ଖାଦ୍ୟ ପ୍ରସ୍ତୁତି ବ୍ୟତୀତ କେଉଁ କାମରେ ବ୍ୟବହାର କରିବେ ବେକିଂ ସୋଢା
ପ୍ରତ୍ୟେକ ରୋଷେଇ ଘରେ ଆପଣ ବେକିଂ ସୋଢା ଦେଖିଥିବେ । ଆପଣ ଜାଣନ୍ତି କି ବେକିଂ ସେଢାକୁ ଆପଣ ଖାଦ୍ୟ ପଦାର୍ଥ ବ୍ୟତୀତ ଅନ୍ୟ ବିଭିନ୍ନ ପ୍ରକାରର ଉପାୟରେ ବ୍ୟବହାର କରିପାରିବେ । ଆସନ୍ତୁ ଜାଣିବା କିପରି ଆପଣ ବେକିଂ ସୋଢାର ବ୍ୟବହାର କରିପାରିବେ . . . . . . .
୧. ପରିବା ଏବଂ ଫଳର ଉପରୁ ଜୀବାଣୁ ଦୂର କରିବା ପାଇଁ ଆପଣ ବେକିଂ ସୋଢାର ବ୍ୟବହାର କରିପାରିବେ । ଗୋଟିଏ ପାତ୍ରରେ କିଛି ଜଳ ନେଇ ସେଥିରେ ଗୋଟିଏରୁ ଦୁଇ ଚାମଚ ବେକିଂ ସୋଢା ପକାଇ ଦିଅନ୍ତୁ । ବେକିଙ୍ଗ ସୋଢା ଫଳ ଏବଂ ପରିବା ଉପରୁ ଟକ୍ସିନ ଏବଂ ହାନିକାରକ ଉପାଦାନକୁ ଦୂର କରିବା ପାଇଁ ସାହାଯ୍ୟ କରିଥାଏ ।
୨. ଫ୍ଲୋର ମ୍ୟାଟ ହେଉ କିମ୍ବା ଖୁବ ପୁରୁଣା କାର୍ପେଟ ହେଉ ଏଥିରେ ବହୁ ପୁରୁଣା ଏବଂ ମଇଳାକୁ ସଫା କରିବା ପାଇଁ ଆପଣ ବେକିଂ ସୋଢାର ବ୍ୟବହାର କରିପାରିବେ । ଆପଣ ନିଜର କାର୍ପେଟ କିମ୍ବା ଫ୍ଲୋର ମ୍ୟାଟରେ ବେକିଂ ସୋଢା ପକାଇ ଗୋଟିଏ ରାତି ରଖିଦିଅନ୍ତୁ । ଏହାପରେ ସକାଳୁ ସଫା କରନ୍ତୁ ଏହାର ଦାଗ ଏବଂ ମଇଳା ସହଜରେ ଛାଡିଯାଇଥାଏ ।
୩. କପଡା ସଫା କରିବା ସମୟରେ ବେକିଂ ସୋଢାର ବ୍ୟବହାର ଦ୍ୱାରା ଆପଣ କପଡାରୁ ଖରାପରୁ ଖରାପ ଦାଗ ଛଡାଇ ପାରିବେ । ଫ୍ୱାସିଙ୍ଗ ମେସିନରେ କପଡା ଧୋଇବା ସମୟରେ ଆପଣ ଗୋଟିଏ ଚାମଚ ବେକିଂ ସୋଢା ପକାଇ ଦିଅନ୍ତୁ । ଏହା ଦ୍ୱାରା କପଡାରୁ ଦାଗ ଛାଡିଯାଇଥାଏ । ଏଥିରେ ଆପଣ ଧଳା ରଙ୍ଗର କପଡା ଖୁବ ଭଲରେ ଧୋଇପାରିବେ ।
୪. ଆପଣଙ୍କ ବାଥରୁମରେ କଳା ଦାଗ, ହଳଦିଆ ଦାଗ ଇତ୍ୟାଦି ଦୂର କରିବା ପାଇଁ ଆପଣ ବେକିଂ ସୋଢାର ବ୍ୟବହାର କରିପାରିବେ । ଆପଣ ବାଥରୁମରେ ସବୁ ସ୍ଥାନରେ ବେକିଂ ସୋଢା ପକାଇ ୩୦ମିନିଟ ରଖି ଦିଅନ୍ତୁ ଏହା ପରେ ଭଲ ଭାବେ ଧୋଇ ଦିଅନ୍ତୁ ।
୫. ଚମାଚ କିମ୍ବା ବିଭିନ୍ନ କଟଲେରିରେ ବହୁ ପୁରୁଣା କିମ୍ବା ବିଭିନ୍ନ ଦାଗ ଥିଲେ ଆପଣ ବେକିଂ ସୋଢାର ପ୍ରୟୋଗରେ ଏହିଥିରୁ ଦାଗ ଛଡାଇପାରିବେ । ଦାଗ ହୋଇଥିବା ସ୍ଥାନରେ ବେକିଂ ସୋଢାକୁ ଲଗାଇ ଭଲ ଭାବେ ଶୁଖିଲା କପଡାରେ ପୋଛି ଦିଅନ୍ତୁ ଏହା ଦ୍ୱାରା ଦେଖିବେ ଆପଣଙ୍କ ସମସ୍ତ କଟଲେରି ପରିସ୍କାର ଏବଂ ଦାଗ ମୁକ୍ତ ହୋଇଯିବ ।
୬. ଆପଣ ନିୟମିତଭାବେ ଦାନ୍ତ ଘଷିବା ପାଇଁ ବ୍ୟବହାର କରୁଥିବା ବ୍ରଶକୁ ସଫା କରିବା ପାଇଁ ଆପଣ ବେକିଂ ସୋଢାର ବ୍ୟବହାର କରିପାରିବେ । ଗୋଟିଏ ଗ୍ଲାସରେ ଗୋଟିଏ ଚାମଚକୁ ପାଣିରେ ମିଶାଇ ସେଥିରେ ବ୍ରଶକୁ ବୁଡାଇ ୩୦ମିନିଟ ପର୍ଯ୍ୟନ୍ତ ରଖନ୍ତୁ । ଏହା ଦ୍ୱାରା ବ୍ରଶରୁ ସମସ୍ତ ଜୀବାଣୁ ଦୂର ହୋଇଥାଏ ।
୭. ଆପଣଙ୍କ କୌଣସି ସ୍ଥାନରେ ପୋକ କିମ୍ବା ମଶା କାମୁଡିଲେ ଆପଣ ତୁରନ୍ତ ବେକିଂ ସୋଢାର ବ୍ୟବହାର କରିପାରିବେ । ବେକିଂ ସୋଢାର ବ୍ୟବହାରରେ ଆପଣ ତରୁନ୍ତ ଏହାର ଉପଶମ ପାଇପାରିବେ ।
୮. ଆପଣ ବାସନ ପୋଡିଯାଇଥିଲେ ସେଥିରେ ଆପଣ ବେକିଂ ସୋଢା ବ୍ୟବହାର କରି ପୋଡା ଦାଗ ଛଡାଇପାରିବେ । ଆପଣ ପୋଡା ବାସନରେ ଗୋଟିଏରୁ ଦୁଇ ଚାମଚ ବେକିଂ ସୋଢା ପକାଇ ରଖିଦିଅନ୍ତୁ ଏବଂ ପରେ ଭଲଭାବେ ଉଷୁମ ପାଣିରେ ଧୋଇଦିଅନ୍ତୁ ।
୯. ଏହା ରୋଷେଇ ଘରର ଡ୍ରେନ ପାଇପ ସଫା କରିବା ଆପଣ ବେକିଂ ସୋଢାର ବ୍ୟବହାର କରିପାରିବେ । ବେକିଂ ସୋଢାକୁ କିଛି ପାଣିରେ ମିଶାଇ କିମ୍ବା ସିଧାସଳଖ ଭାବେ ପକାଇ ଦିଅନ୍ତୁ । ଏହା ଦ୍ୱାରା ଡ୍ରେନର ସମସ୍ତ ବ୍ଲକ ଦୂର ହୋଇଥାଏ ।
୧୦. ଆପଣଙ୍କ ନଖରୁ ହଳଦିଆ ଦାଗକୁ ଦୂର କରିବା ପାଇଁ ବେକିଂ ସୋଢା କୁ ପେରକ୍ସସାଇଡ ସହିତ ମିଶାଇ ଲଗାଇ ଦିଅନ୍ତୁ । ଏବଂ ଏହା ଦ୍ୱାରା ଆପଣ ନଖର ଦାଗ ଏବଂ କଳାପଣ ଦୂର କରିପାରିବେ ।
Comments are closed.