ମହାନଗରରେ ରହୁଥିବା ଯୁବପିଢୀ ଅଧିକ ଆତ୍ମହତ୍ୟା ପ୍ରବଣ


ଦେଶର ଆଗାମୀ ଭବିଷ୍ୟତର ପିଢୀକୁ ନେଇ ବର୍ତ୍ତମାନ ଆଶ୍ଚର୍ଯ୍ୟଚକିତ କରିଦେଲା ଭଳି ତଥ୍ୟ ସାମନାକୁ ଆସିଛି । ଦେଶରେ ସବୁଠାରୁ ଅଧିକ ଦିଲ୍ଲୀର କିଶୋର ଏବଂ ଯୁବକ ଆତ୍ମହତ୍ୟା କରୁଛନ୍ତି, ଏହା ପଛରେ ଥିବା କାରଣ ହୁଏତ ଅଲଗା ଅଲଗା ଥାଇପାରେ କିନ୍ତୁ ସେମାନଙ୍କର ଏହି ଆକସ୍ମିକ ମୃତ୍ୟୁ ସରକାରୀ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଦୋହଲାଇଦେଇଛି । ଏହିଭଳି ଆତ୍ମହତ୍ୟା ମାମଲାରେ ଚେନ୍ନ୍ାଇ ଏବଂ ବେଙ୍ଗାଲୁରୁ କ୍ରମିକ ଭାବରେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିବା ବେଳେ ୧୮ରୁ କମ ବୟସ୍କ ପିଲାଙ୍କ କଥା ଧରା ଗଲେ ଦିଲ୍ଲୀ ପ୍ରଥମ ସ୍ଥାନରେ ରହିଛି । ନ୍ୟାସନାଲ ଫ୍ୟାମିଲି ପ୍ରୋଫାଇଲ ୨୦୧୮ ପକ୍ଷରୁ ପ୍ରକାଶିତ ତଥ୍ୟ ମୁତାବକ ଏହି ସତ୍ୟାସତ୍ୟ ସାମନାକୁ ଆସିଛି । ତଥ୍ୟରୁ ମିଳିଥିବା ସୂଚନା ମୁତାବକ ଦିଲ୍ଲୀରେ ୧୪ ବର୍ଷରୁ କମ ଏବଂ ୧୪ରୁ ୧୮ ବର୍ଷ ମଧ୍ୟରେ ଥିବା କିଶୋର ଏବଂ କିଶୋରୀ ମାନସିକ ସ୍ତରରେ ବିକାରଗ୍ରସ୍ତ ଅଟନ୍ତି ।
ରିପୋର୍ଟ ମୁତାବକ, ଦେଶରେ ୧୨.୫ ଲକ୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିବିଶେଷ ବିଭିନ୍ନ କାରଣ ଯୋଗୁଁ ଆତ୍ମହତ୍ୟା କରୁଛନ୍ତି । ୨୦୧୫ର ରିପୋର୍ଟ ମୁତାବକ ଭାରତରେ ୧.୩୩ ଲକ୍ଷ ଜଣ ଆତ୍ମହତ୍ୟା କରିଥିବାର ସୂଚାନ ମିଳିଥିଲା । ରିପୋର୍ଟରେ ୫୩ଟି ସହରରେ ଜାରୀ କରାଯାଇଥିବା ସୂଚୀରୁ ଏହା ଜଣାପଡିଥିଲା ଯେ, ଚେନ୍ନାଇରେ ସର୍ବାଧିକ ୨୨୭୪ ଜଣ ଆତ୍ମହତ୍ୟା କରିଥିବାବେଳେ ଦ୍ୱିତୀୟରେ ବେଙ୍ଗାଲୁର ରହିଛି ଯେଉଁଥିରେ ୧୮୫୫ ଜଣ ଏବଂ ତୃତୀୟରେ ଦିଲ୍ଲୀରେ ୧୫୫୩ ଜଣ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି ।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଳାୟ ପକ୍ଷରୁ ଜାରୀ କରାଯାଇଥିବା ଏକ ତଥ୍ୟରୁ ସୂଚନା ମିଳିଛି ଯେ, ୧୪ ବର୍ଷ ମଧ୍ୟରେ ଥିବା ୧୫ ଜଣ କିଶୋରୀ ଏବଂ ୨୧ ଜଣ କିଶୋର ନିଜର ଜୀବନକୁ ଶେଷ କରିଦେବାର ନିର୍ଣ୍ଣୟ ନେଇଥିବାବେଳେ ୧୪ରୁ ୧୮ ବର୍ଷ ବୟସ୍କ ମଧ୍ୟରେ ଥିବା ୬୫ ଜଣ କିଶୋର ଏବଂ ୫୪ ଜଣ କିଶୋରୀ ଆତ୍ମହତ୍ୟା କରିସାରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟଚକିତ କରିଦେବାର ଘଟଣା ହେଉଛି ଅନ୍ୟ ଅଞ୍ଚଳମାନଙ୍କ ତୁଳନାରେ ଏହା କେବଳ ସମସ୍ତ ମେଟ୍ରୋ ସିଟି ଏବଂ ମହାନଗର ମାନଙ୍କରେ ସର୍ବାଧିକ ରହିଛି । ୧୮ରୁ ୩୦ ବର୍ଷ ମଧ୍ୟରେ ଯୁବକ ଏବଂ ମହିଳାମାନଙ୍କ କଥାକୁ ହିସାବ କଲେ ୨୮୧ ଏବଂ ୪୨୫ ଜଣ ପୁରୁଷ ଆତ୍ମହତ୍ୟା କରିସାରିଛନ୍ତି ।


Share It

Comments are closed.