ଏବେସୁଦ୍ଧା ୧ ଲକ୍ଷ ୨୮ ହଜାର ୬୮୮ ଆକ୍ରାନ୍ତ ପ୍ରାଣ ହରାଇଥିବା ବେଳେ ୪ ଲକ୍ଷ ୮୪ ହଜାର ୫୪୭ଟି ସକ୍ରିୟ କେସ୍ ରହିଛି ।

ଏତତ୍ ବ୍ୟତୀତ ଦେଶର କିଛି ସହରରେ ସକ୍ରିୟ କେସ୍ ବୃଦ୍ଧି ପାଇବାରେ ଲାଗିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କେବଳ ମହାରାଷ୍ଟ୍ରରୁ ୪୩୫୧ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୭ଟି ରାଜ୍ୟରେ ଆକ୍ଟିଭ୍ କେସ ବୃଦ୍ଧି ପାଇଥିବା ବେଳେ ୧୬ଟି ରାଜ୍ୟରେ କେସ୍ ବଢିଛି ।

ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୧୦୪ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବା ବେଳେ ୭୦୫୩ଟି ନୂଆ କେସ୍ ଚିହ୍ନଟ ହୋଇଛି । ଏବେସୁଦ୍ଧା ଦିଲ୍ଲୀରେ ୪,୬୭,୦୨୮ ମାମଲା ସାମ୍ନାକୁ ଆସିଛି । ଏହାସହ ୪,୧୬,୫୮୦ଜଣ ସୁସ୍ଥ ହୋଇଛନ୍ତି । ମୋଟ୍ ୭୩୩୨ଜଣ ପ୍ରାଣ ହରାଇଥିବା ବେଳେ ୪୩,୧୧୬ଟି ସକ୍ରିୟ କେସ୍ ରହିଛି ।


Share It

Comments are closed.