ଗୁଜୁରାଟରେ ଜଣେ ସେଲୁନ କର୍ମଚାରୀ ପିପିଇ କିଟ ପିନ୍ଧି କାଟୁଛନ୍ତି ଗ୍ରାହକଙ୍କ ଚୁଟି


ବର୍ତମାନ ଦେଶରେ ବଢ଼ିଚାଲିଥିବା କରୋନାର ତାଣ୍ଡବକୁ ଦେଖି ପ୍ରତ୍ୟେକ ନିଜ ନିଜ ଉପାୟରେ ସଚେତନ ରହି ଏହି ଭାଇରସ ବିରୁଦ୍ଧରେ ଲଢ଼ୁଛନ୍ତି । ଏଭଳି ଘଟଣା ପରିପ୍ରେକ୍ଷୀରେ ଗୁଜୁରାଟରେ ଏକ ସେଲୁନରେ କାର୍ଯ୍ୟ କରୁଥିବା କର୍ମଚାରୀ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) କିଟ୍ ପିନ୍ଧି ଗ୍ରାହକଙ୍କ ଚୁଟି କାଟୁଛନ୍ତି । କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ନଡିୟାଦରେ ଗୋଟିଏ ସେଲୁନର ଜଣେ କର୍ମଚାରୀ ପିପିଇ କିଟର ବ୍ୟବହାର କରୁଛନ୍ତି । ଗ୍ରାହକମାନେ ମଧ୍ୟ ଆବଶ୍ୟକ ସତର୍କତା ଅବଲମ୍ବନ ସହ ମାସ୍କ ପିନ୍ଧି ଚୁଟି କାଟୁଛନ୍ତି ।
ସେଲୁନ ମଧ୍ୟରେ ସାମାଜିକ ଦୂରତ୍ୱକୁ କଡ଼ାକଡ଼ିଭାବେ ପାଳନ କରାଯାଉଛି । ସେଲୁନର ମାଲିକ ବିଶାଲ ଲିମ୍ବାଚିଆ କହିଛନ୍ତି ଯେ ଆମେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସମସ୍ତ ସାବଧାନତା ଗ୍ରହଣ କରୁଛୁ, ଯାହାଦ୍ୱାରା ଶ୍ରମିକ ଏବଂ ଗ୍ରାହକମାନେ କରୋନା ଭାଇରସ ସଂସ୍ପର୍ଷରେ ଆସିବେ ନାହିଁ ।
ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିିଇ) କିଟ ନା କେବଳ ଉପଚାର କେନ୍ଦ୍ରରେ ବରଂ ବିଭିନ୍ନ ଗତିବିଧିଗୁଡ଼ିକରେ ମଧ୍ୟ କରୋନା ଭାଇରସର ସଂକ୍ରମଣକୁ ରୋକିବା ଦିଗରେ ମହତ୍ୱପୂର୍ଣ୍ଣ ଅଟେ । ସଫେଇ କର୍ମଚାରୀ ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସମେତ ଅନେକ କ୍ଷେତ୍ରରେ କର୍ମଚାରୀମାନେ ଏହାର ବ୍ୟବହାର କରୁଛନ୍ତି ।
ସାରାଦେଶରେ ଏବେ କରୋନା ଭାଇରସ ଜନିତ ସଂକ୍ରମିତଙ୍କ ସଂଖ୍ୟା ଲଗାତର ବଢ଼ିବାରେ ଲାଗିଛି । କେନ୍ଦ୍ରିୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟଙ୍କ ତରଫରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଗତ ୨୪ ଘଂଟା ମଧ୍ୟରେ ୩୭୨୨ ନୂଆ ମାମଲା ସାମ୍ନାକୁ ଆସିଛି ଏବଂ ୧୩୪ ଲୋକଙ୍କ ମୃତ୍ୟୁ ଘଟିଛି । ତେଣୁ ଏଭଳି ପରିସ୍ଥିତିକୁ ଦୃଷ୍ଟରେ ରଖି ପ୍ରତ୍ୟେକ ଅଧିକରୁ ଅଧିକ ସାବଧାନତା ଅବଲମ୍ବନ କରିବା ଉଚିତ ।


Share It

Comments are closed.