୨୪ ଘଣ୍ଟାରେ ୫୦୫ଟି ନୂଆ ମାମଲା ଆସିଲା ସାମନାକୁ, ମୃତକଙ୍କ ସଂଖ୍ୟା ୮୩ରେ ପହଞ୍ଚିଲା


କରୋନା ଭାଇରସକୁ ନେଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ମୁତାବକ ଦେଶରେ ୨୪ ଘଣ୍ଟାରେ ୫୦୫ଟି ନୂଆ ମାମଲା ସାମନାକୁ ଆସିଛି । ଏହା ପରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫୭୭ରେ ଆସି ପହଞ୍ଚି ଯାଇଛି । ତେବେ ଏହି ଭାଇରସରେ ଆକ୍ରାନ୍ତ ହୋଇ ୮୩ ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି ।
ସେହିଭଳି ଓଡିଶାରେ ଆଜି ଦୁଇଟି ନୂଆ ମାମଲା ସାମନାକୁ ଆସିଥିବାବେଳେ ଏହାକୁ ମିଶାଇ ଓଡିଶାର ସମୂଦାୟ ସଂକ୍ରମିତଙ୍କ ସଂଖ୍ୟା ୨୩ରେ ଆସି ପହଞ୍ଚିଛି । ୨୩ ଜଣଙ୍କ ମଧ୍ୟରୁ ପୂର୍ବରୁ ୨ ଜଣ ସୁସ୍ଥ ହୋଇ ଘରୁ ଫେରି ସାରି ଥିବାବେଳେ ଏହା ବାଦ ଦେଲେ ବର୍ତ୍ତମାନ ୨୧ ଜଣ ଆଇସୋଲେସନରେ ଅଛନ୍ତି ।
ସେହିଭଳି ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଦିଲ୍ଲୀରେ ଆଜି ୫୮ଟି ନୂଆ ମାମଲା ସାମନାକୁ ଆସିଥିବାବେଳେ ଏମାନଙ୍କ ମଧ୍ୟରୁ ୧୯ଟି ଏଭଳି ମାମଲା ରହିଛି ଯେଉଁମାନେ କି ଦିଲ୍ଲୀ ଜମାତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏବଂ ତିନି ଜଣ ବିଦେଶ ଭ୍ରମଣ କରି ଆସିଥିଲେ ।


Share It

Comments are closed.