ଶେଷରେ ସତ ମାନିଲେ ଚୀନ ଗବେଷକ, କରୋନା ଭାଇରସ ପଛରେ ଉହାନ ଲ୍ୟାବ୍ !


ଶେଷରେ ସତ ମାନିଲେ ଚୀନ ଗବେଷକ । ଗବେଷଣା ବେଳେ କାମୁଡି ଥିଲା ବାଦୁଡି । ଚୀନ୍‌ର ଉହାନର ‘ଇନଷ୍ଟିଚ୍ୟୁଟ୍‌ ଅଫ ଭାଇାରୋଲୋଜି’ ଗତ ବର୍ଷେ ହେଲା ଚର୍ଚ୍ଚାରେ ରହିଆସୁଛି । କରାଣ ଏଠାରୁ ହିଁ ମାରାତ୍ମକ କରୋନା ଭାଇରସ ସୃଷ୍ଟି ହୋଇଥିବା କୁହାଯାଉଛି ।

ଏହି ଲ୍ୟାବରୁ କରୋନା ଭାଇରସ ଲିକ୍‌ ହୋଇଥିବା କିଛି ମହଲରୁ ଦାବି ହେଉଛି । ଏବେ ଆଉ ଏକ ରିପୋର୍ଟ ସାମ୍ନାକୁ ଆସିଛି ଯେଉଁଥିରେ ଅନେକ ଗୁମର ଖୋଲିଛି । ରିପୋର୍ଟରେ ଦର୍ଶାଯାଇଛି କି, ଉକ୍ତ ଲ୍ୟାବର ଜଣେ ଗବେଷକ ଏକ ଗୁମ୍ଫା ଭିତରେ ପଶି ବାଦୁଡ଼ିଙ୍କୁ ଧରିବା ପାଇଁ ଉଦ୍ୟମ କରୁଥିଲେ । ସେହି ସମୟରେ ଏକ ବାଦୁଡି ତାଙ୍କୁ କାମୁଡ଼ି ଦେଇଥିଲା । ଗବେଷକଜଣଙ୍କ ନିଜେ ଏହା ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ, ବାଦୁଡିକୁ ଧରିବାକୁ ଉଦ୍ୟମ କଲାବେଳେ ସିଏ ତାଙ୍କ ହାତକୁ ଏମିତି କାମୁଡ଼ି ଦେଇଥିଲା ଯେ ତାଙ୍କ ରବର ଗ୍ଲୋଭସ ଦେଇ କେହି ମୋଟା ଛୁଞ୍ଚି ଫୋଡି ଦେଲା ଭଳି ତାଙ୍କୁ ଲାଗିଥିଲା।

ସେହିପରି ୨୦୧୭ରେ ଚୀନ୍‌ର ଏକ ସରକାରୀ ଟିଭିରେ ପ୍ରସାରିତ ଏକ ଭିଡିଓରେ ଏହି ପ୍ରତିଷ୍ଠାନର ଗବେଷକମାନେ ବିନା ମାସ୍କ ଓ ଗ୍ଲୋଭସରେ ବାଦୁଡ଼ିଙ୍କୁ ଧରୁଥିବାର ଦେଖିବାକୁ ମିଳିଛି । ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରଚଳିତ ନିୟମର ବିରୁଦ୍ଧାଚରଣ କରୁଛି । ଏସବୁ ତଥ୍ୟ ଆସିବା ପରେ କରୋନା ସଂକ୍ରମଣ ପଛରେ ଉକ୍ତ ପ୍ରତିଷ୍ଠାନର ଭୂମିକା ଜାଣିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଦନ୍ତକାରୀ ଟିମ୍‌ ଉପରେ ଚାପ ବୃଦ୍ଧିପାଇବ ବୋଲି ଅନେକ ବିଶେଷଜ୍ଞ କହିଛନ୍ତି ।


Share It

Comments are closed.