ବାତ୍ୟା ‘ଫନି’ ପରେ ଏବେ ଡରାଉଛି ଝାଞ୍ଜି


ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଉତ୍ତର ପଶ୍ଚିମ, ପଶ୍ଚିମ, ମଧ୍ୟ ଏବଂ ପୂର୍ବ ଭାରତର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି । ଗତ କାଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ସବୁ ଅଞ୍ଚଳରେ ତାପମାତ୍ରା ୪୦ରୁ ୪୫ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଥିବାବେଳେ ଝାଞ୍ଜି ପବନ ମଧ୍ୟ ବଢିବାର ଆଶଙ୍କା ପ୍ରକାଶ ପାଉଛି । ୯ ଏବଂ ୧୦ ମେ’ରେ ଉତ୍ତମ ପଶ୍ଚିମ ଭାରତର କିଛି ଅଞ୍ଚଳରେ ବିଜୁଳି ସହ ଅଳ୍ପ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି ।
ତେବେ ଓଡିଶାର କଟକ, ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲା, ସାମୁଦ୍ରିକ ବାତ୍ୟା ‘ଫନି’ ଯୋଗୁଁ ବିଶେଷ ଭାବେ ପ୍ରଭାବିତ ହୋଇଥିବାବେଳେ ଏହି ସମସ୍ତ ଜିଲ୍ଲାରେ ବିପୁଳ ମାତ୍ରାରେ ସବୁଜିମା ନଷ୍ଠ ମଧ୍ୟ ହୋଇଯାଇଛି, ଯାହାକୁ ନେଇ ରାଜ୍ୟରେ ଗରମର ପ୍ରାର୍ଦୁଭାବ ଆହୁରୀ ଅଧିକ ବଢିଯିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ ମଧ୍ୟ କରୁଛନ୍ତି ।


Share It

Comments are closed.