ବିଦେଶରୁ ଫେରି ଜେଟଲୀଙ୍କ ପରିବାରକୁ ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦିବଙ୍ଗତ ମିତ୍ର ଅରୁଣ ଜେଟଲୀଙ୍କ ଘରକୁ ଯାଇ ତାଙ୍କ ପରବାର ଲୋକଙ୍କୁ ସାକ୍ଷାତ କରି ସମବେଦନା ଜଣାଇଛନ୍ତି । ଏହି ଅବସରରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟାନ ମଧ୍ୟ ଉପସ୍ଥିତ ରହିଥିଲେ । ୨୪ ଅଗଷ୍ଟରେ ଜେଟଲୀଙ୍କ ନିଧନ ସମୟରେ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ଥିବାବେଳେ ସେ ଜେଟଲୀଙ୍କ ପତ୍ନୀ ସଙ୍ଗୀତାଙ୍କୁ ଫୋନ ଯୋଗେ ସମବେଦନା ମଧ୍ୟ ଜଣାଇଥିଲେ । କେବଳ ଏତିକି ନୁହେଁ ସଙ୍ଗୀତା, ମୋଦିଙ୍କୁ ବିଦେଶ ଗସ୍ତ ଅଧାରୁ ଛାଡିକି ନଆସିବା ପାଇଁ ପରାମର୍ଶ ମଧ୍ୟ ଦେଇଥିଲେ ।\nପ୍ରକାଶ ଥାଉକି, ମୋଦି ବହରୀନରେ ପ୍ରଭାସୀ ଭାରତୀୟଙ୍କୁ ସମ୍ବୋଦିତ କରିବା ସମୟରେ ଜେଟଲୀଙ୍କୁ ମନେ ପକାଇ ଭାବବିହ୍ୱଳ ହୋଇ କହିଥିଲେ ଯେ, “ମୁଁ ହୃଦୟରେ ଏକ କଷ୍ଟକୁ ଲୁଚାଇ ଏଠାରେ ଠିଆ ହୋଇଛି । ଛାତ୍ରଜୀବନରୁ ଆରମ୍ଭ କରି ସାର୍ବଜନୀକ ଜୀବନ ପର୍ଯ୍ୟନ୍ତ ଆମେ ଦୁହେଁ ଏକାଠୀ ସାଥୀ ହୋଇ ଚାଲିଥିଲୁ । ପ୍ରତିକୂଳ ପରିସ୍ଥିତି ଠାରୁ ଆରମ୍ଭ କରି ଅନୁକୂଳ ପରିସ୍ଥିତ ପର୍ଯ୍ୟନ୍ତ ଆମେ ଏକାଠି ହୋଇ ରହିଥିଲୁ । ଯେଉଁ ସାଙ୍ଗ ସହ ମିଶି ଏସବୁ କରିଥିଲି ସେ ଆଜି ଚାଲି ଯାଇଛି । କଳ୍ପନା ବି କରିପାରୁ ନାହିଁ ଯେ, ଏତେ ଦୂରରେ ମୁଁ ବସିଛି କିନ୍ତୁ ମୋ ସାଙ୍ଗ ଆଜି ଚାଲିଯାଇଛି । ଏହା ବହୁତ ଜଟିଳ ସମୟ ଅଟେ । ଏହି ବହରୀନ ମାଟିରୁ ମୁଁ ମୋ ସାଙ୍ଗ ଅରୁଣଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛି । ଭଗବାନ ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ । ”


Share It

Comments are closed.