ଗତ ୨୪ ଘଂଟା ମଧ୍ୟରେ ଦେଶରେ ପୁଣି ୬୯,୮୭୭ଟି ନୂଆ କରୋନା ପଜିଟିଭ ଚିହ୍ନଟ, ୯୪୫ ଜଣଙ୍କ ମୃତ୍ୟୁ


ଦେଶରେ କରୋନା ସଂକ୍ରମଣ ମାମଲାରେ ଲଗାତର ତୃତୀୟ ଦିନ ମଧ୍ୟ ବୃଦ୍ଧି ଦେଖାଯାଇଛି । ଶନିବାର ଦିନ ଦେଶରେ ୬୯,୮୭୭ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏହା ଏପର୍ଯ୍ୟନ୍ତ ଗୋଟିଏ ଦିନରେ ଚିହ୍ନଟ ହୋଇଥିବା ସଂକ୍ରମିତ ସଂଖ୍ୟା ମଧ୍ୟରେ ସର୍ବାଧିକ ଅଟେ । ଅନ୍ୟପଟେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୩୦ ଲକ୍ଷ ପାଖାପାଖି ପହଂଚିସାରିଛି । କିନ୍ତୁ ଭଲ ଖବର ଏହା ମଧ୍ୟ ସଂକ୍ରମଣରୁ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୨୨ ଲକ୍ଷରୁ ଅଧିକ ରହିଛି ଏବଂ ପରୀକ୍ଷଣରେ ମଧ୍ୟ ରେକର୍ଡ ସଂଖ୍ୟକ ବୃଦ୍ଧି ଦେଖାଦେଇଛି ।
ଶନିବାର ଦିନ ସକାଳ ଆକଳନ କରାଯାଇଥିବା ରିପୋର୍ଟ ଅନୁଯାୟୀ ଗତ ୨୪ ଘଂଟା ମଧ୍ୟରେ ଦେଶରେ ୯୪୫ ଜଣଙ୍କର ମୃତ୍ୟୁ ଘଟିବା ଦ୍ୱାରା ମୃତକଙ୍କ ସଂଖ୍ୟା ୫୫,୭୯୪କୁ ବୃଦ୍ଧି ପାଇଛି । ସେହିଭଳି ଦେଶରେ ସଂକ୍ରମଣ ମାମଲା ବୃଦ୍ଧି ପାଇ ୨୯,୭୫,୭୦୧ରେ ପହଂଚିଛି, ଯେଉଁଥିରୁ ୬,୯୭,୩୩୦ ଜଣଙ୍କ ଚିକିତ୍ସା ଜାରି ରହିଛି ଏବଂ ୨୨,୨୨,୫୭୭ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ଆଣ୍ଡ ରିସର୍ଚ (ଆଇସିଏମଆର) ପକ୍ଷରୁ ଜାରି କରାଯାଇଥିବା ଆକଳନ ଅନୁଯାୟୀ ଦେଶଯାକରେ ୨୧ ଅଗଷ୍ଟ ପର୍ଯ୍ୟନ୍ତ ମୋଟ ୩,୪୪,୯୧,୦୭୩ ନମୂନା ପରୀକ୍ଷଣ କରାଯାଇଛି, ଯେଉଁଥିରୁ ଶୁକ୍ରବାରଦିନ କେବଳ ୧୦,୨୩,୮୩୬ ନମୂନା ପରୀକ୍ଷଣ କରାଯାଇଛି ।


Share It

Comments are closed.